ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ପିଅନ୍ତୁ ହଳଦୀ ପାଣି ଅଧାରୁ ଅଧିକଁ ରୋଗ ହୋଇଯିବ ସମାପ୍ତ

ଆମ ଶରୀର କୁ ସୁସ୍ଥ ରଖିବା ରେ ହଳଦୀ ସାହାର୍ଯ୍ୟ କରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ଶରୀର ରେ ବହୁ ପ୍ରକାର ସ୍ୱାସ୍ଥ୍ୟ ଲାଭ ହୋଇଥାଏ । ଏହା ପାଇଁ ଦରକାର ଗୋଟିଏ ଗ୍ଳାସ୍ ଗରମ ପାଣି, ଅଧା ଲେମ୍ବୁ , ଅଳ୍ପ ହଳଦୀ ଓ ଅଧା ଚାମଚ ମହୁ । ସର୍ବ ପ୍ରଥମେ ଏକ ଗ୍ଳାସ୍ ଗରମ ପାଣି ରେ ଅଧା ଲେମ୍ବୁ ଚିପୁଡି ଦେବେ ଏଥିରେ ଅଳ୍ପ ହଳଦୀ ମିଶାଇ ଦେବେ ଟିକେ ଥଣ୍ଡା ହେବା ପରେ ଏଥିରେ ଟିକେ ମହୁ ମିଶାଇ ଦେବେ ଏବଂ ଏହାକୁ ପିଇଦେବେ । ପ୍ରତିଦିନ ସକାଳୁ ଖାଲି ପେଟରେ ଏହାକୁ ପିଇବା ଦରକାର । ସକାଳୁ ଖାଲି ପେଟରେ ଏହି ପାଣି କୁ ପିଇବା ଦ୍ୱାରା ଶରୀର ର ଫୁଲା ଅଂଶ କମିଯାଏ , ହଳଦୀ ରେ କର୍କମିନ୍ ଥାଏ ଯାହା ଶରୀର ରେ ଆଣ୍ଟିବାୟୋଟିକ୍ କାମ କରିଥାଏ ।

ଏହାକୁ ପିଇବା ଦ୍ୱାରା ଆଣ୍ଠୁ ,ଗଣ୍ଠି ର ପେନ୍ ମଧ୍ୟ ଦୂର ହୋଇଥାଏ ।ହଳଦୀ ପାଣି ଆମ ଲିଭର୍ ର ରକ୍ଷା କରିଥାଏ କାରଣ ଏହା କୁ ପିଇବା ଦ୍ୱାରା ଆମ ଶରୀର ର ଟକ୍ସିନ୍ କମିଯାଏ ଓ ଲିଭର୍ ଭଲ ଭାବେ କାମ କରିଥାଏ ।

ହଳଦୀ ପାଣି ପିଇବା ଦ୍ୱାରା ବୟସର ପ୍ରଭାବ ପଡି ନଥାଏ । ଏହା ଦ୍ୱାରା ରକ୍ତ ସଂଚାଳନ ଭଲ ଭାବେ ହୋଇଥାଏ ଏବଂ ଏହା ଆମ ରକ୍ତ ସଫା କରିବା ରେ ସାହାର୍ଯ୍ୟ ମଧ୍ୟ କରିଥାଏ । ହଳଦୀ ପାଣି ପିଇବା ଦ୍ୱାରା ଡାଇବେଟିସ୍ କନ୍ଟ୍ରୋଲ୍ ରେ ରହିଥାଏ ଏବଂ ଆମ ହାର୍ଟ ବି ଭଲ ରହିଥାଏ ।

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button