ଚାକିରୀ ଏବଂ ବିବାହ ହେଇପାରୁନଥିଲେ କ’ଣ କରିବେ ?

ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଭଲ ଭଲ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।
1- ପ୍ରତିଦିନ ଦୁଇ ଗ୍ଳାସ ଉଷୁମ ପାଣି ପିଇଲେ ହଜମ ଭଲ ହେବା ସହିତ ହୃଦରୋଗ ଆଶଙ୍କା କମ୍ ହୋଇଥାଏ ।
2- ଖାଇ ସାରିବା ପରେ ଗାଧାନ୍ତୁ ନାହିଁ । କିମ୍ବା ସଙ୍ଗେ ସଙ୍ଗେ ଶୂଅନ୍ତୁ ନାହିଁ । ଏହା ଶରୀର ପାଇଁ କ୍ଷତି କାରକ ହୋଇଥାଏ । ବସିଲା ବେଳେ ଅଣ୍ଟା ସିଧା କରି ବସିଲେ ଅଣ୍ଟା ବିନ୍ଧା ଭଲ ହେବା ସହିତ ମେରୁଦଣ୍ଡ ଠିକ ରହିଥାଏ ।
3- ଘରର ଡ୍ରଇଙ୍ଗ ରୁମ୍ ରେ ସାଧୁସନ୍ଥଙ୍କ ଆଶ୍ରୀବାଦ ଦେଉଥିବା ଫୋଟ ଲଗାଇଲେ ବହୁତ ଶୁଭ ହୋଇଥାଏ ।
4- ଠାକୁର ଘରେ ଶଙ୍ଖ ରଖିଲେ । ଏଥିସହ ଶଙ୍ଖ ବଜାଇଲେ ଘରର ଆର୍ଥିକ ସମସ୍ଯା ଦୂର ହୋଇଥାଏ ।
5- ଠାକୁର ଘରେ କର୍ପୁର ରଖିଲେ । ଏଥିସହ କର୍ପୁର ଜଳାଇଲେ । ମନରୁ ଅଶାନ୍ତି ଦୂର ହୋଇ ଶାନ୍ତି ଆସିଥାଏ ।
6- ଯଦି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଲାଗୁଥାଏ । ତେବେ ଶୁକ୍ରବାର ଦିନ ମା’ କାଳୀଙ୍କୁ ଦର୍ଶନ କରିଲେ । ଦାମ୍ପତ୍ୟ ଜୀବନ ଭଲରେ ବିତିଥାଏ ।
7- ଯେଉଁ ଜାଗାରେ ବର ଗଛ କିମ୍ବା ଓସ୍ତ ଗଛ ଅଛି । ସେହି ସ୍ଥାନରେ ଘର ନିର୍ମାଣ କରିଲେ ଅଶୁଭ ହୋଇଥାଏ ।
8- ନିଜ ମନକୁ ନିୟନ୍ତ୍ରଣରେ ରଖୁଥିବା ଲୋକ ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇପାରିଥାଏ ।
9- ଯଦି ଆପଣଙ୍କ କୌଣସି ଇଛା ପୂରଣ ହେଉନଥାଏ । ତେବେ ଜାଣି ରଖନ୍ତୁ । ଆପଣଙ୍କୁ କିଛି ଅଲଗା ଜିନିଷ ମିଳିବାର ଅଛି ।
10- ଯେଉଁ କାର୍ଯ୍ୟ ଆପଣ ଖୁସି ହୋଇ କରନ୍ତି । ସେହି କାର୍ଯ୍ୟ ଆପଣଙ୍କୁ ଖୁସି ଓ ସଫଳତା ଦେଇଥାଏ ।
11- ଶୋଇବା ଘରେ କେବେବି ଅଇଁଠା ବାସନ ରଖନ୍ତୁ ନାହିଁ । ଏହାଦ୍ବାରା ସ୍ଵାସ୍ଥ ସମସ୍ଯା ଦେଖାଦେଇଥାଏ ।
12- ଯଦି ଖରାପ ସ୍ଵପ୍ନ ଦେଖୁଥାନ୍ତି । ତେବେ ମୁଣ୍ଡ ପାଖରେ ଲୁହ ଜିନିଷ ରଖି ଶୋଇବା ଉଚିତ ।
13- ବିବାହ ବିଳମ୍ବ ହେଉଥିଲେ । ଗୁରୁବାର ଦିନ ହଳଦିଆ ବସ୍ତ୍ର ପିନ୍ଧନ୍ତୁ । ଏଥିସହ ଘରେ ରାଧାକୃଷ୍ଣଙ୍କ ମୂର୍ତ୍ତି ରଖନ୍ତୁ ।
14- ଯଦି ଚାକିରୀ ମିଳୁନଥାଏ । ତେବେ ସକାଳୁ ଉଠି ସାତ ପ୍ରକାର ଦାନା ମିଶାଇ ପକ୍ଷୀକୁ ଖାଇବାକୁ ଦିଅନ୍ତୁ । ଯାହା ଫଳରେ ଆପଣଙ୍କୁ ଖୁବ ଶୀଘ୍ର ଆପଣଙ୍କ ମନ ପସନ୍ଦର ଚାକିରୀଟିଏ ମିଳିଯିବ ।
15- ସ୍ଵାମୀ ଓ ସ୍ତ୍ରୀ ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଘରେ ରାଧାକୃଷ୍ଣଙ୍କ ଫୋଟ ଲଗାଇବା ଉଚିତ ।