ଦେଶ- ବିଦେଶ

ସୈଫଙ୍କୁ ନେଇ ରାଜନୀତି ଆରମ୍ଭ: କଂଗ୍ରେସ-ଟିଏମସିକୁ କ୍ଷମା ମାଗିବାକୁ କହିଲା ବିଜେପି

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଥାନେ ୱେଷ୍ଟରୁ ମୁମ୍ବାଇ ପୁଲିସ ଗିରଫ କରିଛି। ରାତ୍ରି ପ୍ରାୟ ୨-୩ରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଏଥିପାଇଁ ପୁଲିସ ୧୦୦ଅଧିକାରୀଙ୍କ ଏକ ଟିମ୍ ଗଠନ କରିଥିଲା। ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଶରିଫୁଲ ଇସଲାମ ଚୋରି ଉଦ୍ଦେଶ୍ୟରେ ଚଳଚ୍ଚିତ୍ର ଅଭିନେତା ସୈଫ ଅଲି ଖାନଙ୍କ ଘରେ ପ୍ରବେଶ କରିଥିଲେ।

ସେ ଭାବିଥିଲେ ଯେ ସେ ଚୋରି କରି ଚାଲିଯିବେ, କିନ୍ତୁ ତାହା ହୋଇପାରିଲା ନାହିଁ। କୁହାଯାଉଛି ଯେ, ଏହା ‌ସୈଫ ଅଲି ଖାନଙ୍କ ଘର ବୋଲି ଅଭିଯୁକ୍ତ ଜାଣି ନଥିଲେ। ବର୍ତ୍ତମାନ ଏହି ବିଷୟରେ ରାଜନୀତି ଆରମ୍ଭ ହୋଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି କଂଗ୍ରେସ ଏବଂ ଟିଏମସି ଉପରେ ଅଭିଯୋଗ ଆଣିଛନ୍ତି।
ଅମିତ ମାଲବ୍ୟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ମହମ୍ମଦ ସରିଫୁଲ ଇସଲାମ ବାଂଲାଦେଶର ଜଣେ ବେଆଇନ ବାସିନ୍ଦା ଏବଂ ହିନ୍ଦୁ ପରିଚୟ ଗ୍ରହଣ କରିଛନ୍ତି। କଂଗ୍ରେସ, ଟିଏମସି ଏବଂ ଭାରତର ଅନ୍ୟ ରାଜନୈତିକ ଦଳମାନେ ଏଭଳି ପ୍ରବାସୀମାନଙ୍କୁ ନିଜ ଭୋଟ୍ ବ୍ୟାଙ୍କ ପାଇଁ ବ୍ୟବହାର କରୁଛନ୍ତି ଏବଂ ହିନ୍ଦୁମାନଙ୍କୁ ବଦନାମ କରିବା ପାଇଁ ଏହି ଘଟଣାରେ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ, ଟିଏମସି ଏନେଇ କ୍ଷମା ମାଗିବା ଉଚିତ୍।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button