ରାଜ୍ୟ

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ: ସୌମ୍ୟରଂଜନ

ଘସିପୁରା: କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ ଆଇନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହେଉଛି। ଖଣି ବିଭାଗର ଏନ‌୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଉପରେ ରକ୍ତମୁଖା ବାଲି ମାଫିଆ ସଂଘବଦ୍ଧ ଆକ୍ରମଣ କରିବା ସହ ଲୁହାରଡ୍‌ରେ ପିଟି ଖଣି ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ଲହୁଲୁହାଣ କରିଛନ୍ତି। ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘସିପୁରା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଦାବି କରିଛନ୍ତି। ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଘସିପୁରା ଥାନା ଅଧିକାରୀ ରମାକାନ୍ତ ସାଇଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। ସେହିପରି ଘସିପୁରା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଜଣେ ଯୁବନେତା ହସ୍ତକ୍ଷେପ କରିବା ଫଳରେ ପଞ୍ଚାୟତର ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି।

ଖଲଣା ଓ ଅଳତି ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବ୍ଲକ୍‌ ଅଧ୍ୟକ୍ଷା କରାଇ ଦେଉନାହାନ୍ତି। ଏ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଘସିପୁରା ବିଡିଓ ବିନିତା ବିଜୟିନୀ ଓ ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଖାଳିଆମେଣ୍ଟା ସରପଞ୍ଚ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିବାରୁ ଉକ୍ତ ସମସ୍ୟାର ସମାଧାନ ପାଇଁ ଦୁଇ ପଦାଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ବେଳେ ଶ୍ରୀ ପଟ୍ଟନାୟକଙ୍କ ସହ ସମାଜସେବୀ ରତିକାନ୍ତ ବରାଳ, ମନ୍ମଥ ରାଉତ, ସଦାଶିବ ନାୟକ, ସରପଞ୍ଚ ବୃନ୍ଦାବନ ଜେନା, ବିପିନ ମାଝୀ, ଟିକନ ମାଝୀ, ବ୍ରହ୍ମା ସାମଲ, ସବ୍ୟସାଚୀ ଶିଆଲ ପ୍ରମୁଖ ଉପସ୍ଥିତ ଥିଲେ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button