ଦେଶ- ବିଦେଶ

କଳା ପଡିଯାଇଥିବା ପିଆଜଠୁ ରୁହନ୍ତୁ ଦୂରେଇ, ନଚେତ୍‌ ହୋଇପାରେ ବଡ କ୍ଷତି.

ନୂଆଦିଲ୍ଲୀ ୨୭।୧୦: ବିନା ପିଆଜରେ ଖାଦ୍ୟରେ ଆସେନି ସ୍ବାଦ । ପିଆଜ ଶରୀର ପାଇଁ ଅନେକ ଲାଭଦାୟକ । କିନ୍ତୁ ଅନେକ ସମୟରେ ନଜର କରିଥିବେ ପିଆଜର ଉପରି ଭାଗରେ କଳା ଦାଗ ରହିଥିବା । ପ୍ରାୟତଃ ସମସ୍ତେ ପିଆଜର ଏହି ଅଂଶକୁ କାଟିକି ଫୋପାଡି ଦିଅନ୍ତି । କିନ୍ତୁ ଜାଣନ୍ତି କି ଏହା ସ୍ବାସ୍ଥ୍ୟା ପାଇଁ ଲାଭଦାୟକ ନା କ୍ଷତିକାରକ । ଆସନ୍ତୁ ଜାଣିବା…

ପିଆଜକୁ ଛଡ଼ାଇବା ସମୟରେ ଯଦି କଳା ଦାଗ ରହିଥାଏ ତେବେ ଏହା ସ୍ବାସ୍ଥ୍ୟା ପାଇଁ ହାନିକାରକ । ଏହା ମ୍ୟୁକର୍ମାଇକୋସିସର ରୋଗର କାରଣ ପାଲଟିପାରେ । ବାସ୍ତବରେ ପିଆଜରେ ମିଳୁଥିବା ଏହି କଳା ଦାଗକୁ ଆସପର୍ଗିଲସ୍ ନାଇଜର କୁହାଯାଏ। ଏହା ଏକ ପ୍ରକାରର କବକ । ଯାହା ମାଟିରେ ମିଳିଥାଏ। ଏହି କଳା ଦାଗ ମ୍ୟୁକର୍ମାଇକୋସିସ୍ ନୁହେଁ। କିନ୍ତୁ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି କଳା ଦାଗ ଏକ ପ୍ରକାର ବିଷାକ୍ତ ପଦାର୍ଥ ନିର୍ଗତ କରେ।

ପିଆଜର ଏହି ଅଂଶକୁ ସମ୍ପୂର୍ଣ୍ଣ କାଟି ଫିଙ୍ଗି ଦେବା ପରେ ପିଆଜ ସେବନ କରିବା ଅଧିକ କ୍ଷତିକାରକ ନୁହେଁ। ମାତ୍ର ଯେଉଁମାନଙ୍କର ପୂର୍ବରୁ ହିଁ ଏଲର୍ଜି ରହିଛି, ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ସେମାନେ ଏହି କଳା ପରସ୍ତ ପିଆଜରୁ ଦୂରେଇ ରହିବା ଭଲ।

ଏମିତିକି ଶ୍ବାସରୋଗରେ ପୀଡ଼ିତ ଲୋକମାନେ ଏହାକୁ ଖାଇବା ଉଚିତ୍ ନୁହେଁ । ଏହି କଳାଦାଗ ଥିବା ପିଆଜ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, ବାନ୍ତି, ବ୍ୟସ୍ତତା ଅନୁଭବ, ପେଟରେ ଯନ୍ତ୍ରଣା ଆଦି ସମସ୍ୟା ହୋଇଥାଏ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button