ରାଜ୍ୟ

ମା’ ସମଲେଶ୍ଵରୀ ମନ୍ଦିର ପଛରେ ଥିବା ସତ୍ୟ ଘଟଣା

ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ହେଉଛନ୍ତି ମା’ ସମଲେଶ୍ଵରୀ । ତେବେ ସମ୍ବଲପୁରରେ ମାଆ ସମଲେଇଶ୍ଵରଙ୍କର ପୂଜା କିପରି ଭାବେ ଓ କେଉଁ କାଳରୁ ଆରମ୍ଭ ହୋଇଛି ସେହି ସମ୍ପର୍କରେ ଆସନ୍ତୁ ଆଜି ଜାଣିବା । ତତ୍କାଳୀନ ସମ୍ବଲପୁରର ରାଜା ବଳରାମ ଦେବ ଏକଦା ଶୋଇଥିବା ସମୟରେ ହଟାତ ଦେବୀ ମା’ ଙ୍କର ସ୍ଵପ୍ନ ହୋଇଥିଲା । ତେବେ ଏପରି ଅଚାନକ ଭାବେ କେଉଁ ଦେବୀ ତାଙ୍କ ସ୍ଵପ୍ନକୁ ଆସି ତାଙ୍କୁ ଦର୍ଶନ ଦେଇଥିଲେ ।

ତାହା ପଛର କାହାଣୀ ଜାଣିବା ପାଇଁ ତାପର ଦିନ ସକାଳେ ରାଜା ନିଜ ସୈନ୍ୟ ମାନଙ୍କୁ ନେଇ ଜଙ୍ଗଲ ମଧ୍ୟକୁ ଯାଇଥିଲେ । ରାଜା ନିଜ ସାଥିରେ ଜଙ୍ଗଲକୁ ଯିବା ସମୟରେ କିଛି ସୈନ୍ୟଙ୍କ ସହ 2 ଟି ମହାବଳ କୁକୁରକୁ ମଧ୍ୟ ନେଇକି ଯାଇଥିଲେ । ହେଲେ ଜଙ୍ଗଲ ମଧ୍ୟକୁ ଯିବା ସମୟରେ ରାଜାଙ୍କ ନଜରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଥିଲା । ବିଶାଳ କୁକୁର ଦୁହିଙ୍କୁ ସାମାନ୍ୟ ଠେକୁଆ ମାନେ ବାଘ ଗୋଡାଇବା ପରି ଗୋଡାଉଥାନ୍ତି ।

ଏପରି ଏକ ଅଜବ ଦୃଶ୍ୟ ଦେଖି ରାଜା ଆଶ୍ଚର୍ଯ୍ୟ ହୋଇ ଜଙ୍ଗଲର ଏକ ଗଛ ମୂଳରେ କିଛି ଶୋଇ ପଡିଥିଲେ । ସେହି ସମୟରେ ରାଜା ଏକ ସ୍ଵପ୍ନ ଦେଖିଥିଲେ । ସ୍ଵପ୍ନରେ ସେ ଦେଖିଥିଲେ । ମହାନଦୀ ମଝିରେ ଥିବା ଏକ ଘରେ କୌଣସି ଏକ ଦେବୀଙ୍କ ଦୀପର ଜ୍ଯୋତି ଜଳୁଅଛି । ସେହି ସ୍ଥାନରୁ ଶଙ୍ଖ ଓ ଘଣ୍ଟର ନାଦ ମଧ୍ୟ ଶୁଭାଯାଉଛି । ତାପରେ ରାଜା ଯେତେବେଳେ ସେହି ଘରକୁ ଯାଇଥିଲେ । ସେଠାରେ ତାଙ୍କ ସାମ୍ନାରେ ଏକ ଦେବୀ ମା’ ପ୍ରକଟ ହୋଇଥିଲେ ।

