ଟ୍ରେନରୁ ଖସିପଡ଼ି ପ୍ରାଣ ହରାଇଲେ ଦୁଇ ମହିଳା
ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପିତାତଳି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦୁଇ ଜଣ ମହିଳା ଭୁବନେଶ୍ୱର ପାଚିକା ସଙ୍ଘର ସଭାରେ ଯୋଗ ଦେବାକୁ ଯିବାପାଇଁ ସୋରଳ ରେଳ ଷ୍ଟେସନ ରେଳରେ ଚଢ଼ୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ ଓ ଉଭୟଙ୍କର ଶୋଚନୀୟ ମୃତ୍ୟୁ ହୋଇଛି।
ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ମୃତକ ଦ୍ବୟ ହେଲେ ପ୍ରତିମା ଗୌଡ଼ (୪୦) ଓ ଝୁନୁ ଗୌଡ଼( ୫୫)। ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି।
ଉଭୟ ମହିଳା ଜଗନ୍ନାଥପୁର ସ୍କୁଲର ପାଚିକା ସହାୟିକା ଭାବେ କାର୍ଯ୍ୟ କରୁଥୁଲେ। ମୃତକ ଦ୍ବୟ ହେଲେ ପ୍ରତିମା ଗୌଡ଼ (୪୦) ଓ ଝୁନୁ ଗୌଡ଼( ୫୫)। ଜଗନ୍ନାଥପୁର ଗ୍ରାମର ସରପଞ୍ଚ ଏ. ରାଙ୍ଗାରାଓ, ପରିବାର ଓ ଗ୍ରାମର ସହୃଦୟ ବ୍ୟକ୍ତି ପହଞ୍ଚି ଆରପିଏଫଙ୍କ ସହଯୋଗରେ ଶଵ ଉଦ୍ଧାର କରିଛନ୍ତି। ଏନେଇ ଜିଆରପିରେ ମାମଲା ରୁଜୁ ହୋଇ ଶଵ ବ୍ୟବଛେଦ ପାଇଁ ପଠାଇଛି। ଏହି ଖବର ସାରା ଚିକିଟି ବ୍ଲକରେ ଶୋକର ଛାୟା ଖେଳାଇ ଦେଇଛି