ସ୍ୱାସ୍ଥ୍ୟ

ଏଥିରୁ କେବଳ ୧ ପାଟିରେ ପକାନ୍ତୁ, ଲାଗି ରହିଥିବା ପୁରୁଣା କାଶ ମୂଳରୁ ଶେଷ ହେବ,

ବନ୍ଧୁଗଣ ଋତୁପରିବର୍ତ୍ତନ ତଥା ଅନେକ କିଛି କାରଣରୁ ଆମକୁ ଥଣ୍ଡା, ସର୍ଦ୍ଧୀ ହୋଇଯାଇଥାଏ । ତାପରେ ଆମର କାଶ ହେବା ଷ୍ଟାର୍ଟ ହେଇଯାଇଥାଏ । ତେବେ କାଶ ହେବା ଦ୍ଵାରା ଆମେ ବହୁ ମାତ୍ରାରେ ବିରକ୍ତି ହୋଇଯାଇଥାଉ । ତେଣୁ ଯଦି ଏହି ଗୋଟେ ଉପାୟ କରିବେ । ଆପଣଙ୍କର ଯେତେ ବି ପୁରୁଣା କାଶ ହୋଇଥାଉ ନା କାହିଁକି ? ତାହା ବହୁତ ଶୀଘ୍ର ଦୂର ହୋଇଯାଇଥାଏ । ତେବେ କାଶ ସମସ୍ଯାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଏଠାରେ ବହୁତ ଭଲ ଏକ ଘରୋଇ ଉପଚାର ବିଷୟରେ ଏଠାରେ କହିବାକୁ ଯାଉଛୁ ।

 

ପ୍ରଥମେ ଗ୍ଯାସରେ ଏକ କଢେଇ ବଶାନ୍ତୁ । ତାପରେ ସେଥିରେ 1 ତାଟିଆ ଲୁଣ ଢାଳନ୍ତୁ । ତାପରେ ଲୁଣକୁ ସାମାନ୍ୟ ଗରମ କରି ଦିଅନ୍ତୁ । ତାପରେ ଆପଣ 150 ଗ୍ରାମର ଅଦା ଆଣି ସେହି ଗରମ ଲୁଣରେ ପକାଇ ଭାଜନ୍ତୁ । ତାପରେ 7 ରୁ 8 ମିନିଟ ପର୍ଯ୍ୟନ୍ତ ଏହାକୁ ଆପଣଙ୍କୁ ଭାଜିବାକୁ ପଡିବ । ତାପରେ ଅଦା ଭାଜି ହୋଇ ସାରିବା ପରେ ଆପଣ ଅଦାକୁ କଢେଇରୁ କାଢି ଦିଅନ୍ତୁ । ତାପରେ ଭଜା ହୋଇଥିବା ଲୁଣକୁ ଥଣ୍ଡା କରି କୌଣସି ଏକ ଡବାରେ ରଖି ଦିଅନ୍ତୁ ।

ତାପରେ ଭଜା ହୋଇଯାଇଥିବା ସେହି ଅଦା ଗୁଡିକୁ ନେଇ ପାଣିରେ ପକାଇ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ଏହାକୁ ଧୋଇସାରିବା ପରେ ତାହାର ଉପର ଚୋପା ଅଂଶକୁ ଛଡାଇ ଦିଅନ୍ତୁ । ତାପରେ ସେହି ଅଦା ଗୁଡିକ ଟିକି ଟିକି ଖଣ୍ଡରେ କାଟି ଦିଅନ୍ତୁ । ଏକ ଗ୍ରାଣ୍ଡିଂ ଜାରରେ ଆପଣ ସେହି କଟା ଯାଇଥିବା ଅଦା, କିଛି ତୁଳସୀ ପତ୍ର ଓ କିଛି ପୁଦିନା ପତ୍ରକୁ ରଖି କିଛି ପାଣି ଦେଇ ତାହାକୁ ଭଲ ଭାବେ ଗ୍ରାଣ୍ଡିଂ କରି କାଢି ଦିଅନ୍ତୁ ।

ତାପରେ ଆପଣ ପୁଣି ଥରେ କଢାଇ ବସାଇ ସେଥିରେ 300 ଗୁଡ ପକାନ୍ତୁ । ତାପରେ ସେହି ଗୁଡରେ ପୂର୍ବରୁ ଗ୍ରାଇଣ୍ଡିଙ୍ଗ କରି ରଖିଥିବା ଅଦାର ପେଷ୍ଟକୁ ପକାନ୍ତୁ । ତାପରେ ଧିମା ଆଞ୍ଚରେ ତାହାକୁ ଫୁଟାଇବା ଦ୍ଵାରା ଗୁଡ ଧୀରେ ଧୀରେ ତରଳିବାକୁ ଲାଗିଥାଏ । ତାପରେ ଆପଣ ସେଥିରେ 1 ଚାମଚ ଜୁଆଣୀ ସେଥିରେ ଆଡ୍ କରନ୍ତୁ ।

ତାପରେ 1 ଚାମଚ କଳା ଲୁଣ ଓ 2 ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ । ତାପରେ ତାହାକୁ 10 ମିନିଟ ଫୁଟାଇବା ପରେ 1 ଚାମଚ ଗାଈ ଘିଅ ସେଥିରେ ଆଡ୍ କରି ରେଡି କରନ୍ତୁ । ଏହି ମିଶ୍ରଣ ଥଣ୍ଡା ହେଲା ପରେ ହାତରେ ତେଲ ଲଗାଇ ସେହି ମିଶ୍ରଣରୁ ଆଣି ଆପଣଙ୍କୁ ଛୋଟ ଛୋଟ ଲଡୁ ବନାଇବାକୁ ପଡିବ । ତାପରେ ସେହି ଲଡୁକୁ ମିଶ୍ରୀକୁ ଗୁଣ୍ଡ କରି ସେହି ମିଶ୍ରୀ ଗୁଣ୍ଡରେ ଲଡୁକୁ ବୁଡାଇ ବାହାର କରନ୍ତୁ । ଏହିଭଳି ଭାବେ ଲଡୁ ପ୍ରସ୍ତୁତ କରନ୍ତୁ ।

 

ତାପରେ ଏହି ପ୍ରସ୍ତୁତ କରିଥିବା ଲଡୁକୁ କୌଣସି ଜାରରେ ଭଲ ଭାବେ ବନ୍ଦ କରି ରଖନ୍ତୁ । ଯେତେବେଳେ ମଧ୍ୟ କାଶ ହେବ । ଏହୁ ଲଡୁରୁ ଗୋଟେ ନେଇ ତାହାକୁ ଚୁଚୁମି ଖାଇନିଅନ୍ତୁ । କାଶ ଭଲ ସମସ୍ଯା ଦୂର ହୋଇଯିବ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button