ଜ୍ୟୋତିଷ

ଶରୀରର କେଉଁ ଅଙ୍ଗରେ କଳା ସୂତା ବାନ୍ଧିଲେ ହୋଇଥାଏ ଶୁଭ ଆସନ୍ତୁ ଜାଣିବା

ଆଜିର ଯୁଗରେ ଅନେକ ମହିଳା, ଯୁବକ ଓ ଯୁବତୀଙ୍କୁ ପାଦ କିମ୍ବା ହାତରେ କଳା ସୂତା ବାନ୍ଧିଥାନ୍ତି। ସେଥି ମଧ୍ୟରୁ ଅନେକେ ଫ୍ୟାସନ ଭାବେ ପାଦରେ କଳା ସୂତା ବାନ୍ଧିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ପାଦରେ କଳା ସୂତା ବାନ୍ଧିବା ଠିକ୍‌‌ କି ନାହିଁ। ହିନ୍ଦୁ ରୀତି ଅନୁସାରେ ଶରୀରର କେଉଁ ଅଙ୍ଗରେ କଳା ସୂତା ବାନ୍ଧିଲେ ତାହା ଆପଣଙ୍କ ପାଇଁ ଶୁଭ ହେବ ଚାଲନ୍ତୁ ଜାଣିବା . .

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପାଦରେ କଳା ସୂତା ବାନ୍ଧିବା ଆଦୌ ଠିକ୍‌‌ ନୁହେଁ। ଅନେକ ଲୋକ ପାଦରେ କଳା ସୂତା ବାନ୍ଧୁଛନ୍ତି କିନ୍ତୁ ଏପରି କରିବାଠାରୁ ଦୂରେଇ ରୁହନ୍ତୁ। ହିନ୍ଦୁ ଧର୍ମରେ କଳା ସୂତାକୁ ରକ୍ଷା ସୂତ୍ର ବୋଲି ବିବେଚନା କରାଯାଏ। ତେଣୁ କଳା ସୂତାକୁ ପାଦରେ ବାନ୍ଧିବା ଅଶୁଭ ହୋଇଥାଏ। ଏହାଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଗୋଡରେ କଳା ସୂତା ବାନ୍ଧିଲେ ଶନିଙ୍କ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ।

ଜ୍ୟୋତିଷଙ୍କ ମତରେ ପାଦ ବଦଳରେ ଅଣ୍ଟାରେ କଳା ସୂତା ବାନ୍ଧିବା ଅତ୍ୟନ୍ତ ଶୁଭଦାୟକ। ଅଣ୍ଟାରେ କଳା ସୂତା ବାନ୍ଧିବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହ ରୋଗ ହେବାର ଆଶଙ୍କା କମ୍‌‌ ରହିଥାଏ। ମେରୁଦଣ୍ଡ ମଧ୍ୟ ମଜବୁତ ହେବ।

ସେହିପରି ବେକରେ କେବଳ କଳା ସୂତା ବାନ୍ଧନ୍ତୁ ନାହିଁ, ଯେକୌଣସି ପ୍ରକାର ରୂପାର କିମ୍ବା ରତ୍ନପଥର ଲକେଟ୍‌‌ ଲଗାଇ ପିନ୍ଧନ୍ତୁ।
ତେବେ ବେକରେ ଯଦି କଳା ସୂତା ପିନ୍ଧିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଏହାକୁ ଶନିଦେବଙ୍କ ମୂର୍ତ୍ତି କିମ୍ବା ହନୁମାନଙ୍କ ମୂର୍ତ୍ତି ପାଖରେ ସ୍ପର୍ଶ କରି ଆଣନ୍ତୁ।

ମହିଳାମାନେ ବାମ ହାତରେ ଓ ପୁରୁଷମାନେ ଡାହାଣ ହାତରେ କଳା ସୂତା ବାନ୍ଧିବା ଉଚିତ୍‌‌। କଳା ସୂତା ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ପାଇଥାନ୍ତି। ଏହାସହିତ ନକାରାତ୍ମକ ଶକ୍ତିଠାରୁ ସୁରକ୍ଷା ପାଇବେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button