ଜ୍ୟୋତିଷ

ନାରୀ ମାନଙ୍କର ମାସିକ ଧର୍ମ ସମୟରେ ଏହି କାର୍ଯ୍ୟ କଲେ ପାପ ସହିତ ସମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ମାସିକ ଧର୍ମ ସମୟରେ ଏହି ସବୁ ଭୁଲ କରିବା ହୋଇଥାଏ ମହାପାପ। ବନ୍ଧୁଗଣ ନାରୀ ମାନଙ୍କର ମାସିକ ଧର୍ମକୁ ସମସ୍ତେ ପାପ ବୋଲି ମାନିଥାନ୍ତି। କିନ୍ତୁ ଏହା ଭଗବାନଙ୍କର ଏକ ଆଶୀର୍ବାଦ ଅଟେ। ବିଜ୍ଞାନ ଦ୍ୱାରା କୁହାଯାଇଛି ଯେ ଯଦି କୌଣସି ମହିଳାଙ୍କର ମାସିକ ଧର୍ମ ନହୁଏ ତେବେ ମହିଳାଙ୍କ ପାଇଁ ଗର୍ଭ ଧାରଣର କ୍ଷମତା କମିଯାଇଥାଏ। ଫଳରେ ଭବିଷ୍ୟତରେ ବହୁତ ଅସୁବିଧାର ସମୁଖିନ ହେବାକୁ ପଡିଥାଏ। ମାସିକ ଧର୍ମ ସମୟରେ ମହିଳା ମାନଙ୍କୁ ବହୁତ କଷ୍ଟର ସମୁଖିନ ହେବାକୁ ପଡିଥାଏ। ମାସିକ ଧର୍ମ ଏପରି ଏକ ସମସ୍ୟା ଯାହାକୁ ପ୍ରତ୍ୟକ ମହିଳା ମାନଙ୍କୁ ସମୁଖିନ କରିବାକୁ ପଡିଥାଏ। ଏହି ମାସିକ ଋତୁସ୍ରାବ ବିଷୟରେ ଅନେକ ଧର୍ମିକ ଏବଂ ସାମାଜିକ ଭୁଲ ଧାରଣା ମଧ୍ୟ ରହିଛି। ମହିଳା ମାନେ ଏହି ସମୟ ସୀମା ମଧ୍ୟରେ ଗତି କରୁଥିବା ସମୟରେ ପୁରୁଷ ମାନଙ୍କ ଠାରୁ ଅଧିକ ଶୁଦ୍ଧ ଏବଂ ପ୍ରଭାବଶାଳୀ ହୋଇଥାନ୍ତି। ପୁରାଣରେ ଏମିତି କିଛି ବର୍ଣିତ ରହିଛି ଯାହା ମହିଳା ମାନେ ମାସିକ ଧର୍ମ ଚାଲୁଥିବା ସମୟରେ ପାଳନ କରିବା ଉଚିତ। ଏହା ଦ୍ୱାରା ସ୍ୱମୀଙ୍କର ଆୟୁଷ ବୃଦ୍ଧି ପାଇବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ଏବଂ ପରିବାରରେ ଆର୍ଥିକ ସମସ୍ୟା ଗୁଡିକର ମଧ୍ୟ ସାମ୍ନା କରିବାକୁ ପଡେ ନାହିଁ। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ମାସିକ ଧର୍ମ ଚାଲୁଥିବା ସମୟରେ ମହିଳା ମାନେ କେଉଁ ସବୁ କାମ କରିବା ଅନୁଚିତ।ଯାହାକି ମହାପାପ ସହିତ ସମାନ ହୋଇଥାଏ।ତେବେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ତେବେ ଆସନ୍ତୁ ଜାଣିବା।

କଠିନ କାମ କରନ୍ତୁ ନାହିଁ। ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ଘରର ସମସ୍ତ କଠିନ କାର୍ଯ୍ୟରୁ ନିବୃତ ରହିବା ଦରକାର। କାରଣ ଏହି ସମୟ ମହିଳା ମାନଙ୍କର ବିଶ୍ରାମ ନେବା ସମୟ ଅଟେ। ଯଦି ମହିଳା ମାନେ ଘରୋଇ କାମରେ ନିଜକୁ ବ୍ୟସ୍ତ ରଖିବେ ତେବେ ତାଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ଆସିବ। ତେଣୁ ମହିଳା ମାନେ ଏହି ସମୟରେ ଯେତେ ସମ୍ଭବତ କଠିନ ପରିଶ୍ରମ ଠାରୁ ନିଜକୁ ଦୂରେଇ ରଖନ୍ତୁ।

