ସ୍ୱାସ୍ଥ୍ୟ

ଡାଏବେଟିସ ଭଳି ଭୟଙ୍କର ରୋଗକୁ କଣ୍ଟ୍ରୋଲ କରିବା ପାଇଁ କରନ୍ତୁ ଏହି ସହଜ କାମ

ଆଜିକାଲିର ବ୍ୟସ୍ତତା ଜୀବନ ଭିତରେ ଲୋକମାନେ ନିଜର ସ୍ୱାସ୍ଥ୍ୟ ପ୍ରତି ଠିକ ଭାବେ ଧ୍ୟାନ ଦେଇ ପାରୁନାହାଁନ୍ତି ଯେଉଁ କାରଣରୁ ସେମାନେ ସୁସ୍ଥ ରହି ପାରୁ ନାହାଁନ୍ତି । ଏହା ଦ୍ଵାରା ସେମାନଙ୍କୁ ବହୁତ ରୋଗର ଶିକାର ହେବାକୁ ପଡୁଛି । ଏଥି ମଧ୍ୟରୁ ଡାଇବେଟିସ ବର୍ତ୍ତମାନ ଏକ କମନ ରୋଗ ହେଇ ଉଭା ହେଇଛି । ଏହି ଭଳି ରୋଗ ସମାଜରେ ଅନେକ ଲୋକଙ୍କୁ ହେବାରେ ଲାଗିଛି ଯାହାକୁ ରୋକିବା ବହୁତ କଷ୍ଟ ସାଧ୍ୟ ହୋଇ ପଡୁଛି ।

କାର୍ବୋହାଇଡ୍ରେଟ୍ସ ପ୍ରତି ଧ୍ୟାନ ରଖନ୍ତୁ
କାର୍ବୋହାଇଡ୍ରେଟ୍ସ ସ୍ତରକୁ ବାରମ୍ବାର ପରୀକ୍ଷା କରିବା ଦ୍ଵାରା ଆମକୁ ଜଣା ପଡିଥାଏ କି କେତେ ଏବଂ କି ପ୍ରକାରର ଖାଦ୍ୟ ଖାଇବା ଉଚିତ । ଆପଣ ଅଧିକ ପରିମାଣରେ ପନିପରିବା, ଫଳ ଏବଂ ବିନ୍ସ ଖାଇବା ଦରକାର । ଡାଇବେଟିସ ଥିବା ଲୋକମାନଙ୍କୁ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

ପ୍ରତିଦିନ ଏକ୍ସରସାଇଜ

ଯଦି ପ୍ରତିଦିନ ସକାଳୁ ନିୟମିତ ଭାବରେ ବ୍ୟାୟାମ କରାଯାଏ ତେବେ ଶରୀର ସୁସ୍ଥ ରହିବା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରଣରେ ରହିଥାଏ ।

ସୁଗାର ମାତ୍ରାକୁ ପରୀକ୍ଷା କରନ୍ତୁ

ଶରୀରର ସୁଗାର ମାତ୍ରାକୁ ବାରମ୍ବାର ପରୀକ୍ଷା କରିବା ନିହାତି ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ଵାରା ସୁଗାର ର ମାତ୍ରା କମ କିମ୍ବା ଅଧିକ ହେଲେ ତୁରନ୍ତ ଜାଣି ହୋଇଥାଏ ।

ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ

ମୁଖ୍ଯତଃ ଆମେ ସବୁଜ ପନିପରିବା, ଫଳ, ବିନ୍ସ ର ଅଧିକ ବ୍ୟବହାର କରିବା ଓ ଫାଇବର ଯୁକ୍ତ ଫଳ ଅଧିକ ମାତ୍ରାରେ ଖାଇବା ଉଚିତ । ଖାଦ୍ୟପେୟ ର ନିୟମିତତା ସହିତ ଇଂସୁଲିନ ଇଞ୍ଜେକ୍ସନ କିମ୍ବା ହାଇପୋଗ୍ଲାମିକ ଔଷଧ ନେବା ଦ୍ଵାରା ଶରୀରର କାର୍ବୋହାଇଡ୍ରେଟ ସ୍ତର ନିୟନ୍ତ୍ରଣରେ ରହିଥାଏ । ଧୂମ୍ରପାନ କରିବା ଦ୍ଵାରା ମଣିଷର ସୁଗାର ସ୍ତର ବଢି ଯାଇଥାଏ ଏଥିପାଇଁ ଡାଇବେଟିସ ଥିବା ଲୋକମାନେ କେବେ ହେଲେ ଧୂମ୍ରପାନ କରନ୍ତୁ ନାହିଁ ।

ଶରୀରର ଓଜନକୁ ଯଦି ୧୦ କିଲୋ କମ କରାଯାଇ ପାରେ ତାହେଲେ ଆମେ ଡାଇବେଟିସ ଭଳି ଭୟଙ୍କର ରୋଗକୁ ନିୟନ୍ତ୍ରଣ କରି ପାରିବା । ଆଶା କରୁଛୁ ଆପଣଙ୍କୁ ଆମର ଟିପ୍ସ ଗୁଡିକ ପସନ୍ଦ ଆସିଥିବ । ଭଲା ଲାଗିଥିଲେ ଏହାକୁ ଶେୟାର କରି ଏହିପରି ଅନେକ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button