ରାଜ୍ୟ

କେବେ ଫେରାର ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିବ ଭିଜିଲାନ୍ସ!

ଭବାନୀପାଟଣା: ତିନି ଦିନ ବିତିଗଲାଣି, ହେଲେ ଏଯାଏ ଫେରାର ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିପାରିନାହିଁ ଭିଜିଲାନ୍ସ । ଯଦିଓ କୋରାପୁଟ ଜିଲ୍ଲା ପେଡ଼ୁଆ ଗାଁରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢ଼ାଉ କରାଯାଇଥିଲା, କିନ୍ତୁ ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁଙ୍କୁ ଧରିପାରିନଥିଲା ଟିମ୍। କେବେ ସେ ଧରାଦେବେ ଓ ବନ୍ଧା ହେବେ ସେନେଇ ଜୁନଗଡ଼ରେ ଚର୍ଚ୍ଚା ହେଉଛି।

ଗତ ୨୬ ତାରିଖରେ ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ ଗୋଇରାପଦର ଗାଁର ପ୍ରଭା ପୂଜାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ଶ୍ରୀମୁଖ ବାଗଙ୍କୁ ମାଡ଼ିବସିଥିଲା। ହେଲେ ଏ ଏସ ଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫୦୦ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏ ଏସ ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିଲା।
ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ଜୁନାଗଡ଼ ଥାନା ଏ ଏସ ଆଇ ମୁକୁନ୍ଦ ଖେମୁଣ୍ଡୁ ଗୋଇରାପଦର ଗାଁର ପ୍ରଭା ପୂଜାରୀଙ୍କ ଠାରୁ ଏକ ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ୩୫୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ ଶ୍ରୀମୁଖ ବାଗଙ୍କୁ ମାଡ଼ିବସିଥିଲା। ହେଲେ ଏ ଏସ ଆଇ ଖେମୁଣ୍ଡୁ ଭିଜିଲାନ୍ସ ଦଳକୁ ଚକମା ଦେଇ ଚମ୍ପଟ ମାରିଥିଲେ। ଭିଜିଲାନ୍ସ ବିଭାଗ ୩୫୦୦ ଟଙ୍କା ଜବତ କରି ଗ୍ରାମରକ୍ଷୀଙ୍କୁ ଅଟକ ରଖି ଏ ଏସ ଆଇଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିଲା।ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କୁ ‌ଗିରଫ କରି ପରେ କୋର୍ଟ ଚାଲାଣ କରାଯାଇଥିଲା ହେଲେ ଆଜି ଯାଏ ତାଙ୍କୁ ଧରିପାରିନାହିଁ ଭିଜିଲାନ୍ସ ଟିମ୍।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button