ଜ୍ୟୋତିଷ

ବିବାହିତା ନାରୀ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ, ପରିବାର ଉପରେ ପଡିପାରେ ସଙ୍କଟ

ଆପଣମାନେ ଜାଣିଥିବେ ହିନ୍ଦୁ ଧର୍ମରେ ନାରୀମାନଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଥାଏ । କାରଣ ତାଙ୍କ ଦ୍ଵାରା ହୋଇଥିବା ଭଲ କିମ୍ବା ଖରାପ କର୍ମର ଫଳ ସମ୍ପୂର୍ଣ ପରିବାରକୁ ମିଳିଥାଏ । କଥାରେ ଅଛି ଯେଉଁ ଘରର ମହିଳାମାନେ ସଂସ୍କାରୀ ଏବଂ ସମସ୍ତ କାର୍ଯ୍ୟ ନିୟମ ପୂର୍ବକ ନିର୍ବାହ କରିଥାନ୍ତି ସେହି ପରିବାରରେ ସୁଖ ସମୃଦ୍ଧି ବଢିଥାଏ । ସେହିପରି ଯେଉଁ ଘରେ ମହିଳାମାନେ ନିୟମ ପୂର୍ବକ କାର୍ଯ୍ୟ କରିନଥାନ୍ତି ସେହି ଘରେ ଦରିଦ୍ରତାର ସଙ୍କଟ ପଡିଥାଏ । ଘରର ମହିଳାମାନେ ନା କେବଳ ଘର ସମ୍ଭାଳିଥାନ୍ତି ସେମାନେ ସମ୍ପୂର୍ଣ ପରିବାରର ଦାଇତ୍ଵ ନେଇଥାନ୍ତି ।

ଶାସ୍ତ୍ରରେ ଏମିତି ଅନେକ ନିୟମ ଅଛି ଯାହାର ପାଳନ ଯଦି ସଠିକ ରୂପରେ ନହୁଏ ତେବେ ପରିବାର ଉପରେ ସଙ୍କଟ ପଡିଥାଏ । ବିଶେଷକରି ମହିଳାଙ୍କୁ ନେଇ ଅନେକ ମହତ୍ବପୂର୍ଣ ନିୟମ ଅଛି ଯାହାକୁ ପାଳନ କରିବା ଅତ୍ୟାବଶ୍ୟକ ଅଟେ । ଏହି ପୋଷ୍ଟରେ ଆମେ ଏପରି କିଛି କାର୍ଯ୍ୟ ବିଷୟରେ ଜାଣିବା ଯାହା ମହିଳାଙ୍କ ପାଇଁ ନିଷେଧ ଅଟେ । ଶାସ୍ତ୍ର ଅନୁସାରେ ଏହି ସବୁ କାର୍ଯ୍ୟଠାରୁ ମହିଳାମାନଙ୍କୁ ଦୂରତା ଅବଲମ୍ବନ କରିବାକୁ ପଡିବ ।

ଆସନ୍ତୁ ଏହି କାର୍ଯ୍ୟ ବିଷୟରେ ଜାଣିବା-
ସନ୍ଧ୍ୟା ସମୟରେ ଘରର ମହିଳାମାନଙ୍କୁ ଶୋଇବା ନିଷେଧ । ଯେଉଁ ଘରର ମହିଳାମାନେ ସନ୍ଧ୍ୟା ସମୟରେ ଶୟନ କରନ୍ତି ସେହି ଘରକୁ ଦାରିଦ୍ରତାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗେଇବା ନିଷେଧ ଅଟେ । ଏହା କରିବା ଦ୍ଵାରା ଘରକୁ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡିଥାଏ ।

ଯେଉଁ ଘରର ମହିଳାମାନେ ପ୍ରତେକ କଥାରେ ଝଗଡା କରନ୍ତି ଏବଂ ଅଳସୁଆ ହେଇଥାନ୍ତି ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ଯେଉଁ ଘରେ ରାତିରେ ଅଇଁଠା ବାସନ ରଖା ହେଇଥାଏ ସେହି ଘରେ ଧନର ଅଭାବ ଘଟିଥାଏ । ଘରର ମହିଳାମାନେ କେବେବି କବାଟକୁ ଗୋଇଠା ମାରିବା ନିଷେଧ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହେଇଥାନ୍ତି । କାହିଁକି ନା କବାଟରେ ମା ଲକ୍ଷ୍ମୀ ବାସ କରନ୍ତି ସେଥିପାଇଁ ଏମିତି କରନ୍ତୁ ନାହିଁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button