ଦେଶ- ବିଦେଶ

ଦେଶରେ ଜନ୍ମ ନେଲା ‘ଜେନେରେସନ୍ ବିଟା’ ପ୍ରଥମ ଶିଶୁ

ଦେଶରେ ଜନ୍ମ ନେଲା ପ୍ରଥମ ‘ଜେନେରେସନ୍ ବିଟା’। ଭାରତରେ ଏହି ପିଢିର ପ୍ରଥମ ଶିଶୁ ଜାନୁଆରୀ ୧ରେ ମିଜୋରାମର ଅଜୱଲ ସହରରେ ଜନ୍ମଗ୍ରହଣ କରିଛି। ସୂଚନା ଅନୁଯାୟୀ, ଏହି ଶିଶୁର ନାମ ହେଉଛି ଫ୍ରାଙ୍କି ରେମ୍ରୁଟଡିକା ଜେଡେଙ୍ଗ୍। ସେ ଜାନୁଆରୀ ୧ ରେ ଆଇଜୱାଲର ଡର୍ଟଲାଙ୍ଗର ସିନୋଡ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିବା ଜଣାପଡିଛି।

ଆଉ ସେ ହେଉଛନ୍ତି ‘ଜେନେରେସନ୍ ବିଟା’ର ପ୍ରଥମ ପିଢି। ଶିଶୁଟି ଜନ୍ମ ସମୟରେ ୩.୧୨ କିଲୋଗ୍ରାମର ରହିଥିଲା। ତେବେ ଉଭୟ ପିଲା ଓ ମା’ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ଜଣାପଡିଛି। ଜେନେରେସନ୍ ବିଟା ହେଉଛି ସେହି ପିଲାମାନେ, ଯେଉଁମାନେ ୨୦୨୫ ରୁ ୨୦୩୯ ମଧ୍ୟରେ ଜନ୍ମ ହେବେ। ଏହି ପିଢି ବୈଷୟିକ ଜ୍ଞାନକୌଶଳ ଦୃଷ୍ଟିରୁ ଖୁବ୍ ସକ୍ଷମ ହେବ। ସେମାନଙ୍କ ଜୀବନର ଏଆଇ ଏବଂ ଆଡଭାନ୍ସଡ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବ। ଜେନେରେସନ୍ ବିଟା ପିଲାମାନେ ସ୍ମାର୍ଟଫୋନ୍, ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ସହିତ ବଢିବେ। ସେମାନେ ଭର୍ଚୁଆଲ୍ ବାସ୍ତବତା ଏବଂ ଅନ୍ୟାନ୍ୟ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button