ରାଜ୍ୟ

ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍: ବାଇକ୍‌-ଫ୍ରିଜ୍‌ ଥିଲେ ବି ଘର ମିଳିବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ନୂଆ ଗାଇଡ୍‌ଲାଇନ୍ ଆସିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡ୍‌ଲାଇନରେ କେତେକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି।

ରାଜ୍ୟ ସରକାର ଆବାସ ଘର ପାଇଁ ଲୋକେ ନିଜେ ନିଜ ପାଇଁ ସର୍ଭେ କରିବେ। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯିବ ନାହିଁ। ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ।

ହିତାଧିକାରୀ ନିଜେ ଯୋଗ୍ୟ କି ନୁହନ୍ତି ତାହାର ସର୍ଭେ ନିଜେ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି।

ବ୍ଲକ୍‌ର କୌଣସି କର୍ମଚାରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଅବା ସରପଞ୍ଚଙ୍କ ଜରିଆରେ ଆଉ ଆବାସ ସର୍ଭେ କରାଯିବ ନାହିଁ। ଲୋକେ ଅନଲାଇନ୍‌ରେ ଆପ୍ସ ଖୋଲି ନିଜର ଆବଶ୍ୟକ ତଥ୍ୟ ପୂରଣ କରିବେ ନିଜେ ନିଜର ସର୍ଭେ କରିବେ।ପୁରୁଣା ଘରର ଫଟୋ ଉଠାଇ ଅପଲୋଡ୍‌ କରିବେ।ସମସ୍ତ ତଥ୍ୟ ସିଧାସଳଖ ଆବାସ ପ୍ଲସ୍‌ ପୋର୍ଟାଲକୁ ଚାଲିଯିବ।
ଏନେଇ ଆସନ୍ତା ଡ଼ିସେମ୍ବର ମାସରେ ପ୍ରତି ଗାଁରେ ଏନେଇ କ୍ୟାମ୍ପ୍ କରାଯିବ। ଲୋକେ ଏହି କର୍ମଶାଳାରେ ଯୋଗ ଦେଇ ସଚେତନ ହେବେ ‌ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି।

ଲୋକେ କିଭଳି ନିଜେ ନିଜର ସର୍ଭେ କରିବେ, ତାହା ଶିଖାଇବାକୁ ପଞ୍ଚାୟତସ୍ତରରେ କର୍ମଶାଳା ହେବ । ୧୫ ବା ୧୫ରୁ କମ୍‌ ସଂଖ୍ୟକ ପଞ୍ଚାୟତ ଥିବା ବ୍ଲକ୍‌ରେ ଡିସେମ୍ବର ୨ ତାରିଖରେ କର୍ମଶାଳା ହେବ । ୧୬ରୁ ୨୫ଟି ପଞ୍ଚାୟତ ଥିବା ବ୍ଲକ୍‌ରେ ୨ ଓ ୩ ତାରିଖରେ କର୍ମଶାଳା ହେବ ।

୨୫ରୁ ଅଧିକ ପଞ୍ଚାୟତ ଥିବା ବ୍ଲକ୍‌ରେ ୨, ୩ ଓ ୪ ତାରିଖରେ କର୍ମଶାଳା ହେବ । ସ୍ଥାନୀୟ ଲୋକେ ଯେଭଳି ଏହି ଆବାସ କର୍ମଶାଳା ହେଉଛି ବୋଲି ଜାଣିପାରିବେ ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରିବାକୁ କୁହାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି।

ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button