ଲଞ୍ଚ ହେବ OnePlus Ace 5, Ace 5 Pro, ଫିଚର୍ସ ରହିଛି ଜବରଦସ୍ତ
OnePlus Ace 5, Ace 5 Pro ଖୁବ୍ ଶୀଘ୍ର ଲଞ୍ଚ ହେବ । OnePlus ର ଏହି ଦୁଇଟି ଫୋନ ବଡ ବ୍ୟାଟେରୀ ପ୍ୟାକ୍ ସହିତ ଆସିବ । ଯଦି ନିକଟରେ ରିପୋର୍ଟଗୁଡିକ ବଶ୍ୱାସ କରାଯାଏ ତେବେ ଏହି ସ୍ମାର୍ଟଫୋନରେ ୭,୦୦୦mAh ର ଦମଦାର୍ ବ୍ୟାଟେରୀ ଦିଆଯାଇପାରେ । ବର୍ତ୍ତମାନ ଏହି ଫୋନ ସହିତ ଜଡିତ ଆହୁରି ଅନେକ ଡିଟେଲ୍ସ ସାମ୍ନାକୁ ଆସିଛି ।
OnePlus ର ଏହି ସିରିଜର ଭାରତରେ OnePlus 13R ଭାବରେ ରିବ୍ରାଣ୍ଡ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏହି ବିଷୟରେ କୌଣସି ଅଫିସିଆଲ ସୂଚନା ପ୍ରକାଶ କରାଯାଇନାହିଁ । ମାର୍କେଟ ଅଥାର୍ତ ଚାଇନାରେ OnePlus 13 କୁ କିଛି ଦିନ ପୂର୍ବରୁ ଲଞ୍ଚ କରିଛି ।
OnePlus Ace 5 ଗ୍ଲୋବାଲ ମାର୍କେଟରେ OnePlus 13R ଭାବରେ ଲଞ୍ଚ ହୋଇପାରିବ, କିନ୍ତୁ ଏହି ସିରିଜର Pro ମଡେଲ୍ କେବଳ ଚାଇନାର ବଜାରରେ ସୀମିତ ହୋଇପାରିବ । OnePlus ର ଏହି ସିରିଜ୍ ଖୁବ୍ ଶୀଘ୍ର ଚାଇନା ବଚାରରେ ଲଞ୍ଚ କରାଯିବ । OnePlus ର ଏହି ଅପକମିଙ୍ଗ ସ୍ମାର୍ଟଫୋନ ସିରିଜର ଲୁକ୍ ଏବଂ ଡିଜାଇନ୍ OnePlus 12 ପରି ହେବ । ଏଥିରେ ସେରାମିନ୍ ବ୍ୟାକ୍ ପ୍ୟାନେଲ୍ ଦେଖାଯାଇପାରେ । ଏହା ସହିତ, କ୍ୟାମେରା ଡିଜାଇନରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ ।
ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ବ୍ୟାକ୍ ପ୍ୟାନେଲକୁ ରିଡିଜାଇନ୍ କରିବ । ଏହି ସ୍ମାର୍ଟଫୋନରେ ୬,୫୦୦୦mAh ରୁ ୭,୦୦୦mAh ପର୍ଯ୍ୟନ୍ତ ବ୍ୟାଟେରି ଦିଆଯାଇପାରିବ । ଫୋନକୁ ଚାର୍ଜ କରିବା ପାଇଁ ୧୦୦W SuperVOOC ଚାର୍ଜିଂ ଫିଚର ପ୍ରଦାନ କରାଯାଇପାରିବ । OnePlus 13 ପରି ଏହି ସିରିଜରେ ମଧ୍ୟ କମ୍ପାନୀBOE X2 1.5K OLED ଡିସପ୍ଲେ ପ୍ୟାନେଲର ବ୍ୟବହାର କରିବ, ଯାହା ୧୨୦Hz ହାଇ ରିଫ୍ରେସ ରେଟ୍କୁ ସପୋର୍ଟ କରିବ । ଏହି ସିରିଜ୍ Qualcomm Snapdragon 8 Gen 3 ସହିତ ଆସିପାରେ ।
OnePlus Ace 5 ସିରିଜ୍ର ବ୍ୟାକରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ମିଳିପାରେ । ଫୋନରେ ୫୦MP ର ମେନ୍ OIS କ୍ୟାମେରା ରହିବ । ଏହା ବ୍ୟତୀତ, ଫୋନରେ ଏକ ତୃତୀୟ କ୍ୟାମେରା ମଧ୍ୟ ମିଳିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ OnePlus ର ଏହି ଫୋନରେ ୧୬MP ର କ୍ୟାମେରା ରହିବ ବୋଲି ଆଶା କରାଯାଉଛି । ଭାରତରେ ଲଞ୍ଚ ହେବାକୁ ଥିବା OnePlus 13 ରେ ମଧ୍ୟ ଏହି ଫିଚର ଦେଖିବାକୁ ମିଳିବ । ଫୋନର ପ୍ରାଇସ୍ ୪୦,୦୦୦ ରୁ ୫୦,୦୦୦ ଟଙ୍କା ମଧ୍ୟରେ ହୋଇପାରେ ।