ଦେଶ- ବିଦେଶ

ମହାକୁମ୍ଭ ଦଳାଚକଟାର ତଦନ୍ତ କରିବାକୁ ଗଠନ ହେଲା କମିସନ

ପ୍ରୟାଗରାଜ୍‌: ମହାକୁମ୍ଭ ଦଳାଚକଟା ତଦନ୍ତ ସମ୍ପର୍କରେ ଏକ ପ୍ରମୁଖ ସୂଚନା ହସ୍ତଗତ ହୋଇଛି। ନ୍ୟାୟିକ ତଦନ୍ତ କମିସନ ଆଜି ପ୍ରୟାଗରାଜରେ ପହଞ୍ଚିବେ ବୋଲି ସୂଚନା ରହିଛି। ଘଟଣାର ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ କମିସନ ଗଠନ କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ହର୍ଷ କୁମାରଙ୍କ ନେତୃତ୍ୱରେ ଏହି କମିସନର ସଦସ୍ୟ ତଦନ୍ତ କରିବେ।

ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭିକେ ଗୁପ୍ତା ଏବଂ ପୂର୍ବତନ ଆଇଏଏସ୍ ଅଧିକାରୀ ଡିକେ ସିଂହ କମିସନର ସଦସ୍ୟ ରହିଛନ୍ତି। କମିସନର ଗଠନ ତଦନ୍ତର ଗମ୍ଭୀରତାକୁ ଉନ୍ମୋଚନ କରୁଛି। କମିସନ ମହାକୁମ୍ଭ ସମୟରେ ଘଟିଥିବା ଘଟଣାଗୁଡ଼ିକର ତଦନ୍ତ ଆରମ୍ଭ କରିବାକୁ ପ୍ରସ୍ତୁତ, ଯାହା ପୀଡିତଙ୍କୁ ନ୍ୟାୟ ପ୍ରଦାନ କରିବ।

ଉଳ୍ଲେଖଯୋଗ୍ୟ, ମୌନୀ ଅମାବାସ୍ୟା ଦିନ ପ୍ରୟାଗରାଜ୍‌ରେ ବଡ଼ ଧରଣର ଦଳାଚକଟା ଘଟିଥିଲା । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହାର ଯାଞ୍ଚ କରିବ ଟିମ । ତେବେ ଏକମାସ ଭିତରେ ରିପୋର୍ଟ ପ୍ରଦାନ କରିବେ ଟିମ । ଅନ୍ୟପଟେ ମହାକୁମ୍ଭ ମେଳାରେ ପୁଣି ଥରେ ଯେପରି କୌଣସି ଅଘଟଣ ନଘଟେ ଏନେଇ ସତର୍କ ହୋଇଛନ୍ତି ଉତ୍ତରପ୍ରଦେଶ ସରକାର ।

ଏପରିକି ଭିଆଇପି ପ୍ରୋଟୋକଲକୁ ହଟାଇବା ସହ ଯାନବାହାନ ଚଳାଚଳ ଉପରେ ମଧ୍ୟ ନିୟମକୁ ଅଧିକ ଶକ୍ତ କରାଯାଇଛି । ରବିବାର ମହାକୁମ୍ଭରେ ତୃତୀୟ ସାହି ସ୍ନାନ । ଏହାକୁ ଦୃଷ୍ଟିରେ ରଖି ୧,୨ ଓ ୩ ତାରିଖରେ ଯାନବାହାନ ପ୍ରବେଶ କଟକଣା ରହିଛି । ଆଜି ମହାକୁମ୍ଭ ମେଳା ୧୯ଦିନରେ ପହଁଚିଛି । ଏବେ ସୁଦ୍ଧା ୩୦କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇସାରିଲେଣି । ସେପଟେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରୟାଗରାଜ ଗସ୍ତ ବାତିଲ ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button