ଦେଶ- ବିଦେଶ

ବିଚ୍‌ ରାସ୍ତାରେ ମହିଳାଙ୍କ ଗୋଷ୍ଠୀ ସଂଘର୍ଷ, ୨ ମହିଳା ଆହତ

ନୂଆଦିଲ୍ଲୀ,୦୮/୧୧: ଗୀତ ବଜାଇବାକୁ ନେଇ ମହାଭାରତ । ବିଚ୍ ରାସ୍ତାରେ ମହିଳାଙ୍କ ଗୋଷ୍ଠୀ ସଂଘର୍ଷ। ଏଥିରେ ଦୁଇ ଜଣ ମହିଳା ଆହତ ହୋଇଥିବା ଜଣାଯାଇଛି। ତେବେ ଉତ୍ତରପ୍ରଦେଶର ବାଗପତରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ତେବେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ ସୂଚନା ମୁତାବକ, ଗୀତ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ମହିଳାଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହେଲା।

ଏହାପରେ ଉତ୍ତ୍ୟକ୍ତ ହୋଇ ଯାଇଥିବା ମହିଳାମାନେ ଘରୁ ଠେଙ୍ଗା ବାଡ଼ି ଆଣି ଅପରପକ୍ଷଙ୍କୁ ପିଟିବାକୁ ଲାଗିଲେ। ବିଚ୍ ରାସ୍ତାରେ ବହୁ ସମୟ ପର୍ଯ୍ୟନ୍ତ ମହିଳାଙ୍କ ମଧ୍ୟରେ ଏପରି ମାରପିଟ୍ ଚାଲିଥିବା ବେଳେ ଏହାକୁ ମିମାଂସା କରିନଥିଲେ। ଫଳରେ ଏହି ମାଡ଼ଗୋଳ ସମୟରେ ଦୁଇ ମହିଳା ଆହତ ହୋଇଛନ୍ତି। ସେମାନେ ମା’ଝିଅ ବୋଲି ଜଣାପଡିଥିବା ବେଳେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାର ଭିଡିଓ ବର୍ତ୍ତମାନ ବେଶ୍ ଭାଇରାଲ ହେବା ପରେ ପୁଲିସ୍ ଆକ୍ସନ ମୁଡକୁ ଆସିଛି। ଏହି ଘଟଣାରେ ପୁଲିସ୍ ୮ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ୍ ଅଧିକାରୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button