ଦେଶ- ବିଦେଶ

ଗାଡି ପଛରେ କୁକୁର କାହିଁକି ଭୋକେ, କାହିଁକି ଦୈାଡି ଦୈାଡି ଗୋଡାଇ ଯାଏ ?

ଆପଣ ରାସ୍ତାରେ ବାଇକରେ ଗଲେ କେବେ ନା କେବେ କୁକୁର ତ ନିହାତି ଗୋଡାଇ ଥିବ। କାର୍ ପଛରେ ମଧ୍ୟ କୁକୁର ଗୋଡାଉ ଥିବାର ଦୃ-ଶ୍ୟ ଦେଖିବାକୁ ମିଳେ, ବେଳେ ବେଳେ ବସ୍ କିମ୍ବା ଟ୍ରକ୍ ପଛରେ ମଧ୍ୟ କୁକୁର ଗୋଡାଉ ଥିବାର ଦେଖିବାକୁ ମିଳେ।

କ’ଣ ପାଇଁ କୁକୁର ଏପରି ଗାଡି ମାନଙ୍କ ପଛରେ ଗୋଡାଏ କେବେ କଣ ଏହାର କାରଣ ଖୋଜିଛନ୍ତି କି? ଅନେକ ସମୟରେ କୁକୁର ଗାଡି ପଛରେ ଗୋଡାଇବା ଫଳରେ ଗାଡିର ଡ୍ରାଇଭର ନିଜର ନିୟନ୍ତ୍ରଣ ହରାଇ ବସି ଥାଆନ୍ତି ଏବଂ ଏହାପରେ ସେମାନେ ଦୁର୍ଘ-ଟଣାର ଶି-କାର ହୋଇଥାଆନ୍ତି।

ତେବେ ମେଡିସିନ ସ୍ପେଶାଲିଷ୍ଟଙ୍କ କହିବା ମୁତାବକ ବାସ୍ତବରେ କୁକୁର ଗାଡି ଡ୍ରାଇଭର ଉପରେ କୈାଣସି ରା-ଗ ରଖି ନଥାଏ ଆଗରୁ ଗାଡି ଟାୟାରରେ ଅନ୍ୟ କୁକୁର ଛାଡି ଯାଇଥିବା ଛାପ କାରଣରୁ ଏହା ହୋଇଥାଏ।‌ କୁକୁରଙ୍କର ଶୁ-ଙ୍ଘିବା ଶକ୍ତି ଢେର୍ ଅଧିକ, ସେଥିପାଇଁ ଅନ୍ୟ ଯେକୌଣସି କୁକୁରଙ୍କ ଗନ୍ଧ ସେ ତୁରନ୍ତ ଜାଣିପାରେ।

ଅନେକ ସମୟରେ କୁକୁର କାର୍ କିମ୍ବା ବାଇକର ଚକ ଉପରେ ପରି-ସ୍ରା କରି ଦେଇଥାଏ, ତେଣୁ ଗାଡି ଯେତେବେଳେ ରାସ୍ତା ପଟେ ଚାଲିଯାଏ କୁକୁର ତାହା ଜାଣିପାରି ଗାଡି ପଛରେ ଭୋକିବା ସହିତ ଗୋଡାଇ ଥାଏ। ଆପଣ ଦେଖିଥିବେ ଯେତେବେଳେ କଲୋନୀକୁ ନୂଆ କୁକୁରଟିଏ ଆସିଥାଏ କଲୋନୀରେ ଥିବା ସମସ୍ତ କୁକୁର ଏକାଠି ହୋଇ ତାକୁ ଗୋଡାଇ ଥାଆନ୍ତି।

କାହିଁକି ନା କୁକୁରଙ୍କର ନିଜସ୍ୱ ଅଞ୍ଚଳ ରହିଛି ଯେଉଁ ଅଞ୍ଚଳରେ ସେ ଅନ୍ୟ କୁକୁରକୁ ଦେଖିବାକୁ ଚାହେଁ ନାହିଁ।ଗାଡି ଚକରେ କୁକୁରମାନେ ପରି-ସ୍ରା କରିବା ଦ୍ଵାରା କୁକୁରଙ୍କର ଗ-ନ୍ଧ ରହିଯାଏ, ବିଶେଷଜ୍ଞମାନେ କୁହନ୍ତି ଗାଡି ଚକ ଘୂରିଲେ କୁକୁରମାନେ ଭାବନ୍ତି ତାଙ୍କୁ ଅନ୍ୟ କୁକୁର ଆକ୍ର-ମଣ କରନ୍ତି ସେଥିପାଇଁ ମଧ୍ୟ କୁକୁରମାନେ ଗାଡି ପଛରେ ଗୋଡାଇ ଥାଆନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button