ଦେଶ- ବିଦେଶ

ହଳଦୀ ଆପଣଙ୍କୁ କରିଦେବ ଧନୀ, ଘରକୁ ଆଣିଥାଏ ସୁଖ ଓ ସମୃଦ୍ଧି, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ ହଳଦୀ ଏକ ଏଭଳି ଜିନିଷ ଯାହା ସମସ୍ତଙ୍କ ଘରେ ପ୍ରତିଦିନ ବ୍ୟବହାର ହୋଇଥାଏ । କୁହାଯାଏ କି ହଳଦୀ ମାତା ଲକ୍ଷ୍ମୀ ଙ୍କର ଅତି ପ୍ରିୟ ବୋଲି ସେଥିପାଇଁ ହଳଦୀ ଖାଦ୍ୟ ପଦାର୍ଥ କିମ୍ବା ରୋଷେଇ ରେ ବ୍ୟବହାର ନ ହେଲେ ମାତା ଲକ୍ଷ୍ମୀ ଅଶାନ୍ତି ହୋଇ ଥାଆନ୍ତି ।

କେହି କେହି କୁହନ୍ତି କି ଖାଦ୍ୟ ରେ ହଳଦୀ ନ ପଡିଲେ ଖାଦ୍ୟ ସ୍ୱାଦ ହୀନ ଲାଗେ ଏବଂ ଅସୁନ୍ଦର ମଧ୍ୟ ଦେଖା ଯାଏ । ଏଣୁ ହଳଦୀ କୁ ଖାଦ୍ୟ ପଦାର୍ଥ ତଥା ରୋଷେଇ କାର୍ଯ୍ୟ ରେ ଲଗା ଯାଇଥାଏ ।

କିନ୍ତୁ ଏହି ହଳଦୀ ରେ ଅନେକ ଚମତ୍କାରୀ ଗୁଣ ମାନ ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଏବଂ ପୁରାଣ ରେ ହଳଦୀ ବିଷୟରେ ବର୍ଣ୍ଣନା କରା ଯାଇଛି । ହଳଦୀ କୁ ଖାଦ୍ୟ ପଦାର୍ଥ ରେ ବ୍ୟବହାର କରିବା ଛଡା ଏହାକୁ ମାଙ୍ଗଳିକ କାର୍ଯ୍ୟ କିମ୍ବା ପୂଜା ପାଠ ରେ ମଧ୍ୟ ବ୍ୟବହାର କରାଯାଇ । ଏହା ଛଡା ଖାଦ୍ୟ ରେ ହଳଦୀ ଥିଲେ ଏବଂ ସେହି ଖାଦ୍ୟ କୁ ସେବନ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରୁହେ ଏବଂ ରୋଗ ପ୍ରତିଶୋଧକ ଶକ୍ତି କୁ ବୃଦ୍ଧି କରାଇ ଥାଏ । ଏବଂ ଆମ ଶରୀର ରେ ନକରାତ୍ମକ ଉର୍ଜା ପ୍ରବେଶ କରି ପାରି ନଥାଏ ।

ହିତ ହଳଦୀ କୁ ଶରୀର ରେ ଲଗାଇବା ଦ୍ୱାରା ଶରୀର ରେ ଥିବା ମୃ-ତ କୋଷ କୁ ନଷ୍ଟ କରି ଦେଇ ଥାଏ ଏବଂ ଚେହେରା କୁ ଉଜ୍ଜ୍ୱଳ କରାଇ ଦେଇଥାଏ । ହଳଦୀ କୁ ଲଗେଇବା ଦ୍ୱାରା ଆମ ଶରୀର ବହୁତ ଭଲ ସତେଜ ଏବଂ ସୁନ୍ଦର ମଧ୍ୟ ଦେଖା ଯାଏ ।

ଏହା ଛଡା ହଳଦୀ କୁ ଶରୀର ରେ ଲଗାଇବା ଦ୍ୱାରା ଶରୀର ରେ ଥିବା ରୋଗ ଜୀବାଣୁ ନଷ୍ଟ ହୋଇ ଯାଇଥାଏ ଏବଂ ଶରୀର ରେ ଏକ ସକରାତ୍ମକ ଉର୍ଜା ସୃଷ୍ଟି ହୋଇ ଥାଏ ଯାହା ଦ୍ୱାରା ଆମ ମନ ମଧ୍ୟ ବହୁତ ଖୁସି ରେ ରହିଥାଏ । ସେଥିପାଇଁ ଅଧିକାଂଶ ଲୋକ ହଳଦୀ ଲଗେଇ ଗାଧୋଇ ଥାଆନ୍ତି କିନ୍ତୁ ଏହି ନୂତନ ଯୁଗରେ ଏହା ଦେଖିବାକୁ ମିଳୁ ନାହିଁ ।

କିନ୍ତୁ ଆପଣ ଗାଧୋଇବା ବେଳେ ପାଣିରେ ଟିକେ ହଳଦୀ ପକାଇ ଗାଧୋଇବା ଦ୍ୱାରା ଆପଣଙ୍କ ଜୀଵନ ରେ ଅନେକ ପରିବର୍ତ୍ତନ ହୋଇଥାଏ । ବିବାହ ପୂର୍ବରୁ ମଧ୍ୟ ହଳଦୀ ପାଣି ରେ ବାଡୁଅ ପାଣି ରେ ଗାଧୋଇ ଦେଇଥାନ୍ତି କାରଣ ଏହା ବହୁତ ଶୁଭ ହୋଇ ଥାଏ ।

ପ୍ରାୟତଃ ଆପଣ ଦେଖିଥିବେ କି ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ବହୁତ ଝଗଡା ହୋଇ ଥାଏ କିମ୍ବା କୌଣସି କଥା କୁ ନେଇ ବହୁତ ମତ ଭେଦ ଲାଗି ରହିଥାଏ । ଶାଶୂ ବୋହୁ ଙ୍କ ଭିତରେ ମଧ୍ୟ ଝଗଡା ଲାଗି ରହୁଥାଏ ।

ଘରେ ସର୍ଵଦା ଅଶାନ୍ତି ର ବାସ ଥାଏ ଏହି ଭଳି ହେଉଥିଲେ ଆପଣ ପ୍ରତିଦିନ ଏକ ତମ୍ବା ଲୋଟା ରେ ପାଣି ଭର୍ତ୍ତି କରି ସେଥିରେ ଅଳ୍ପ ହଳଦୀ ମିଶାଇ ସେହି ପାଣି କୁ ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ଏହି ସବୁ ସମସ୍ୟା ଦୂର ହୋଇ ଯିବ ।

ଚାକିରୀ ବ୍ୟବସାୟ ଏବଂ ସନ୍ତାନ କିମ୍ବା ବିବାହ ରେ କୌଣସି ସମସ୍ୟା ଆସୁଥାଏ ତେବେ ଆପଣ ପ୍ରତି ଗୁରୁବାର ଦିନ ଗଣେଶ ଙ୍କୁ ହଳଦୀ ଅର୍ପଣ କରନ୍ତୁ । ଏହା ଦ୍ୱାରା ଖୁବ ଶୀଘ୍ର ଏହି ସବୁ ବିଘ୍ନ ଦୁର ହୋଇଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button