ରାଜ୍ୟ

ଗୋନାସିକାର ନେତୃତ୍ବ ନେବେ ମନପ୍ରୀତ ସିଂହ: ଦଳୀୟ ଜର୍ସି ଉନ୍ମୋଚିତ

ରାଉରକେଲା: ଟିମ୍ ଗୋନାସିକାର ନୂତନ ଜର୍ସି ଗୁରୁବାର ଉନ୍ମୋଚିତ ହୋଇଛି। ସ୍ଥାନୀୟ ମେ’ଫେୟାର୍‌ ବିଶ୍ବକପ୍‌ ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜର୍ସି ଉନ୍ମୋଚନ କରାଯାଇଥିଲା। ଏଥି ସହ ଆନୁଷ୍ଠାନିକଭାବେ ଦଳର ଅଧିନାୟକ ଘୋଷଣା କରାଯାଇଛି। ଭାରତୀୟ ଦଳର ପୂବର୍ତନ ଅଧିନାୟକ ମନପ୍ରୀତ ସିଂହଙ୍କୁ ନେତୃତ୍ବ ଭାର ମିଳିଛି। ଦଳ ଉଦ୍‌ଘାଟନୀ ଦିବସରେ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ଏସ୍‌ଜି ପାଇପର୍ସ୍‌କୁ ଭେଟିବ। ନବନିଯୁକ୍ତ ଅଧିନାୟକ ମନପ୍ରୀତ ପ୍ରତିକ୍ରିୟାରେ କହିଲେ, ନେତୃତ୍ୱ ନେବାର ସୁଯୋଗ ପାଇଁ ମ୍ୟାନେଜମେଣ୍ଟ୍‌ ନିକଟରେ କୃତଜ୍ଞ। ଟିମ୍‌ ଗୋନାସିକା ଭଳି ଏକ ଅନନ୍ୟ ପ୍ରତିଭାଶାଳୀ ତଥା ଉତ୍ସର୍ଗୀକୃତ ଦଳର ଅଧିନାୟକ ନିଯୁକ୍ତ ହେବା ନିଶ୍ଚିତଭାବେ ସମ୍ମାନର ବିଷୟ। ନିଜେ ଉତ୍କର୍ଷ ପ୍ରଦର୍ଶନ କରି ଦଳଗତ ପ୍ରଦର୍ଶନକୁ ଉଚ୍ଚରେ ରଖିବାକୁ ପ୍ରୟାସ କରିବୁ।

ଜୋର୍‌ଦାର ଅଭ୍ୟାସ ହୋଇଥିବାରୁ ପଡ଼ିଆରେ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିବ। ଦଳର ମୁଖ୍ୟ ପ୍ରଶିକ୍ଷକ ପଲ୍‌ ରେଭିଙ୍ଗଟନ୍‌ କହିଲେ, ଦଳ ନୂଆ ଊର୍ଜା, ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବ। ଏବେ କେବଳ ପ୍ରତିଯୋଗିତା ଉପରେ ହିଁ ଧ୍ୟାନ କେନ୍ଦ୍ରିତ। ଆମର ଜର୍ସି ହେଉଛି ସଦିଚ୍ଛା, ଏକତା ଓ ଉତ୍କର୍ଷ ସଂକଳ୍ପର ପ୍ରତୀକ ବୋଲି ସେ କହିଥିଲେ। ଜର୍ସି ଉନ୍ମୋଚନବେଳେ ସହକାରୀ ପ୍ରଶିକ୍ଷକ ତଥା ପ୍ରବନ୍ଧକ ଜଗବୀର ସିଂହ, ମେଣ୍ଟର୍‌ ଏମ୍‌ଏମ୍‌ ‌ସୋମାୟା, ଫ୍ରାଞ୍ଚାଇଜ୍‌ର ପ୍ରତିନିଧି ନେଟ୍ସ ବା’ ପ୍ରମୁଖ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button