ଦେଶ- ବିଦେଶ
ଲ୍ୟାଣ୍ଡମାଇନ୍ ବିସ୍ଫୋରଣ , ଯବାନଙ୍କ ପାଦ ଛିଣ୍ଡି ଗୋଡରୁ ହେଲା ଅଲଗା

ଛତିଶଗଡ଼ ସୁକମା ଜିଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଯବାନମାନେ କୋମ୍ବିଂ ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନଙ୍କ ପାଦ ଛିଣ୍ଡି ଗୋଡ଼ରୁ ଅଲଗା ହୋଇଯାଇଛି। ସେ ହେଲେ ସୁକମା ଜିଲା ପୋଲିସର ପଡିଅମ ବିନୋଦ । ସୂଚନା ଅନୁଯାୟୀ ସୁକମା ଜିଲା ଡିଆର୍ଜି ଯବାନମାନେ ରବିବାର ତୁମାଲପାଡ ଓ ରାୟଗୁଡେମ ଅଞ୍ଚଳରେ କୋମ୍ବିଂ ସମୟରେ ତୁମାଲପାଡ ଓ ରାୟଗୁଡେମ ରାସ୍ତାରେ ମାଓବାଦୀମାନେ ଖଞ୍ଜିିଥିବା ଲ୍ୟାଣ୍ଡମାଇନ୍ ଉପରେ ବିନୋଦଙ୍କ ପାଦ ପଡ଼ିଯିବାରୁ ବିସ୍ଫୋରଣ ହୋଇଥିଲା।ଫଳରେ ତାଙ୍କ ପାଦ ଛିଣ୍ଡି ଯାଇଥିଲା। ଅନ୍ୟ ଯବାନମାନେ ତାଙ୍କୁ ସୁକମା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।