ରାଜ୍ୟ

ସିମିଳିପାଳକୁ ଆସିବା ଆଉ ଏକ ବାଘୁଣୀ

ପୁଣି ଓଡ଼ିଶା ଆସିବ ଆଉ ଏକ ବାଘୁଣୀ। ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଏହି ବାଘୁଣୀ। ସେଥିପାଇଁ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ। ଏଥିପାଇଁ ଏକ ୧୦ ଜଣିଆ ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ର ଯାଇଛି। ସେମାନେ ତଡବା ଜଙ୍ଗଲରେ ରହି ମହାବଳର ଅନୁଧ୍ୟାନ କରିବେ।

ଆସନ୍ତା ସପ୍ତାହରେ ମହାବଳ ବାଘୁଣୀକୁ ଶିମିଳିପାଳ ଅଣାଯିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସକ ଅଭିଳାଷ ଆଚାର୍ଯ୍ୟ ଏବଂ ଡେପୁଟି ରେଞ୍ଜର ଦୀପ୍ତିମାନ ପଣ୍ଡା ଅନ୍ତର୍ଭୁକ୍ତ। ଏହି ଟିମ ତଡବା ବ୍ୟାଘ୍ର ପ୍ରକଳ୍ପରେ ଅନ୍ୟ ଏକ ବାଘୁଣୀକୁ ଧରିବାକୁ ଯୋଜନା କରୁଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ବାଘ ଥିବା ବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ। ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ।

ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୨୦୨୪ର ରାଜ୍ୟସ୍ତରୀୟ ବାଘ ଜନଗଣନା ଅନୁଯାୟୀ, ଓଡିଶାରେ ସମୁଦାୟ ୨୭ଟି ରୟାଲ ବେଙ୍ଗଲ ବାଘ ଦେଖିବାକୁ ମିଳିଥିଲା, ସେଥିମଧ୍ୟରୁ ୨୪ଟି ଶିମିଳିପାଳ ଟାଇଗର ରିଜର୍ଭରେ, ଗୋଟିଏ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନରେ, ଗୋଟିଏ ପାରଳାପାରଳାଖେମୁଣ୍ଡି ଏବଂ ଗୋଟିଏ ହୀରାକୁଦ ୱାଇଲ୍ଡ ଲାଇଫ ଡିଭିଜନରେ ଦେଖିବାକୁ ମିଳିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button