ରାଜ୍ୟ

ପାନପୋଷ ନିୟନ୍ତ୍ରିତ ବଜାରକମିଟି ନିର୍ବାଚନ, ୮ କୃଷକ ପ୍ରତିନିଧି ନିର୍ବାଚିତ

ରାଉରକେଲା: ପାନପୋଷ ନିୟନ୍ତ୍ରୀତ ବଜାର କମିଟିର କୃଷକ ସମାଜ ଓ ଗ୍ରାମପଂଚାୟତ ନିର୍ବାଚନ ମଣ୍ଡଳୀର ନିର୍ବାଚନ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କୃଷକ ନିର୍ବାଚନ ମଣ୍ଡଳୀର ୮ ଜଣ ପ୍ରତିନିଧି ଓ ଗ୍ରାମପଂଚାୟତ ନିର୍ବାଚନ ମଣ୍ଡଳୀର ୧ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି l

କୃଷକ ନିର୍ବାଚନ ମଣ୍ଡଳୀ ପାଇଁ ୨୩୨ ଜଣ ଓ ଗ୍ରାମପଂଚାୟତ ନିର୍ବାଚନ ମଣ୍ଡଳୀ ପାଇଁ ୯ ଜଣ ଭୋଟର ଭୋଟ ଦେଇଥିଲେ।

ନିର୍ବାଚନ ଅଧିକାରୀ ଉପଜିଲ୍ଳାପାଳ ବିଜୟ ନାୟକଙ୍କ ତତ୍ବାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସହାୟକ ଜିଲ୍ଳାପାଳ ଗୋପବନ୍ଧୁ ନାୟକ, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ, ସେକ୍ସନ ଅଫିସର ସୁରେନ୍ଦ୍ର ସ୍ବାଇଁ ଓ ଜ୍ୟୋତି ପ୍ରକାଶ ଶତପଥୀ ଏଥିରେ ସହଯୋଗ କରିଥିଲେ। ୮ କୃଷକ ପ୍ରତିନିଧି ପଦବି ପାଇଁ ମୋଟ ୧୭ ଜଣ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। ୧୮୨ ଭୋଟର ମୋଟ ୧୩୨୮ଟି ଭୋଟ ଦେଇଥିଲେ। ୧୪ ଭୋଟରଙ୍କ ମତଦାନ ନାକଚ ହୋଇଥିଲା। ୧୭ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରୁ ୮ କୃଷକ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି।

ସେମାନେ ହେଲେ ରମେଶ କୁମାର ଅଗ୍ରୱାଲ, ବିଭୂତି ଭୂଷଣ ପୁହାଣ, ଉଜ୍ଜଳ କୁମାର କୁଣ୍ଡୁ, ସତ୍ୟନାରାୟଣ ପ୍ରସାଦ, ନିରଞ୍ଜନ ମହାତୋ, ଗର୍ନ୍ଧବ ମହାନ୍ତି, ଉଗ୍ରସେନ ବେହେରା, ଝିର୍ଗା ଏକ୍କା। ରମେଶଙ୍କୁ ୧୮୪ ଖଣ୍ଡ ଭୋଟ ମିଳିଥିବାବେଳେ ବିଭୂତିଙ୍କୁ ୧୩୨, ଉଜ୍ଜଳ ୧୧୯, ସତ୍ୟ ନାରାୟଣ ୧୧୨, ନିରଞ୍ଜନ ୧୦୬, ଗର୍ନ୍ଧବ ୧୦୨, ଉଗ୍ରସେନ ୮୯, ଝିର୍ଗା ୮୦ ଖଣ୍ଡ ଭୋଟ ପାଇଥିଲେ। କୃଷ୍ଣ ପଟ୍ଟନାୟକଙ୍କୁ ୭୪ ଖଣ୍ଡ ଭୋଟ ମିଳିଥିବାବେଳେ ଅଲୋକ କୁମାର ନାୟକ ୭୩, ଆଲୋକ ସ୍ବାଇଁ ୬୯, ଜ୍ୟୋତିରଞ୍ଜନ ମହାନ୍ତି ୪୭, ବାନ୍ଦେ ତିର୍କି ୪୨, ବିର୍ସା ଓରାମ ୩୩, ପ୍ରମୋଦ ସେଠୀ ୨୫, ଜୟକରଣ ଖାଲ୍କୋ ୨୧ ଓ ରଞ୍ଜିତା ମଲ୍ଲିକଙ୍କୁ ୨୦ ଖଣ୍ଡ ଭୋଟ ମିଳିଥିଲା। ସେମିତି ଗ୍ରାମପଞ୍ଚାୟତ ନିର୍ବାଚନରେ ମଣ୍ଡଳୀରେ ଦୁଚି କୁଜୁର ବିଜୟୀ ହୋଇଛନ୍ତି। ତାଙ୍କୁ ୬ ଖଣ୍ଡ ଭୋଟ ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button