ରାଜ୍ୟ

ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ପ୍ରାଦେଶିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ଚଳିତ ଶିକ୍ଷା ବର୍ଷର ଆଚାର୍ଯ୍ୟ ପ୍ରଶିକ୍ଷଣ ୫ଟି ପ୍ରଶିକ୍ଷଣ କେନ୍ଦ୍ରରେ ୫ଟି ସ୍ତର ଆଧାରରେ ଡିସେମ୍ବର ୧ ତାରିଖଠାରୁ ଆରମ୍ଭ ହୋଇଯାଇଛି। ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୂଆ ବଜାର ଭଦ୍ରକଠାରେ ଶିଶୁ ବାଟିକା ପ୍ରଶିକ୍ଷଣରେ ୮୪ ଆଚାର୍ଯ୍ୟ ଆଚାର୍ଯ୍ଯା , ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, ମାଧବ ଧାମ, କେନ୍ଦୁଝରରେ ମୌଳିକ ସ୍ତର (୧ମ ଓ ୨ୟଶ୍ରେଣୀ) ପ୍ରଶିକ୍ଷଣରେ ୧୧୨ ସଂଖ୍ୟକ ଆଚାର୍ଯ୍ୟ-ଆଚାର୍ଯ୍ଯା, ପ୍ରଶିକ୍ଷଣ ମନ୍ଦିର, ଜୟପୁରଠାରେ ପ୍ରସ୍ତୁତି ସ୍ତର(୩ୟରୁ ୫ମ ଶ୍ରେଣୀ) ପ୍ରଶିକ୍ଷଣରେ ୧୪୭ ଆଚାର୍ଯ୍ୟ-ଆଚାର୍ଯ୍ଯା, ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, ବାଲେଶ୍ଵରଠାରେ ମଧ୍ୟ ସ୍ତର (୬ଷ୍ଠରୁ ୮ମ) ପ୍ରଶିକ୍ଷଣରେ ୧୦୧ ସଂଖ୍ୟକ ଆଚାର୍ଯ୍ୟ-ଆଚାର୍ଯ୍ଯା ଓ ସରସ୍ଵତୀ ପ୍ରଶିକ୍ଷଣ ମନ୍ଦିର, କେଶବଧାମ, କଟକଠାରେ ମାଧ୍ୟମିକ ସ୍ତର (୯ମ ଓ ୧୦ମ ) ପ୍ରଶିକ୍ଷଣରେ ୬୮ ୫ଟି ସ୍ଥାନରେ ୧୮୦ ଆଚାର୍ଯ୍ୟ ଓ ୩୩୨ ଆଚାର୍ଯ୍ଯା ସର୍ବମୋଟ ୫୧୨ ସଂଖ୍ୟକ ଆଚାର୍ଯ୍ୟ-ଆଚାର୍ଯ୍ଯା ପ୍ରଶିକ୍ଷଣ ନେଉଛନ୍ତି। ଆସନ୍ତା ୨୦ ଡିସେମ୍ବରରେ ପ୍ରଶିକ୍ଷଣ ସମାପିତ ହେବ।

ୁୀୂବିଦ୍ଯା ଭାରତୀ, ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଯୋଜନାରେ ମୋଟ୍ ୯୯୬ଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଚାଲୁଛି। ପ୍ରତିବର୍ଷ ଆଚାର୍ଯ୍ୟମାନଙ୍କ ଶୈକ୍ଷିକ ବିକାଶ, ଗୁଣବତ୍ତା, କାର୍ଯ୍ଯ କୁଶଳତା ଓ ଦକ୍ଷତା ବୃଦ୍ଧିପାଇଁ ଆଚାର୍ଯ୍ୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥାଏ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button