ଦେଶ- ବିଦେଶ
ରଥ ଗଡିବ’ଯୁଗ ଯୁଗର ଲଢ଼େଇ’, ଅଷ୍ଟ୍ରେଲିଆ ଖବରକାଗଜରେ କୋହଲି ଝଡ଼

ଅଷ୍ଟ୍ରେଲିଆରେ କୋହଲି ଝଡ଼। ପ୍ରଣ୍ଟ ପେଜ୍ରେ ବିରାଟ କୋହଲି। ବିଦେଶ ଖବରକାଗଜର ହେଡଲାଇନ୍ ପାଲଟିଲେ ଭାରତୀୟ କ୍ରିକେଟର୍। ତା’ପୁଣି ପ୍ରଥମ ପୃଷ୍ଠାର ପ୍ରଥମ ହେଡ୍ଲାଇନ୍ରେ। କେବଳ କୋହଲି ନୁହନ୍ତି ତାଙ୍କ ସହ ଅନେକ ଖେଳାଳିଙ୍କୁ ଏହି ଫ୍ରଣ୍ଟ ପେଜ୍ରେ ମିଳିଛି ସ୍ଥାନ। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟର ୧୦ ଦିନ ପୂର୍ବରୁ ଅଷ୍ଟ୍ରେଲିଆ ମିଡିଆରେ ଦେଖିବାକୁ ମିଳିଛି କୋହଲି କ୍ରେଜ୍। ଭାରତୀୟ କ୍ରିକେଟର ଲୋକପ୍ରିୟ ଚେହେରା ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପର୍ଥରେ ପହଞ୍ଚିବା ପରେ ତାଙ୍କୁ ଭିନ୍ନ ଢ଼ଙ୍ଗରେ ସ୍ୱାଗତ କରାଯାଇଛି। ଅଷ୍ଟ୍ରେଲିଆ ଖବରକାଗଜର ଏକ ଗ୍ରୁପ୍ ତାଙ୍କ ଫଟୋକୁ ‘ଫ୍ରଣ୍ଟ୍ ପେଜ୍’ରେ ଛାପିଛି। ଆଉ ଏହାର ହେଡ୍ଲାଇନ୍ ରହିଛି ‘ଯୁଗ ଯୁଗର ଲଢ଼େଇ’। ଏଥିରୁ ଜଣାପଡୁଛି ଭାରତୀୟ କ୍ରିକେଟରଙ୍କ କ୍ରେଜ୍ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ରହିଛି।