ଶରୀରକୁ ମଜବୁତ କରି ମହାମାରୀ ସହିତ ଲଢିଥାଏ ଭିଟାମିନ ସି ଓ ଡିରେ ଭରପୁର ଏହି ୨୦ଟି ଜିନିଷ
ଏଥିରେ ବହୁତ ଲୋକ ପ୍ରଭାବିତ ହେଉଛନ୍ତି। ଯାହାର ଶରୀର ଦୁର୍ବଳ ବା ଏହି ରୋଗ ସହିତ ଲଢେଇ କରିବା ପାଇଁ କ୍ଷମତା ନାହିଁ, ସେମାନେ ଏହି ରୋଗରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ କ୍ଷମତା (ଇମ୍ୟୁନ ପାୱର) ବଢେଇବା ଦରକାର । ସେଥିପାଇଁ ଆପଣ ଏହି ସବୁ ଜିନିଷ ଖାଇବା ନିହାତି ଆବଶ୍ୟକ ।
ଯେଉଁ ଖାଦ୍ୟରେ ଭିଟାମିନ ସି ଓ ଡି ଥାଏ, ତାହା କୋବିଡ-୧୯ ଜନିତ ସଂକ୍ରମଣ ଓ ଅନ୍ୟ ଶ୍ଵାସ ଯୁକ୍ତ ରୋଗ ସହିତ ଲଢେଇ କରିବାର କ୍ଷମତା ରଖିଥାଏ । ବର୍ତ୍ତମାନ କରୋନା ଭାୟରସ ରୋଗରେ ଲୋକମାନଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଆମେ ସ୍ୱାସ୍ଥ୍ୟ ପାଇଁ ଅନେକ ପୋଷଣ ସମ୍ବନ୍ଧିତ ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ ।
ଭିଟାମିନ-ସି ରେ ଭରପୁର ଖାଦ୍ୟ ପଦାର୍ଥ –
ଭିଟାମିନ ସି ପାଇବା ପାଇଁ ପ୍ରତିଦିନ ପିଜୁଳି, ଶିମଲା ଲଙ୍କା, କମଳା, ଅମୃତଭଣ୍ଡା, ବ୍ରୋକଲି, ବିଲାତି, କଦଳୀ, ମଟର, ଲିଚୁ ଆଦି ଖାଇ ପାରିବେ । ଏହି ଖାଦ୍ୟ ଦ୍ରବ୍ୟରେ ପ୍ରତି ଏକ କପରେ ୨୧ mg ଠାରୁ ୩୭୭ mg ପର୍ଯ୍ୟନ୍ତ ଭିଟାମିନ-ସି ମିଳିଥାଏ।
ଭିଟାମିନ-ଡି ରେ ଭରପୁର ଖାଦ୍ୟ ପଦାର୍ଥ –
ଭିଟାମିନ-ଡି ପାଇବା ପାଇଁ ପ୍ରତିଦିନ ସାଇମନ ମାଛ, ଚୂନାମାଛ, ଅଣ୍ଡାର କେସର, ଛତୁ, ଗାଈ କ୍ଷୀର, ସୋୟା ମିଲ୍କ, କମଳା ରସ, ଦଲିଆ ଖାଇବା ଦରକାର । ମହାମାରୀ କରୋନା ଭାୟରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗରେ ଲକ୍ଷ ଲକ୍ଷ ଲୋକମାନେ ସଂକ୍ରମିତ ହେଉଛନ୍ତି ଓ ଦିନକୁ ଦିନ ଏହା ବଢିଆରେ ଲାଗିଛି । ଚୀନରୁ ଏହି ରୋଗ ସୃଷ୍ଟି ହୋଇ ୨୧୧,୬୦୯ ଲୋକଙ୍କର ଜୀବନ ନେଇ ସାରିଲାଣି ।
ଭାରତରେ ମଧ୍ୟ କୋବିଡ-୧୯ରେ ସୋମବାର ଦିନ ସୁଧା ୯୩୯ ଲୋକ ମୃତ୍ୟୁ ବରଣ କରିଛନ୍ତି ଓ ୨୯,୪୫୧ ଜଣ ସଂକ୍ରମିତ ହୋଇଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ୨୧,୩୭୫ ଲୋକ ବର୍ତ୍ତମାନ ସୁଧା ଚିକିତ୍ସିତ ହେଉଛନ୍ତି ଓ ୭,୧୩୭ ଜଣ ରୋଗରୁ ସୁସ୍ଥ ହୋଇଛନ୍ତି ଏବଂ ଜଣେ ବ୍ୟକ୍ତି ବିଦେଶ ଚାଲିଗଲେ । ସମୁଦାୟ ୧୧୧ ବିଦେଶୀ ନାଗରିକ ଏଥିରେ ସାମିଲ ଅଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।