ସଜବାଜ ହେବା ବନ୍ଦ କରନ୍ତୁ ନାହିଁ। ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ସମୟରେ ମହିଳା ମାନେ ସଜବାଜ ହେବା ବନ୍ଦ କରନ୍ତୁ ନାହିଁ। କାରଣ ଏହା ଦ୍ୱାରା ଘରେ ଦୁଃଖ ବାସ କରିଥାଏ। ଏହି ସମୟରେ ଅସନ୍ତୁଷ୍ଟ ରହିବା ମଧ୍ୟ ମହିଳା ମାନଙ୍କ ମାସିକ ଚାପ ଉପରେ ପ୍ରଭାବ ଆଣିଥାଏ। ତେଣୁ ମାସିକ ଧର୍ମ ଚାଲୁଥିବା ସମୟରେ ସର୍ବଦା ମୁହଁରେ ହସ ରଖିବା ସହିତ ନିଜ ଶରୀରର ଯତ୍ନ ନେବା ଆବଶ୍ୟକ।

ଧର୍ମ କାର୍ଯ୍ୟ ଠାରୁ ଦୂରେଇ ରହିବା ଉଚିତ। ମହିଳା ମାନଙ୍କର ମାସିକ ଧର୍ମ ଚାଲୁଥିବା ବେଳେ ଭଗବାନଙ୍କୁ ପୂଜାପାଠ କରିବା ଉଚିତ ନୁହେଁ। ଶିବ ପୁରାଣରେ ମଧ୍ୟ ଏହି କଥା କୁହାଯାଇଛି ଯେ ଏହାର କାରଣ ହେଉଛି ମାସିକ ଧର୍ମ ସମୟରେ ମହିଳାଙ୍କ ଶରୀର ଅଶୁଦ୍ଧତା ଦେଇ ଗତି କରିଥାଏ। ତେଣୁ ମହିଳା ମାନଙ୍କୁ ଏହି ସମୟରେ ପିତୃ କାର୍ଯ୍ୟ କିମ୍ବା କୌଣସି ଧର୍ମିକ କାର୍ଯ୍ୟରୁ ନିବୃତ ରହିବା ପାଇଁ କୁହାଯାଇଛି।

ଗୁରୁଜନ ମାନଙ୍କର ପାଦ ସ୍ପର୍ଶ କରନ୍ତୁ ନାହିଁ। ମାସିକ ଧର୍ମ ସମୟରେ ମହିଳା ମାନେ ଗୁରୁଜନ ମାନଙ୍କ ଠାରୁ ଦୂରେଇ ରହିବା ଦରକାର। ଏହା ସହିତ କେତେକ ଲୋକ ମହିଳା ମାନଙ୍କୁ ତାଙ୍କ ସ୍ବାମୀଙ୍କ ଠାରୁ ଦୁରେଇ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହି ସମୟରେ ମହିଳା ମାନଙ୍କୁ ଶାରୀରିକ ସମ୍ବଦ୍ଧ ମଧ୍ୟ ରଖିବା ଉଚିତ ହୋଇନଥାଏ।

ମହିଳା ମାନେ ମାସିକ ଧର୍ମ ସମୟରେ ଗାଧୁଆ ଘରେ ଅଧିକ ସମୟ ରହିବା ଉଚିତ ନୁହେଁ। କାରଣ ଜୀବାଣୁ ସବୁ ପ୍ରଭାବିତ କରିଥାନ୍ତି। ତେଣୁ ଯଥା ଶୀଘ୍ର କାମ ସାରି ଗାଧୁଆ ଘରୁ ଦୁରେଇ ରୁହନ୍ତୁ।

ମାସିକ ଧର୍ମ ସମୟରେ ଆପଣ ଖାଲି ପେଟରେ ରୁହନ୍ତୁ ନାହିଁ। କାରଣ ଆପଣ ଦୁର୍ବଳ ହୋଇଯିବେ। ଏବଂ ଆପଣଙ୍କର ଯତ୍ନ ମଧ୍ୟ ବଢିଚାଲିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନଟି ଶୁଭ ହେଉ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button