ରାଜ୍ୟ

୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତର

ଜୟପୁର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଉ ଜଣେ ଡାକ୍ତର। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ଆଜି ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଛି।ସୂଚନା ଅନୁଯାୟୀ, ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଜଣେ କର୍ମଚାରୀ ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁଙ୍କୁ ବକେୟା ଦରମା ଦେବାକୁ ବାରମ୍ବାର ନିବେଦନ କରିବା ପରେ ସେଥିପ୍ରତି କର୍ଣ୍ଣପାତ କରିଥିଲେ ଡାକ୍ତର।

ପରେ ସେ ୪୦ ହଜାର ଟଙ୍କା ଦେଲେ ବକେୟା ଦରମା କରାଇ ଦେବେ ବୋଲି କହିଥଲେ। ଏହି ଘଟଣାରେ ବୈପାରୀଗୁଡ଼ା ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିଷ୍ଟ ମଧ୍ୟସ୍ଥତା କରିଥିଲେ।

ପୂର୍ବ ଯୋଜନା ମୁତାବକ ଆଜି ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଭିଯୋଗକାରୀଙ୍କ ଠାରୁ ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କଠାରୁ ୪୦ ହଜାର ଟଙ୍କା ବି ଜବତ କରିଛି।

ଏନେଇ କୋରାପୁଟ ଭିଜିଲାନ୍ସର ସହାୟତା ଲୋଡ଼ିଥିଲେ ଅଭିଯୋଗକାରୀ। ପୂର୍ବ ଯୋଜନା ମୁତାବକ ଆଜି ବୈପାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଅଭିଯୋଗକାରୀଙ୍କ ଠାରୁ ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଭିଜିଲାନ୍ସ ତାଙ୍କଠାରୁ ୪୦ ହଜାର ଟଙ୍କା ବି ଜବତ କରିଛି। ଏନେଇ ଭିଜିଲାନ୍ସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button