ନିର୍ବାଚନ ପ୍ରଚାର ପାଇଁ ଦିଲ୍ଲୀ ଦଙ୍ଗା ଅଭିଯୁକ୍ତ ତାହିର ହୁସେନଙ୍କୁ ପାରୋଲ୍
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଆଇଏମଆଇଏମ ପ୍ରାର୍ଥୀ ତାହିର ହୁସେନଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତ ତାହିର ହୁସେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ନିର୍ବାଚନରେ ସେ ପ୍ରଚାର କରିପାରିବେ। ଜାନୁଆରୀ ୨୯ରୁ ଫେବ୍ରୁଆରି ୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ପାରୋଲ ମିଳିଛି।
ଦିଲ୍ଲୀ ପୁଲିସ ପକ୍ଷରୁ ପକ୍ଷ ରଖିଥିବା ଏସ୍ ଭି ରାଜୁ ଏହି ଆବେଦନକୁ ବିରୋଧ କରିଥିଲେ। ଯଦି ପ୍ରଚାର ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଜାମିନ ମଞ୍ଜୁର କରାଯାଏ, ତେବେ ଏହା ଏକ ଉଦାହରଣ ପାଲଟିବ ଏବଂ ପ୍ରଚାର ପାଇଁ କଏଦୀମାନଙ୍କୁ ଜାମିନ ଦେବା ପାଇଁ ଧାଡ଼ି ଅଦାଲତରେ ଉଠିବ ବୋଲି ସେ କହିଥିଲେ।
ତାହିର ହୁସେନ ହେଉଛନ୍ତି ମୁସ୍ତାଫାବାଦରୁ ଏଆଇଏମଆଇଏମ୍ ପ୍ରାର୍ଥୀ। ପୂର୍ବରୁ ଦିଲ୍ଲୀ ଦଙ୍ଗା ସମୟରେ ସେ ଆମ୍ ଆଦମୀ ପାର୍ଟିରେ ଥିଲେ। ସେତେବେଳେ ତାହିର ଜଣେ କାଉନସିଲର ଥିଲେ। କୋର୍ଟଙ୍କ ସର୍ତ୍ତ ଅନୁଯାୟୀ ତାହିର ହୁସେନ ସମସ୍ତ ପ୍ରତିଶ୍ରୁତି ପାଳନ କରିବେ। ଜେଲ୍ ମାନୁଆଲର ସମୟ ଅନୁଯାୟୀ ଚାର୍ଟରେ ଦର୍ଶାଯାଇଥିବା ଖର୍ଚ୍ଚର ଅଧା ଜମା କଲେ ତାଙ୍କୁ ୨୯ ଜାନୁଆରିରୁ ୦୩ ଫେବ୍ରୁଆରି ପର୍ଯ୍ୟନ୍ତ ମୁକ୍ତ କରାଯିବ। ସର୍ତ୍ତ ଅନୁଯାୟୀ ସାର୍ବଜନୀନ ବୟାନରେ ସେ ନିଜ ମାମଲା ସମ୍ପର୍କରେ କିଛି କହିବେ ନାହିଁ।ଏହି ଆଦେଶକୁ ଏକ ଉଦାହରଣ ଭାବରେ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି ।
ଦିଲ୍ଲୀ ପୁଲିସ ପକ୍ଷରୁ ପକ୍ଷ ରଖିଥିବା ଏସ୍ ଭି ରାଜୁ ଏହି ଆବେଦନକୁ ବିରୋଧ କରିଥିଲେ। ଯଦି ପ୍ରଚାର ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଜାମିନ ମଞ୍ଜୁର କରାଯାଏ, ତେବେ ଏହା ଏକ ଉଦାହରଣ ପାଲଟିବ ଏବଂ ପ୍ରଚାର ପାଇଁ କଏଦୀମାନଙ୍କୁ ଜାମିନ ଦେବା ପାଇଁ ଧାଡ଼ି ଅଦାଲତରେ ଉଠିବ ବୋଲି ସେ କହିଥିଲେ। ତେବେ ଏହାକୁ କୋର୍ଟ ଗ୍ରହଣ କରିନଥିଲେ ।