ଆସନ୍ତା ମାସରେ ଲଞ୍ଚ ହେବ Oppo Reno 13, ଜାଣନ୍ତୁ ଏହାର ଡିଟେଲ୍ସ
ଯଦି ଆପଣ ଭଲ କ୍ୟାମେରା ସହିତ ଏକ ପ୍ରିମିୟମ ମିଡ ରେଞ୍ଜ ଫୋନ୍ ଖୋଜୁଛନ୍ତି, ତେବେ Oppo ଆସନ୍ତା ମାସରେ ଏହାର ନୂଆ ମଡେଲ୍ ଲଞ୍ଚ କରିବାକୁ ଯାଉଛି । ଚାଇନାରେ ଲଞ୍ଚ ହେବା ପରେ Oppo Reno 13 ସିରିଜ୍ ଜାନୁଆରୀରେ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ ହେବ । ଏହାର ଡିଜାଇନ୍ ପୂର୍ବରୁ ପ୍ରକାଶ ପାଇଛି, କିନ୍ତୁ ବର୍ତ୍ତମାନ ଏକ ଲିକ୍ ବାହାରିଛି ଯେଉଁଥିରେ କୁହାଯାଇଛି ଯେ ଏହା ଏକ ନୂଆ କଲର ଅପ୍ସନ ସହିତ ଭାରତରେ ଲଞ୍ଚ ହେବ ।
ଲିକ୍ ହୋଇଥିବା ଇମେଜ୍ରୁ ଜଣାପଡିଛି ଯେ କମ୍ପାନୀ ଭାରତରେ Oppo Reno 13 କୁ dark blue or purple shade ରେ କଳଣରେ ଲଞ୍ଚ କରାଯାଇପାରିବ । ଇମେଜରେ ଦେଖାଯାଇପାରେ ଯେ ଏହି AI ଟ୍ରିପଲ କ୍ୟାମେରା ସେଟଅପ୍ ଏବଂ କଲର ଆକାରର ଫ୍ଲାସ୍ ଲାଇଟ୍ ସହିତ ଆସିବ । କିଛି ରିପୋର୍ଟ ଦାବି କରିଛି ଯେ ଫୋନର କ୍ୟାମେରା ବମ୍ପ ଏବଂ ରିୟର ସାଇଡ୍ ସମାନ ମ୍ଲାସରେ ତିଆରି ହେବ । କ୍ୟାମେରା ସେଟଅପ୍ ଚାରିପାଖରେ ଏକ ୟୁନିକ୍ ଗ୍ଲୋ ଦେଖାହେବ ।
ଚାଇନାରେ ଲଞ୍ଚ ହୋଇଥିବା Oppo Reno 13 ରେ ୨୭୬୦ x ୧୨୫୬p ରିଜୋଲ୍ୟୁସନ୍ ସହିତ ୬.୫୯ ଇଞ୍ଚ AMOLED ଡିସପ୍ଲେ ଦିଆଯାଇଛି । ପ୍ରୋସେସର ବିଷୟରେ କହିବାକୁ ଗଲେ ମିଡିଆଟେକ୍ ଡାଇମେନସିଟି ୮୩୫୦ ଚିପସେଟ୍ ଉପଲବ୍ଧ । ୫୬୦୦ mAh ର ଦମଦାର୍ ବ୍ୟାଟେରୀ ଥିବା ଏହି ଫୋନ୍ ୮୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଧୂଳି ଏବଂ ପାଣି ରେଜିଷ୍ଟାନ୍ସ ସହିତ ଏହି ଫୋନରେ ଏକ ଇନ୍-ସ୍କ୍ରିନ୍ ସ୍କାନର୍ ଅଛି । ଫଟୋ ଏବଂ ଭିଡିଓ ଲର୍ଭସଙ୍କ ପାଇଁ ଏହା ୫୦ MP ର ପ୍ରାଇମେରୀ ଲେନ୍ସ , ୮MP ର ଅଲ୍ଟ୍ରା ୱାଇଡ୍ ଏବଂ ୫୦ MP ର ଫ୍ରଣ୍ଟ କ୍ୟାମେରା ସହିତ ଲ୍ୟାସ୍ ହୋଇଛି ।
ଚାଇନାରେ ଏହି ଫୋନର ପ୍ରାଇସ୍ ୨,୬୯୯ Yuan (ପ୍ରାୟ ୩୧,୪୦୦) ଟଙ୍କାରୁ ଆରମ୍ଭ ହେଉଛି । ଏହା ଅନୁମାନ କରାଯାଉଛି ଯେ ଭାରତରେ ଏହାର ପ୍ରାଇସ୍ ମଧ୍ୟ ଚାଇନା ପ୍ରାଇସର ପାଖାପାଖି ହୋଇପାରେ । ତେବେ ପ୍ରାଇସ୍ ସମ୍ପର୍କରେ କମ୍ପାନୀ ଏପର୍ଯ୍ୟନ୍ତ କିଛି ସୂଚନା ଦେଇନାହିଁ ।