ଜ୍ୟୋତିଷ

ଘଣ୍ଟାକୁ ଭୁଲରେ ବି ଏହି ଦିଗରେ ଲଗାନ୍ତୁ ନାହିଁ, ନଚେତ ହୋଇଯିବେ ବର୍ବାଦ

ନିଜ ସମୟକୁ ଭଲ ବନେଇବା ପାଇଁ କିଛି ଉପାୟ କରିପାରିବେ, ଆମେ ଯେଉଁ ଘଣ୍ଟା ଘରେ ଲଗାଇଛୁ ସେ ଆମର ଭଲ ସମୟ ଆଣିବାକୁ ସାହାର୍ଯ୍ୟ କରିପାରିବ । ଆମେ ବହୁତାବର ଜୀବନର ଛୋଟ ଛୋଟ କଥାକୁ ନଜର ଅନ୍ଦାଜ କରିଥାଉ । କିନ୍ତୁ ସେହି ଜିନିଷ ଆମ ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆଜି ଆପଣଙ୍କୁ ଜଣାଇବୁ ଘଣ୍ଟାର ଠିକ ଦିଗ କେମିତି ଆପଣଙ୍କ ଜୀବନକୁ ଠିକ ଦିଗ ଦେଖାଇପାରିବ । ଏହାଛଡା କ୍ୟାଲେଣ୍ଡରକୁ କେଉଁ ଜାଗାରେ ଲଗେଇବା ଉଚିତ ଏହା ଆଜି ଆମେ ଆପଣଙ୍କୁ ଜଣାଇବୁ । ବାସ୍ତୁ ଶାସ୍ତ୍ରରେ ଘଡି ଯଦି ଗୋଲ ଓ ଅଣ୍ଡା ଆକାରର ହୋଇଥାଏ ତ ତାକୁ ସବୁଠୁ ଉତ୍ତମ ବୋଲି କୁହାଯାଇଥାଏ ।

କିନ୍ତୁ ବଜାରରେ ବହୁତ ପ୍ରକାର ଘଡି ମିଳୁଛି । ଯେଉଁଥିରେ ଘରର ସଦସ୍ୟ ଓ ଭଗବାନଙ୍କ ଫୋଟ ମଧ୍ୟ ଲଗାଯାଇଥାଏ । କିନ୍ତୁ ଘଡିରେ ଫୋଟ ଲଗାଇବା ଜମାବି ଠିକ ହୋଇନଥାଏ । ଏଥିରେ ଆପଣଙ୍କ ଘରର ସଦସ୍ୟ ଉପରେ ସମୟର ପ୍ରଭାବ ପଡିପାରେ ଓ ଭଗବଙ୍କ ଫୋଟ ଘଡିରେ ଜମାବି ଲଗାନ୍ତୁ ନାହିଁ । କାରଣ ଭଗବାନଙ୍କ ଫୋଟକୁ ଧୂପ ଦୀପ ଓ ପୂଜାର ଆବଶ୍ୟକ ହୋଇଥାଏ ଓ ଘଡିତ କେତେଦିନ ପର୍ଯ୍ୟନ୍ତ ଧୂଳିରେ ପଡି ରହିଥାଏ ।  ଏଥିରେ ଭଗବାନଙ୍କ ଅପମାନ ହୋଇଥାଏ ଓ ଏହା ଶୁଭ ହୋଇନଥାଏ ।


ଘଡିକୁ ସବୁବେଳେ ସ୍ବଚ୍ଛ ରଖନ୍ତୁ, ସମୟ ସମୟରେ ଘଡିରେ ପଡିଥିବା ଧୁଳି ଓ ବୁଢିଆଣୀ ଜାଲକୁ ସଫା କରନ୍ତୁ । ସେହି ହିସାବରେ ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ଧୁଳି ପଡିବ ନାହିଁ । ଘରେ ପୁରୁଣା ଭଙ୍ଗା ଓ ବନ୍ଦ ଘଡି ବିଲକୁଲ ଲଗାନ୍ତୁ ନାହିଁ । ଏଥିରେ ଘରେ ନକରାତ୍ମକ ଓ ଦରିଦ୍ରତା ଆସିଥାଏ । ବନ୍ଦ ପଡିଥିବା ଘଡିକୁ ଘରେ ରଖିଲେ ଜୀବନରେ ନୂଆ ସୁଯୋଗ ଆସିନଥାଏ । ସବୁ କାର୍ଯ୍ୟରେ ସଫଳତା ମିଳିନଥାଏ । ଘଡିକୁ କେବେବି ଦକ୍ଷିଣ ଦିଗରେଲଗାଇବା ଉଚିତ ହୋଇନଥାଏ, ଏହା ଯମଦେବଙ୍କ ଦିଗ ହୋଇଥାଏ କାଳର ଅନ୍ତିମ ଚକ୍ର ଏଠାରଆରମ୍ଭ ହୋଇଥାଏ ।

ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ଲଗେଇବା ପାଇଁ ଏହି ଦିଗକୁ ଅଶୁଭ ବୋଲି କୁହାଯାଇଛି । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button