ଆମେରିକା ବ୍ୟୁରୋକ୍ରାସିକୁ କ୍ଲିନ କରିବେ ରାମସ୍ବାମୀ-ମସ୍କ, ମିଳିଲା ବଡ ଦାୟିତ୍ବ
ୱାଶିଂଟନ, ୧୩/୧୧: ଆକ୍ସନ ମୁଡରେ ଟ୍ରମ୍ପ । ରାଷ୍ଟ୍ରପତି ପଦ ପାଇଁ ଶପଥ ନେବା ପୂର୍ବରୁ ଟିମ ଗଠନରେ ବ୍ୟସ୍ତ ଡୋନାଲ୍ଡ ଟ୍ରମ୍ପ । ଏହାରି ମଧ୍ୟରେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ବଡ ଦାୟିତ୍ବ ଦେଇଛନ୍ତି ଟ୍ରମ୍ପ । ଟ୍ରମ୍ପ କ୍ୟାବିନେଟରେ ସାମିଲ ହୋଇଛନ୍ତି ଏହି ଦୁଇ ହେବିୱେଟ । ଉଭୟଙ୍କୁ ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ ମିଳିଛି ।
ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଅଫିସର ରାଜ ସମାପ୍ତ କରିବାକୁ ଉଭୟ କାମ କରିବେ ବୋଲି ଟ୍ରମ୍ପ ଆଶାବାଦୀ ରହିଛନ୍ତି ।
ଆସନ୍ତା ୨୦ ଜାନୁଆରୀରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ଏହା ପୂର୍ବରୁ ଦଳ ଗଠନକୁ ଜୋରଦାର କରିଛନ୍ତି । ଅନେକ ବଡ ବଡ ପଦ ପାଇଁ ନିଯୁକ୍ତି ପରେ ଏବେ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ବଡ ଦାୟିତ୍ବ ଦେଇଛନ୍ତି । ଉଭୟଙ୍କୁ ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ ପ୍ରଦାନ କରିଛନ୍ତି ।
ଏ ବାବଦରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ମୋତେ ବହୁତ ଖୁସି ଯେ ଗ୍ରେଟ ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କ ମିଶି ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ ଚଳାଇବେ । ଯାହା ସୁରକ୍ଷିତ ଆମେରିକା ପାଇଁ ଜୁରୁରୀ । ଦୁଇ ପ୍ରମୁଖ ବ୍ୟକ୍ତିତ୍ବ ମିଳିତ ଭାବେ ମୋ ସରକାରରେ ବ୍ୟୁରୋକ୍ରାସିକୁ କ୍ଲିନ କରିବାଠୁ ନେଇ ଅଯଥା ଖର୍ଚ୍ଚ ଉପରେ ରୋକ ଲଗାଇବା, ଅଦରକାରୀ ନିୟମାବଳୀ ହ୍ରାସ, ଅଫିସର ରାଜ ସମାପ୍ତ କରିବେ ବୋଲି ମୋର ଆଶା । ରିପ୍ଲିକାନର ନେତା ଲମ୍ବା ସମୟ ଧରି ଡିଓଡିଇର ଉଦ୍ଦେଶ୍ୟ ପୂରଣ କରିବାକୁ ସ୍ବପ୍ନ ଦେଖିଛନ୍ତି ।
ବଡ ଦାୟିତ୍ବ ମିଳିବା ପରେ ଏଲନ ମସ୍କ ଓ ବିବେକ ରାମାସ୍ବାମୀ ସୋସିଆଲ ମିଡିଆରେ ମିଶନ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆମେରିକା କ୍ୟାବିନେଟରେ ଏଲନ ମସ୍କ ସାମିଲ ହେବା ପରେ କହିଛନ୍ତି ଡିପାର୍ଟମେଣ୍ଟ ଅଫ ଗଭର୍ମେଣ୍ଟ ଏଫିସିଏନ୍ସି ଏଥିରେ ସରକାରୀ ଅର୍ଥକୁ ବରବାଦ କରୁଥିବା ସମସ୍ତଙ୍କୁ ସିଧା ମେସେଜ ଯିବ । ଅନ୍ୟପଟେ ବିବେକ ରାମାସ୍ବାମୀ କହିଛନ୍ତି ଆମେ ଏହି ଦାୟିତ୍ବକୁ ହାଲୁକାରେ ନେବା ନାହିଁ ଗୁରୁତର ସହିତ ନେବାକୁ ହେବ ।