ତାପରେ ରାଜା ସେହି ଦେବୀଙ୍କୁ ପ୍ରଣାମ ଜଣାଇବା ସହ ତାଙ୍କୁ ଏଠାରେ ପ୍ରକଟ ହେବାର କାରଣ ମଧ୍ୟ ତାଙ୍କ ଠାରୁ ପଚାରି ବୁଝିଥିଲେ। ସେହି ସମୟରେ ଦେବୀ ରାଜାଙ୍କୁ ଉତ୍ତର ଦେବାକୁ ଯାଇ କହିଥିଲେ । ମୁଁ ହେଉଛି ଭଗବାନ ଶିବଙ୍କର ଧର୍ମପତ୍ନୀ ପାର୍ବତୀ । ପ୍ରଭୁ ଶିବ ଏବଂ ମୁଁ ଥରେ ରାଜା ଇନ୍ଦ୍ରଦେବଙ୍କ ନିମନ୍ତ୍ରଣରେ ଇନ୍ଦ୍ରପୁରୀ ଯାଇଥିଲୁ। ତାପରେ ସେଠାରେ ରାଜା ଇନ୍ଦ୍ରଦେବ ଆମର ଅତିଥି ସତ୍କାର ଭଲ ଭାବେ କରିବା ସହ ଇନ୍ଦ୍ରଙ୍କ ଧର୍ମପତ୍ନୀ ଶଚୀ ସ୍ଵର୍ଗର ପାରିଜାତ ଫୁଲ ଆଣି ମୋ ଗଭାରେ ଲଗାଇ ଦେଇଥିଲେ ।

ତାପରେ ସେଠାରେ କଥାବାର୍ତ୍ତା ସାରି ଆମେ ସେଠାରୁ ଫେରିକି ଆସିଲା ବେଳେ ପ୍ରଭୁ ଶିବ ମୋ ଗଭାରେ ଲାଗିଥିବା ପାରିଜାତ ଫୁଲକୁ ଦେଖି ଅଭିମାନ କରିଥିଲେ । ତାପରେ ପ୍ରଭୁ ସେହି ଅଭିମାନ କରି ନିଜର ଏକ ଜଟା ଛିଡାଇ ସେହି ଜଟାକୁ 8 ଭାଗ କରି 8 ଟି ସ୍ଥାନରେ ଫିଙ୍ଗି ଦେଇଥିଲେ ।

ପ୍ରଭୁଙ୍କ ଜଟା ପଡି ଫୁଟି ଥିବା 8 ଟି ଲିଙ୍ଗ ବର୍ତ୍ତମାନ ନିଲଜି, ମାନେଶ୍ବର, ସୋର୍ଣ୍ଣା, ଆମ୍ବାଭନା, ହୁମା, ଗାଈସମା, ଦେଓଗାଁ ଓ ସରଣ୍ଡା ଏହିସବୁ ସ୍ଥାନ ବର୍ତ୍ତମାନ ଶୈବପୀଠ ଭାବରେ ପୂଜା ପାଉଛି । ତାପରେ ମୁଁ ପ୍ରଭୁଙ୍କର ରାଗକୁ ମୋଚନ କରିବାକୁ ଯାଇ ସେହି ପାରିଜାତ ଫୁଲକୁ 7 ଖଣ୍ଡ କରି 7 ଟି ସ୍ଥାନରେ ଫିଙ୍ଗି ଦେଇଥିଲି । ତାପରେ ସେହି ସବୁ ସ୍ଥାନରେ 7 ଟି ଦେବୀ ଆର୍ବିଭାବ ହେଲେ ।

ସୁରେଶ୍ଵରୀ, ମାଣିକେଶ୍ବରୀ, ମେଟାକାନୀ, ଘଣ୍ଟେଶ୍ଵରୀ, ପାଟଣେଶ୍ଵରୀ, ସମଲେଶ୍ଵରୀ ଓ ଚନ୍ଦ୍ରହାସିନୀ । ସେଥିପାଇଁ ମୁଁ ଏହି ସ୍ଥାନରେ ସମଲେଇଶ୍ଵରୀ ନାମରେ ଉଭା ହୋଇଛି । ତେଣୁ ରାଜା ତୁମେ ମୋତେ ଏହି ସ୍ଥାନରେ ସମଲେଶ୍ଵରୀ ମନ୍ଦିର କରି ସମଲେଇ ମାଆ ନାମରେ ପୂଜା କରିବ । ତାପରେ ରାଜାଙ୍କର ନିଦ୍ରା ଭଙ୍ଗ ହୋଇଥିଲା । ତାପରେ ରାଜା ଲୋକ ଲଗେଇ ସମ୍ବଲପୁରର ସେହି ସ୍ଥାନରେ ଏକ ଭବ୍ୟ ସମଲେଇଶ୍ଵରୀ ମନ୍ଦିରର ନିର୍ମାଣ କରି ସେଠାରେ ମାଆ ସାମଲେଇଙ୍କୁ ପୂଜା କରିବାକୁ ଲାଗିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button