ପିଆଜ ଦର ବୃଦ୍ଧିର କାରଣ କହିଲେ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ ଏବେ ଅତ୍ୟାବଶକ ଜିନିଷର ଦର ହୁ ହୁ ବୃଦ୍ଧି ପାଉଛି । ତନ୍ମଧ୍ୟରୁ ପିଆଜ ଦର ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ତେବେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ ପିଆଜ ଦରବୃଦ୍ଧିର କାରଣ କହିଛନ୍ତି । ସେ କହିଛନ୍ତି ଯେ ନାସିକରେ ପିଜଆ ଦର ଅଧିକ ରହିଛି । କେଜି ପ୍ରତି ୪୫ ଟଙ୍କା ରହିଛି । ଆମର ଯେହେତୁ ଉପôାଦନ ନାହିଁ, ସେଠାରୁ ଆସିଲେ ଏଠାରେ ବିକ୍ରି ହେବ ।
ନାଫେଡ ଜରିଆରେ ପିଆଜ କେଜି ପ୍ରତି ୩୦ ଟଙ୍କାରେ ବିକ୍ରି କରିବାକୁ କୁହାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ପ୍ରକାଶ ଯେ ରାଜ୍ୟରେ ଅତ୍ୟାବଶକୀୟ ଜିନିଷର ଦର ଅହେତୁକ ବୃଦ୍ଧି ପାଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି । ଗତ ଜୁନ ମାସରେ ଆଳୁ ଦର ପ୍ରତି କିଲୋ ୨୦ ଟଙ୍କା ଥିଲା ବେଳେ ଏହା ଏବେ ୩୫ ଟଙ୍କା ରହିଛି। ରାଜ୍ୟରେ ପିଆଜ କିଲୋ, ଯାହା ଜୁନ ମାସରେ ୨୦ ଟଙ୍କା ଥିଲା ତାହା ଏବେ ୬୦ ଟଙ୍କା ରହିଛି। ସେହିପରି, ହରଡ଼ ଡାଲି ଦର ୧୩୦ ଟଙ୍କାରୁ ୧୮୦ ଟଙ୍କାରେ, ମୁଗ ଡାଲି ଦର ୧୦୦ ଟଙ୍କାରୁ ୧୨୫ ଟଙ୍କାରେ, ବିରି ଡାଲି ଦର ୧୨୦ ଟଙ୍କାରୁ ୧୪୫ ଟଙ୍କାରେ, ସୋରିଷ ତେଲ ଦର ୧୫୦ ଟଙ୍କାରୁ ୧୮୦ ଟଙ୍କାରେ, ରିଫାଇନ ତେଲ ଦର ୧୧୪ ଟଙ୍କାରୁ ୧୪୪ ଟଙ୍କାରେ ପହଁଚିଛି। ଆଳୁ ପିଆଜ ଛଡା ଅନ୍ୟ ପନିପରିବା ଦର ମଧ୍ୟ ଆକାଶଛୁଆଁ ହୋଇଛି। ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ତତ୍ପରତା ଦେଖାଇ ନାହାନ୍ତି।