ଦେଶ- ବିଦେଶ

ମହିଳାଙ୍କ କେଶର ଲମ୍ବ ୧୧୦ ଫୁଟ୍

ଫ୍ଲୋରିଡା : ପ୍ରତ୍ୟେକ ମହିଳାଙ୍କ ମୁଣ୍ଡରେ କେଶ ସେମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ । ସେଥିଲାଗି ସମସ୍ତେ ଲମ୍ବା ଓ ଘନ କେଶ ରଖିବାକୁ ପସନ୍ଦ କରିଥାନ୍ତି । ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି । ଘରୋଇ ଉପଚାର କରିବା ସହ ବଜାରରେ ମିଳୁଥିବା ସାମଗ୍ରୀ ମଧ୍ୟ ବ୍ୟବହାର କରିଥାନ୍ତି । ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ହେବା ସମ୍ଭବ ହୋଇ ନ ଥାଏ । ହେଲେ ଫ୍ଲୋରିଡ଼ାର ଜଣେ ମହିଳା ଲମ୍ବା ଓ ଘନ କେଶ ରଖି ଚର୍ଚ୍ଚାକୁ ଆସିଛନ୍ତି । କେବଳ ସେତିକି ନୁହେଁ, ଏହି ଲମ୍ବା ଓ ଘନ କେଶ ଯୋଗୁ ତାଙ୍କ ନାମ ଗିନିଜ୍ ବୁକ୍ ୱାଲର୍ଡ଼ ରେକର୍ଡ଼ରେ ସ୍ଥାନ ପାଇଛି ।

କ୍ଲେରମୋଣ୍ଟର ଆଶା ମଣ୍ଡେଲା । ସେ କେଶ ରଖିବାକୁ ବହୁତ ଭଲପାଆନ୍ତି । ତାଙ୍କର କେଶ ଏତେ ଲମ୍ବା ଯେ, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତାଙ୍କ କେଶର ଲମ୍ବା ହେଉଛି ୩୩.୫ ମିଟର ବା ୧୧୦ ଫୁଟ୍‌। ତାଙ୍କ କେଶର ଓଜନ ୧୯ କେ.ଜି.। ତାଙ୍କର ଏହି କେଶ ଦୁନିଆର ସବୁଠୁ ଲମ୍ବା କେଶ । ଏହାକୁ ନେଇ ସେ ରେକର୍ଡ଼ କରିଛନ୍ତି , ଯାହାକୁ ଆଜିଯାଏ କେହି ଭାଙ୍ଗି ପାରିନାହାନ୍ତି । ଏନେଇ ଆଶା କୁହନ୍ତି, ଦୀର୍ଘ ୪୪ ବର୍ଷ ପୂର୍ବେ ସେ ତାଙ୍କ କେଶ ବଢାଇବା ଆରମ୍ଭ କରିଥିଲେ। ସେ ତାଙ୍କ କେଶର ନାଁ ‘କୋବ୍ରା ବେବି’ ରଖିଛନ୍ତି। ଶୋଇଲା ସମୟରେ ସେ ତାଙ୍କ କେଶକୁ ଏକ ସ୍ଥାନରେ ବାନ୍ଧିଦିଅନ୍ତି। ବଳକା କେଶକୁ ଧରି ଶୋଇଥାନ୍ତି।

ଆଶା ଆହୁରି କହିଛନ୍ତି ଯେ, ତାଙ୍କ ସ୍ୱାମୀ ଇମାନୁଏଲ ଚେଗେ ଜଣେ ପେସାଦାର ହେୟାରଷ୍ଟାଇଲିଷ୍ଟ। ସେ ତାଙ୍କ କେଶର ବଡ଼ ଫ୍ୟାନ । ସେ ହିଁ ତାଙ୍କ କେଶର ଯତ୍ନ ନେଇଥାନ୍ତି। କେଶ ଧୋଇବାଠୁ ଆରମ୍ଭ କରି ଶୁଖାଇବା ପର୍ଯ୍ୟନ୍ତ ସବୁ ସେ ହିଁ କରିଥାନ୍ତି। ତାଙ୍କର ଏହି କେଶ ଶୁଖିବାକୁ ପ୍ରାୟ ୨ ଦିନ ଲାଗିଯାଏ। ସପ୍ତାହକୁ ଥରେ କେଶ ଧୋଇଥାନ୍ତି। ଥରେ କେଶ ଧୋଇଲେ ୭ ବଟଲ୍ ଶାମ୍ପୁର ଆବଶ୍ୟକ ହୋଇଥାଏ। କେଶକୁ ଛୋଟ ଛୋଟଭ ।ଗ କରି ବାନ୍ଧି ଦିଅନ୍ତି ତାଙ୍କ ସ୍ୱାମୀ। କେଶ ତଳେ ଘୋଷାରି ନ ହେବା ପାଇଁ ସେ ସବୁ ସମୟରେ କପଡାରେ କେଶକୁ ବାନ୍ଧି ରଖିଥାନ୍ତି।

The Aarnika
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button