ଦେଶ- ବିଦେଶ

୫୯ ବର୍ଷରେ ସିଗାରେଟ୍ ଛାଡିଲେ କିଙ୍ଗ୍ ଖାନ, କହିଲେ-ଏବେ ବି ହେଉଛି ସମସ୍ୟା

ମୁମ୍ଵାଇ ୦୮।୧୧ : ନଭେମ୍ବର ୨ରେ କିଙ୍ଗ ଖାନ ଶାହରୁଖ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ । ଏହି ଅବସରରେ ସେ ଏକ ବଡ ଘୋଷଣା କରିଥିଲେ। ଏହି ଖବର ଶୁଣି ତାଙ୍କ ପ୍ରଶଂସକମାନେ ଏବେ ବହୁତ ଖୁସି ଅଛନ୍ତି। ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଶାହାରୁଖ ଖାନ କହିଥିଲେ ଯେ, ସେ ଧୂମପାନ ଛାଡିଛନ୍ତି।

ଖବରଟି ତାଙ୍କ ପ୍ରଶଂସକଙ୍କୁ ଉଭୟ ଆଶ୍ଚର୍ଯ୍ୟ ଓ ଖୁସି କରାଇଥିଲା।

ଶାହାରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି । ସେ ଖୋଲାଖୋଲି ଭାବେ ସିଗାରେଟ ଟାଣୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏବେ ଶାହରୁଖ ଧୂମପାନ ଛାଡ଼ିଥିବା କହିଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, “ଖୁସି ଖବର ହେଲା ମୁଁ ଧୂମପାନ ଛାଡ଼ିଦେଇଛି ସାଙ୍ଗମାନେ। ଏଠାକୁ ଆସିବା ପୂର୍ବରୁ ମାତେ ଲାଗୁଥିଲା, ମୁଁ ଅଣନିଶ୍ବାସୀ ହେବି ନାହିଁ। କିନ୍ତୁ ମୁଁ ଅଣନିଶ୍ବାସୀ ହେଉଛି। ମୋତେ ସମସ୍ୟା ବି ହେଉଛି ।ହେଲେ ସମୟ ସହ ଏଇଟା ବି ଠିକ୍ ହୋଇଯିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button