ଦେଶ- ବିଦେଶ

ଚୀନ୍ ନିବେଶକଙ୍କୁ ଲାଞ୍ଚ ମାଗୁଛନ୍ତି ପାକିସ୍ତାନ ପୁଲିସ: ସିନ୍ଧ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ

ଇସଲାମାବାଦ:ପାକିସ୍ତାନରେ ବିପୁଳ ପରିମାଣରେ ପୁଞ୍ଜି ବିନିଯୋଗ କରିଥିବା ଚୀନ୍‌ର ବ୍ୟବସାୟୀଙ୍କଠାରୁ କରାଚିରେ ଲାଞ୍ଚ ମଗା କରାଯାଉଛି। କରାଚିରେ ୬ ଜଣ ଚୀନ୍ ନିବେଶକ ପୁଲିସ ବିରୋଧରେ ହଇରାଣ ଓ ନିର୍ଯାତନା ଅଭିଯୋଗ ସିନ୍ଧ ହାଇକୋର୍ଟରେ କରିଛନ୍ତି।

ଲାଞ୍ଚ ମଗାଯିବା ନେଇ ନିବେଶକମାନେ ନିରାଶ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି, ଯଦି ଏହା ଜାରି ରହେ ତେବେ ସେମାନେ ନିଜ ଦେଶକୁ ଫେରିଯିବେ କିମ୍ବା ଲାହୋରରେ ଏକଜୁଟ ହେବେ। ଚୀନ୍ ନିବେଶକମାନେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ପାକିସ୍ତାନୀ ୱେବସାଇଟ୍ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଚୀନ୍ ନିବେଶକମାନେ କହିଛନ୍ତି ଯେ, ବିମାନବନ୍ଦରଠାରୁ ଆରମ୍ଭ କରି ସେମାନଙ୍କ ଘର ପର୍ଯ୍ୟନ୍ତ ପୁଲିସମାନେ ବାରମ୍ବାର ଲାଞ୍ଚ ମାଗୁଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ମୁକ୍ତ ଭାବରେ ବୁଲିବା ଏବଂ ବ୍ୟବସାୟିକ ସଭା କରିବା ପାଇଁ ବାରଣ କରାଯାଇଛି।

ଚୀନ୍‌ର ନିବେଶକଙ୍କ ଆବେଦନ ଉପରେ ସିନ୍ଧ୍ ହାଇକୋର୍ଟ ଆଇଜି ପୁଲିସଙ୍କୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି। ଏହି ବିକାଶ ଏକ ସମୟରେ ଘଟିଛି ଯେତେବେଳେ ସିନ୍ଧ୍ ପ୍ରଦେଶ ସରକାର ଚାଇନାର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

କରାଚିରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୂଚାଇ ଚୀନ୍‌ର ୬ଜଣ ନିବେଶକ ଜାନୁଆରି ୨୪ରେ ସିନ୍ଧ୍ ହାଇକୋର୍ଟରେ ଆବେଦନ କରିଛନ୍ତି।

ଏହି ଆବେଦନରେ ନିବେଶକମାନେ ଅଭିଯୋଗ କରିଛନ୍ତି ଯେ, ପୁଲିସ ବିନା ଟଙ୍କାରେ କୌଣସି କାମ କରିବାକୁ ଚାହୁଁନାହିଁ। ସେମାନ‌େ କହିଛନ୍ତି, ବୁଲେଟପ୍ରୁଫ୍ ଯାନ ନାମରେ ବିମାନ ବନ୍ଦରରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଲାଞ୍ଚ ନେବା ପରେ ପୁଲିସ କର୍ମଚାରୀମାନେ ସୁରକ୍ଷା ଏବଂ ଯାନ ଯୋଗାଇଥାନ୍ତି। ନିବେଶକମାନେ ଏହା ମଧ୍ୟ କହିଛନ୍ତି ଯେ, ସେମାନଙ୍କୁ ବ୍ୟବସାୟିକ ସଭା କରିବାକୁ ବାରଣ କରାଯାଇଛି। ଏହା ସେମାନଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାଉଛି।
ଅଧିକ ପଢ଼ନ୍ତୁ: କୁରାନର ଅପମାନ ନେଇ ଡେନମାର୍କ କଠୋର: ପ୍ରଥମ ଥର ପାଇଁ ବଡ଼ ନିଷ୍ପତ୍ତି

ସିନ୍ଧ୍‌ର ବରିଷ୍ଠ ମନ୍ତ୍ରୀ ଶାର୍ଜିଲ ଇନମ ମେମନ୍ ଗତ ମାସରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, କେନ୍ଦ୍ର ଏବଂ ପ୍ରାଦେଶିକ ସରକାର ବିଦେଶୀ ନିବେଶକଙ୍କୁ ସ୍ୱାଗତ କରୁଛନ୍ତି। ସିନ୍ଧ୍ ସରକାର ପବ୍ଲିକ୍-ପ୍ରାଇଭେଟ୍ ଭାଗିଦାରୀ ମୋଡ୍‌ରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ନିବେଶକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

ସେ କହିଥିଲେ, ସିନ୍ଧ୍ ସରକାରଙ୍କ ତରଫରୁ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଚୀନ୍ ନିବେଶକଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତାଙ୍କ ପ୍ରତିଶ୍ରୁତି ସତ୍ତ୍ବେ ଚୀନ୍‌ର ନିବେଶକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button