ମନୋରଞ୍ଜନ

ଅମୀରଙ୍କ ପ୍ରଥମ ସ୍ତ୍ରୀଙ୍କ ସହିତ ହୋଇଥିବା ଛାଡ଼ପତ୍ରର କାରଣ ମୁଁ ନୁ‌ହେଁ: କିରଣ – Kalinga News

[ad_1]

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ଅଧିକାଂଶ ସମୟରେ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି।

ଆମୀର ଖାନ ପ୍ରଥମେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । କିଛିବର୍ଷ ତଳେ ଆମୀର ଏବଂ ରୀନାଙ୍କ ଛାଡପତ୍ର ହୋଇଯାଇଥିଲା। ଏହାପରେ ଅଭିନେତା କିରଣ ରାଓଙ୍କୁ ଦ୍ୱିତୀୟ ଥର ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ଅଛି। ତେବେ କିରଣଙ୍କ ସହ ବି ଅମୀରଙ୍କ ସମ୍ପର୍କ ବେଶୀଦିନ ତିଷ୍ଠି ନପାରିବାରୁ ଛାଡ଼ପତ୍ର ହୋଇଯାଇଥିଲା। ଛାଡ଼ପତ୍ର ପରେ ବି କିରଣ ଓ ଅମୀରଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା ଜଣାପଡ଼ିଛି।

ନିକଟରେ କିରଣ ଏକ ସାକ୍ଷାତକାରେ ଅମୀରଙ୍କ ସହିତ ଥିବା ସମ୍ପର୍କକୁ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। କିରଣ କହିଛନ୍ତି,‘ ‘ଅନେକ ଲୋକ ଭାବନ୍ତି ଯେ ଆମୀର ଏବଂ ମୁଁ ‘ଲଗାନ’ ସିନେମାରୁ ଜଡିତ, କିନ୍ତୁ ଏହା ଆଦୌ ନୁହେଁ। ଆମୀର ଏବଂ ମୁଁ ସିନେମା ‘ସ୍ବଦେଶ’ରେ ଏକାଠି ହୋଇଥିଲୁ, ସେ ସେତେବେଳେ ମଙ୍ଗଲ ପାଣ୍ଡେର ସୁଟିଂ କରିବାକୁ ଯାଉଥିଲେ ।

ତେଣୁ ରୀନାଙ୍କ ସହିତ ତାଙ୍କ ଛାଡ଼ପତ୍ର ହେବାପରେ ଯେତେବେଳେ ଆମେ ଦୁହେଁ ଏକାଠି ନଜର ଆସିଲୁ ଲୋକମାନେ ମୋତେ ଦୋଷୀ କରି ଦେଇଥିଲେ। ଭାବିଥି‌ଲେ ମୋ ପାଇଁ ରୀନାଙ୍କ ସହିତ ଅମୀରଙ୍କ ଛାଡ଼ପତ୍ର ହୋଇଥିଲା କିନ୍ତୁ ଆପଣମାନଙ୍କୁ ସ୍ପଷ୍ଟ କରି ଦେବାକୁ ଚାହିଁବି କି ସେପରି କିଛି ବି ନୁହେଁ।’

୨୦୨୧ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲେ ହେଁ ଅମୀର ଓ କିରଣ ଭଲ ବନ୍ଧୁ ରହିଛନ୍ତି। ନିକଟରେ ଆମୀର ଖାନଙ୍କ ଝିଅ ଆୟରା ଖାନଙ୍କ ବିବାହର ପ୍ରତ୍ୟେକ କାର୍ଯ୍ୟରେ କିରଣ ରାଓ ଉପସ୍ଥିତ ଥିବା ବି ଦେଖିବାକୁ ମିଳିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button