ରାଜ୍ୟ

ପ୍ରସ୍ତୁତ ହେଉଛି ଦ୍ୱିତୀୟ ଜହ୍ନ, ଜାଣନ୍ତୁ କିଏ କରୁଛି ଓ କାହିଁକି?

ଦୁନିଆର କୌଣସି ନୂଆ ଉପକରଣ ତିଆରି କରିବାରେ ମାମଲାରେ ଚାଇନା ଆଗରେ ରହିଛି। ଦୁନିଆକୁ ଆଶ୍ଚର୍ଯ୍ଯ କଲାଭଳି ଖବର ଆସିଛି, କାରଣ ଚାଇନା ଏକ ଆଟିଫିସିଆଲ ଜହ୍ନ ପ୍ରସ୍ତୁତ କରିବାକୁ ଯାଉଛି । ଯାହା ପୃଥିବୀରେ ପ୍ରାୟ ୮୦ କିଲୋମିଟର ଅଞ୍ଚଳକୁ ଆଲୌକିତ କରିବ।

ଏହା ସହିତ ବାସ୍ତବିକ ଜହ୍ନ ଅପେକ୍ଷା ୮ଗୁଣ ଅଧିକ ଉଜ୍ବଳତ ହେବ ବୋଲି ସୂଚନା ମିଳିଛି। ଜହ୍ନ ଭଳି ଭୂପୃଷ୍ଠରୁ ପ୍ରାୟ ୫୦୦ କିଲୋମିଟର ଉଚ୍ଚତରେ ଏହାକୁ ରଖାଯିବାର ଯୋଜନା କରାଯାଇଛି।

 

ଏହି ଆଟିଫିସିଆଲ ଜହ୍ନକୁ ଚାଇନାର ଚେଙ୍ଗୁଡ଼ୁ ସହରର ଦକ୍ଷିଣପଶ୍ଚିମ ଅଞ୍ଚଳରେ ଲଗାଯିବାର ଯୋଜନା ଅଛି। କୃତିମ ଜହ୍ନ ପ୍ରସ୍ତୁତି ୨୦୨୦ ମସିହା ସୁଧା ପୂର୍ଣ୍ଣ କରାଯିବ ବୋଲି ସୂଚନା ମିଳିଛି। ଏହି ପ୍ରୋଜେକ୍ଟଟି ଚେଙ୍ଗୁଡ଼ୁ ଏୟରୋସ୍ପେସ୍ ସାଇନ୍ସ ଏବଂ ଟେକ୍ନୋଲୋଜି ମାଇକ୍ରୋଇଲେକ୍ଟୋନିକ୍ସ ରିସର୍ଚ୍ଚ ଇଷ୍ଟିଟ୍ୟୁଟ କମ୍ପାନି ଲିମିଟେଡ଼ରେ ର୍ନିମାଣ କରୁଛି ବୋଲି ଏହାର ଚେୟାରମ୍ୟାନ ବୁ ଚୁନଫେଡ଼ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button