ଦେଶ- ବିଦେଶ

ଏଥର ଏସି ଯେତେ ଚଲାଇଲେ ବି ବିଜୁଳି ବିଲ୍‌ ଆସିବ ଜିରୋ, ମାର୍କେଟକୁ ଆସିଗଲା ଏହି ନୂଆ ଡିଭାଇସ୍‌,କରିବ କମାଲ

ପାଣିପାଗ ପରିବର୍ତ୍ତନ ହେଉଥିବା କାରଣରୁ ଖରା ପ୍ରବଳ ବଢ଼ିବା ସହିତ ତାତି ଏବେ ଧୀରେ ଧୀରେ ଅସହ୍ୟ ହେବାରେ ଲାଗିଲାଣି । ଝାଞ୍ଜି ପବନ ମଧ୍ୟ କରୁଛି କଲାବଲ । ଏଭଳି ସ୍ଥିତିରେ ଫ୍ୟାନ୍‌, ଏସି ଓ କୁଲରର ଯଥେଷ୍ଟ ଆବଶ୍ୟକତା ପଡୁଛି ଲୋକମାନଙ୍କୁ । କିନ୍ତୁ ଏସି ଯେତେ ସମୟ ଲାଗିବ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ସେତିକି ଆସିବ । ଯାହା ମୁଣ୍ଡବ୍ୟଥାର କାରଣ । କିନ୍ତୁ ଏବେ କିଛି ଡିଭାଇସ୍ ଆସି ଯାଇଛି ମାର୍କେଟ କୁ ଯାହା ଦ୍ଵାରା ବିଲ୍‌ କମ୍‌ ଆସିବ, ଆସନ୍ତୁ ଆଲୋଚନା କରିବା ।

ତେବେ ସେଥିପାଇଁ ଓକିଟେଲ ନାମକ ଏକ କମ୍ପାନି ସୋଲାର ଚାର୍ଜିଂ ହୋଇପାରୁଥିବା ଗୋଟେ ଡିଭାଇସ୍ ମାର୍କେଟ ରେ ଉପଲବ୍ଧ କରାଇଛି । ଯାହାର ନାମ ହେଉଛି ଓକିଟେଲ ପି-୨୦୦୧ । ଏହା ଏକ ପୋର୍ଟେବଲ୍‌ ପାଓ୍ଵାର ଷ୍ଟେସନ ଯାହାକି ଆଉଟ ଡୋର କେମ୍ପିଙ୍ଗ୍‌ରେ ମଧ୍ୟ କାମରେ ଆସି ପାରିବ । ତେବେ ନୂଆ ଲଞ୍ଚ ହୋଇଥିବା ଏହି ଓକିଟେଲ ପି-୨୦୦୧ ବିନା ବିଜୁଳିରେ ମଧ୍ୟ ସବୁ କାର୍ଯ୍ୟ ଠିକ୍ କରିଦେବ କାରଣ ଏହା ସୋଲାର ସିଷ୍ଟମ୍ ରେ ପରିଚାଳିତ ।

ତେବେ ଏହି ଡିଭାଇଜ୍ ଟି ୪୦୦୦ ଡବ୍ଲ୍ୟୁଏଚ୍‌ ର ପିକ୍‌ ପରର୍ଫମାନ୍ସ ଦେବା ସହିତ ୨୦୦୦ ଡବ୍ଲ୍ୟୁଏଚର ଆଉଟ୍ ପୁଟ ମଧ୍ୟ ଦେଇଥାଏ। ଆଉ କେବଳ ସେତିକି ନୁହେଁ ଏହା ପି-୨୦୦୧ ଆଉଟେଜ୍‌ରେ ଘର ଭିତରେ ମଧ୍ଯ ପାଓ୍ଵାର ବେକ୍‌ ଅପ ଦେଇଥାଏ । ଆଉ ଲାଇନ୍ ନଥିଲେ ପୁରା ପୁରି ୨ ଦିନ ପର୍ଯ୍ୟନ୍ତ ବିଜୁଳି ଦେଇଥାଏ । ତେବେ ଓକିଟେଲ ପି-୨୦୦୧କୁ ଫୁଲ ଚାର୍ଜ ହେବା ପାଇଁ ପାଖାପାଖି ୧୦୦ ମିନିଟ୍ ସମୟ ଲାଗିଥାଏ । ଆଉ ଏହା ସୋଲାର ପାୱାର ମାଧ୍ୟମରେ ଚାର୍ଜ ହୋଇଥାଏ ।

ତେବେ ବନ୍ଧୁଗଣ ବର୍ତମାନ ଜାଣନ୍ତୁ ଏହି ଡିଭାଇଜ୍ କୁ କେଉଁ ଉପକରଣ ମାନଙ୍କରେ ବ୍ଯବହାର କରି ପାରିବେ । ତେବେ ଓକିଟେଲ ପି-୨୦୦୧ ଦ୍ଵାରା ଘରୋଇ ଜିନିଷ ଯେପରିକି ମିନି ରେଫ୍ରିଜେରେଟର, କାଠ ତିଆରି ଜିନିଷ, ପ୍ରୋଜେକ୍ଟର ଆଦିକୁ ଚାର୍ଜ ପ୍ରଦାନ କରିପାରେ । ଏହା ସହିତ ମଧ୍ୟ ଘରେ ଟିଭି ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସବୁକୁ ଘଣ୍ଟା ଘଣ୍ଟା ଧରି ଚାର୍ଜ ପ୍ରଦାନ କରିଥାଏ । ଯାହା ଫଳରେ ବିନା କୌଣସି ଇଲେକ୍ଟ୍ରି ବିଲ୍ ଚିନ୍ତା କରି ଏସି ଆପଣ ଘଣ୍ଟା ଘଣ୍ଟା ଧରି ଚଲାଇ ପାରିବେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button