ଦେଶ- ବିଦେଶ

ପୁରୁଷଙ୍କ ପାଇଁ ଅତି ବିପଜ୍ଜନକ ଅଟେ ଏହି ୫ ଅଭ୍ୟାସ, ଆପଣଙ୍କୁ କରାଇପାରେ ନପୁଂସକ ଆଜିଠୁ ହିଁ ଛାଡ଼ନ୍ତୁ

ଆଜିକାଲି ଅନେକ ପୁରୁଷଙ୍କ ଥରେ ଯୌନ ସମସ୍ୟା ଦେଖା ଦେଉଛି। ପ୍ରାୟତଃ ଏଭଳି କ୍ଷେତ୍ରରେ ସେମାନଙ୍କର ଶୂକ୍ରାଣୁ ସଂଖ୍ୟା ଏବଂ ଗୁଣବତ୍ତା କମ ହେବାକୁ ଲାଗିଥାଏ, ଯାହାର ପରିଣାମ ସ୍ୱରୂପ ପୁରୁଷମାନଙ୍କ ଠାରେ ବନ୍ଧ୍ୟାକରଣ ପରି ସମସ୍ୟା ଦେଖା ଦେଇଥାଏ। ତେବେ, ନିକଟରେ ହୋଇଥିବା କେତେକ ସର୍ବେକ୍ଷଣ ଅନୁଯାଇ ବିଶେଷଜ୍ଞମାନେ ପୁରୁଷମାନଙ୍କର କେତେକ ବଦ ଅଭ୍ୟାସକୁ ଏଥିପାଇଁ ଦାୟୀ କରିଛନ୍ତି:-

୧. କେତେକ ଲୋକେ ନିଜ କୋଳ ଉପରେ ଲ୍ୟାପଟପ ରଖି ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ, ଏଥିରୁ ବାହାରୁଥିବା ଅଧିକ ଉତ୍ତାପର ଖରାପ ପ୍ରଭାବ ଯୌନଙ୍ଗ ଏବଂ ଅଣ୍ଡକୋଷ ଉପରେ ପଡିଥାଏ।

୨. ସେହିପରି ଅତ୍ୟଧିକ ଗରମ ପାଣିରେ ଗାଧୋଇବା ଦ୍ୱାରା ମଧ୍ୟ ଶୂକ୍ରାଣୁର ଗୁଣ ନଷ୍ଟ ହୋଇଯିବାର ସମ୍ଭାବନା ରହିଥାଏ।

୩. ଯଦି ଆପଣ କାର୍ବୋନେଟ ୱାଟର୍ ଏବଂ ମୃଦୁ ପାନୀୟ ପିଉଛନ୍ତି ତେବେ ଏହା ଶରୀରରେ ସର୍କରାର ମାତ୍ରା ବଢ଼ାଇଥାଏ। ଏହା ଦ୍ୱାରା ନପୁଂସକତା ଓ ସ୍ପର୍ମ କ୍ୱାଲିଟି ଖରାପ ହେବାର ଆଶଙ୍କା ରହିଥାଏ।

୪. ଅତ୍ୟଧିକ ଚାପରେ ରହିବା ଦ୍ୱାରା ଶରୀରରେ ହରମୋନ୍ ଓ ଶାରୀରିକ ପରିବର୍ତ୍ତନ ଦେଖାଦେଇଥାଏ। ଫଳରେ ଏହା ଶୁକ୍ରାଣୁର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ।

୫. ପୁରୁଷମାନଙ୍କର ଟାଇଟ୍ ଅନ୍ତଃବସ୍ତ୍ର ପିନ୍ଧିବାର ଅଭ୍ୟାସ ମଧ୍ୟ ଯୌନ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପକାଇଥାଏ। ଏହା ଯୌନାଙ୍ଗକୁ ହେଉଥିବା ରକ୍ତ ପ୍ରଭାବ କୁ ଅବରୋଧ କରିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button