ସ୍ୱାସ୍ଥ୍ୟ

ଯଦି ଫିଙ୍ଗି ଦେଉଛନ୍ତି ବାସୀ ରୁଟି ତାହେଲେ ଜାଣି ରଖନ୍ତୁ ଏହାର ଲାଭକାରୀ ଗୁଣ

ଯଦି ଆପଣ ବି ନିଜ ଘର ବାସୀ ରୁଟି ଫିଙ୍ଗି ଦେଉଛନ୍ତି ତାହେଲେ ଆଗ ତା ଲାଭକାରୀ ଗୁଣ ବିଷୟ ରେ ଜାଣନ୍ତୁ, ବାସୀ ଖାଇଲେ କେତେ ପ୍ରକାର ରୋଗ ଦୂର ହୋଇଥାଏ । ଅଧ୍ୟୟନ ରେ ପୃଷ୍ଟି ହୋଇଛି କି ବାସୀ ରୁଟି ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ଅଟେ । ପ୍ରାୟତଃ ଆମେ ବାସୀ ରୁଟି ଫିଙ୍ଗି ଥାଉ ତ ଆସନ୍ତୁ ଜାଣିବା ଏହା ଗୁଣ ବିଷୟ ରେ, ଯାହା ଜାଣିବା ପରେ ଆପଣ କେବେବି ଏହାକୁ ଫିଙ୍ଗିବେ ନାହିଁ ।

ବାସୀ ରୁଟି ରେ ଅଧିକ ପୋଷ୍ଟିକ ତତ୍ଵ ରହିଥାଏ, ବାସୀ ରୁଟି ରେ ଅଧିକା ପ୍ରୋଟିନ ଥାଏ ଯାହା ଆମକୁ ଅଧିକ ଊର୍ଜା ଦେଇଥାଏ ।

ଡାଇବେଟିକ ଲୋକଙ୍କ ପାଇଁ ଲାଭକାରୀ :
ବାସୀ ରୁଟି ଖାଇଲେ ଶରୀର ବ୍ଲଡ ଗ୍ଳୁକୋଜ ନିୟନ୍ତ୍ରଣ ରେ ରହେ, ସେଥିପାଇଁ ଡାଇବେଟିଜ ଲୋକଙ୍କ ପାଇଁ ବାସୀ ରୁଟି ଅତ୍ୟନ୍ତ ଲାଭକାରୀ ଅଟେ । ଡାଇବେଟିଜ ରୋଗୀମାନଙ୍କୁ ସକାଳେ ବାସୀ ରୁଟି ଥଣ୍ଡା କ୍ଷୀର ସହ ଖାଇବା ଉଚିତ । ପ୍ରତ୍ୟକ ଦିନ ଏହାକୁ ଖାଇଲେ ଆପଣଙ୍କ ମଧୁମେହ ସମସ୍ୟା ନିୟନ୍ତ୍ରଣ ରେ ରହିବ ।

ବ୍ଲଡ ପ୍ରେସର କଣ୍ଟ୍ରୋଲ :
ବାସୀ ରୁଟି ଖାଇଲେ ବ୍ଲଡ ପ୍ରେସର କଣ୍ଟ୍ରୋଲ ରେ ରହିଥାଏ, ଆପଣ ଥଣ୍ଡା କ୍ଷୀର ରେ ବାସୀ ରୁଟି ଖାଆନ୍ତୁ ଆପଣଙ୍କ ବ୍ଲଡ ପ୍ରେସର କଣ୍ଟ୍ରୋଲ ରେ ରହିବ ।

ପେଟ ସମସ୍ଯା :
ବାସୀ ରୁଟି ଖାଇଲେ ପେଟ ର ବହୁତ ପ୍ରକାର ସମସ୍ଯା ଦୂର ହୋଇଥାଏ, ଯଦି ଆପଣଙ୍କୁ ଏସିଡିଟି ର ସମସ୍ୟା ଅଛି ତାହେଲେ ବାସୀ ରୁଟି ଖାଆନ୍ତୁ । ବାସୀ ରୁଟି ରେ ଫାଇବର ଥାଏ ଯାହା ଦ୍ଵାରା ଆମ ଡାଇଜେଷ୍ଟିବ ସିଷ୍ଟମ ଭଲ ରୁହେ ଏବଂ ପେଟ ସମସ୍ଯା ଦୂର କରିଥାଏ । ନିଶ୍ଚୟ ଖାଇକି ଦେଖନ୍ତୁ ।

ଯଦି ଆପଣ ୱର୍କଆଉଟ କରୁଛନ୍ତି ତାହେଲେ ବାସୀ ରୁଟି ଆପଣଙ୍କ ପାଇଁ ଲାଭକାରୀ ଅଟେ, ଏହା ଦ୍ଵାରା ଆପଣଙ୍କ ମସଲ ଷ୍ଟ୍ରଙ୍ଗ ହୋଇଥାଏ ଏବଂ ଆପଣଙ୍କ ଶରୀର ତାପମାନ ନିୟନ୍ତ୍ରଣ ରେ ରହିଥାଏ । ଯଦି ଆପଣ ସ୍ୱାସ୍ଥ୍ୟ କୁ ଠିକ ରଖିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଆଜିଠୁ ବାସୀ ରୁଟି ଖାଇବା ଆରମ୍ଭ କରନ୍ତୁ ।

 

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button