ଦେଶ- ବିଦେଶ

ଦୁର୍ବଳ ପତଳା ଶରୀର ପାଇଁ ଚିନ୍ତିତ ! କେମିତି କରିବେ ନିଜର ଓଜନ ବୃଦ୍ଧି

ବନ୍ଧୁଗଣ ଅଧିକ ମୋଟା ଥିବା ଲୋକ ଯେମିତି ପତଳା ହେବାକୁ ନେଇ ଚିନ୍ତା କରିଥାଏ । ସେହିପରି ଭାବେ ପତଳା ଲୋକ ମଧ୍ୟ ନିଜର ଓଜନ ବଢାଇବାକୁ ନେଇ ଚିନ୍ତା କରିଥାନ୍ତି । ତେବେ କଣ ସବୁ ଖାଇଲେ ନିଜର କିପରି ଭାବେ ଯତ୍ନ ନେଲେ ? ନିଜର ଓଜନ ଭଲ ଭାବେ ବଢାଇ ପାରିବେ ? ଏ ନେଇ ଖାଦ୍ୟ ବିଶେଷଜ୍ଞ ଡାକ୍ତର ସୁନିତା ସାହୁଙ୍କ ଠାରୁ ଚାଲନ୍ତୁ ଜାଣିବା । ତେବେ ଡାକ୍ତରଙ୍କ କହିବା ମୁତାବକ ଯେଉଁ ମାନେ ଅଧିକ ପତଳା ଥାନ୍ତି । ସେମାନଙ୍କର ସେଲ୍ଫ କନ୍ଫିଡେନ୍ସ ମଧ୍ୟ କମ ରହିଥାଏ ।

 

ଏପରିକି ଅଧିକ ପତଳା ଲୋକ ମଧ୍ୟ ଅନେକ ପ୍ରକାର ସ୍ଵାସ୍ଥଗତ ସମସ୍ଯାରେ ପୀଡିତ ରହିଥାନ୍ତି । ତେଣୁ ନିଜର ଉଚ୍ଚତା ଅନୁସାରେ ନିଜର ଓଜନ ଠିକ ରଖିବା ଉଚିତ । ଯାହା ଦ୍ଵାରା ଶରୀର ଫିଟ୍ ରହିବା ସହିତ ସ୍ଵାସ୍ଥଗତ ସମସ୍ଯା ମଧ୍ୟ ବାରମ୍ବାର ଆସିନଥାଏ । ପତଳା ହେବା ବା ଓଜନ ଅଧିକ ନହେବ ପଛରେ ମଧ୍ୟ କିଛି କାରଣ ରହିଛି । ଯେପରି ଯଦି ବଂଶରେ ଥିବା ଲୋକ ମାନେ ପତଳା ପ୍ରାୟତଃ ରହିଥାନ୍ତି । ତେବେ ସେହି ବଂଶାନୁଗତ କ୍ରମ ଭାବରେ ସେହି ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଅନେକ କ୍ଷେତ୍ରରେ ପତଳା ରହିଥାନ୍ତି ।

ଦିତୀୟରେ ଶରୀର ଆବଶ୍ୟକ କରୁଥିବା କ୍ଯାଲୋରୀ ମାତ୍ରା ଯଦି ଶରୀର ସଠିକ ମୁତାବକ ପାଇପାରୁନଥିବ । ତେବେ ମଧ୍ୟ ଓଜନ ବଢିନଥାଏ । ଶରୀରରେ ପ୍ରୋଟିନର ପରିଣାମ କମ ରହିଥିଲେ ମଧ୍ୟ ଓଜନ ନବଢିବ କାରଣରୁ ବ୍ୟକ୍ତି ପତଳା ରହିଥାଏ ।

ତେଣୁ ପତଳା ଥିବା ଲୋକ ନିଜ ଖାଦ୍ୟରେ କ୍ୟାଲୋରୀ ଓ ପ୍ରୋଟିନର ମାତ୍ରା ଶରୀର ଆବଶ୍ୟକ କରୁଥିବା ମୁତାବକ ସେହି ପରିମାଣରେ ରଖିବା ଦରକାର ପଡିଥାଏ । ଖାସ୍ କରି ପତଳା ଥିବା ଲୋକମାନେ ବହୁତ କମ ଖାଇଥାନ୍ତି । ତେଣୁ ଯଦି ସେମାନେ 3 ଥର ଖାଉଥାନ୍ତି । ତେବେ ମଝିରେ ମଝିରେ ସେମାନେ ଆଉ କିଛି ଖାଦ୍ୟ ଆଡ୍ କରି ଖାଇପାରିବେ ।

ମାଛ। ମାଂସ, ଅଣ୍ଡା, କ୍ଷୀର ଓ ଡାଲି ଜାତୀୟ ଖାଦ୍ୟ ପଦାର୍ଥ ନିହାତି ଖାଆନ୍ତୁ । ଏଥିରୁ ଆପଣଙ୍କୁ ପ୍ରୋଟିନ ଶରୀରକୁ ମିଳିଥାଏ । ବ୍ରେକ ଫାଷ୍ଟ ଓ ଲଞ୍ଚ ମଝି ସମୟରେ କିଛି ବି ଡ୍ରାଏ ଫୃଟ୍ସ 50 ରୁ 80 ଗ୍ରାମ ପାଖାପାଖି ଖାଇପାରିବେ । ଲଞ୍ଚ ଓ ଡିନର ମଝିରେ ଥିବା ସମୟରେ କିଛି ବି ଫୃଟ୍ସ ବା ହେଲଦି ଖାଦ୍ୟ ଖାଇପାରିବେ ।

 

ଏଥିସହ ପ୍ରଚୁର ମାତ୍ରାରେ ଦିନକୁ 3 ରୁ 4 ଲିଟର ପାଣି ମଧ୍ୟ ପିଅନ୍ତୁ । ରାତିରେ 7 ରୁ 8 ଘଣ୍ଟା ଠିକ ଭାବରେ ଶୁଅନ୍ତୁ । ଯାହା ଦ୍ଵାରା ଆପଣଙ୍କ ଓଜନ ବୃଦ୍ଧି ପାଇ ସୁସ୍ଥ, ସବଳ ଶରୀର ପାଇପାରିବେ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ମଧ୍ୟ ବହୁ ମାତ୍ରାରେ ଶେୟାର କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button