ରାଜ୍ୟ

ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରୋଡ ସୋ’ ସହ ସାଧାରଣ ସଭାରେ ଦେବେ ଯୋଗ

ଜି ସରିବ ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର । ଆସନ୍ତା ୧୩ରେ ହେବ ଭୋଟ । ୮୧ ଆସନ ମଧ୍ଯରୁ ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେବ ଭୋଟ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ପାଇଁ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରୋଡ ସୋ’ ସହ ସାଧାରଣ ସଭାରେ ଯୋଗଦେବେ । ସଢେଇକଳା, ଖରସୁଆଁ ଏବଂ ସିଂହଭୂମି ଦୁଇଟି ଜିଲ୍ଲାରେ ଦୁଇଟି ବଡ ବଡ ସଭା କରିବେ ମୁଖ୍ୟମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ଯରେ ଅଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଷଢେଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ ।

ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ । ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା । ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ଯପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ । ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୈୟା ସମ୍ମାନ ଯୋଜନା, ଖାଦ୍ଯ ନିରାପତ୍ତା ଗ୍ଯାରେଣ୍ଟି, ଶିକ୍ଷାର ଗ୍ଯାରେଣ୍ଟି, ନିଯୁକ୍ତି ଓ ସ୍ବାସ୍ଥ୍ଯ ନିରାପତ୍ତା ଗ୍ଯାରେଣ୍ଟି, କୃଷକ କଲ୍ଯାଣ ଗ୍ଯାରେଣ୍ଟି, ସରନା ଧରମ ସଂହିତା କାର୍ଯ୍ୟକାରୀ ଗ୍ଯାରେଣ୍ଟି ଆଦି ଦିଆଯାଇଛି।

ସେହିପରି ଏନଡିଏ ପକ୍ଷରୁ ଦିଆଯାଇଛି ମାଳମାଳ ପ୍ରତିଶ୍ରୁତି । ପ୍ରତି ମହିଳାଙ୍କ ନିକଟକୁ ଯିବ ୨ ହଜାର ୧୦୦ ଟଙ୍କା, ୫ଶହ ଟଙ୍କାରେ ପ୍ରତି ପରିବାରକୁ ଏଲପିଜି ସିଲିଣ୍ଟର ଆଦି ପ୍ରତିଶ୍ରୁତି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ଓଡ଼ିଆ ଭୋଟର । ଝାଡ଼ଖଣ୍ଡରେ ଅଛନ୍ତି ପ୍ରାୟ ୧୮ ପ୍ରତିଶତ ଓଡ଼ିଆ ଭୋଟର। ଓଡିଆ ଭୋଟ ହାତେଇବାକୁ ଘମାସାନ ପ୍ରଚାର କରିଛନ୍ତି ଓଡିଶାର ନେତା । ଷଢେଇକଳା, ଖରସୁଆଁ, ପୂର୍ବ ଚକ୍ରଧରପୁର ଓ ପଶ୍ଚିମ ଚକ୍ରଧରପୁର ଜିଲ୍ଲାର ବିଭିନ୍ନ ଆସନରେ ଜୋରଦାର କରିଛନ୍ତି ପ୍ରଚାର ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button