ଦେଶ- ବିଦେଶ

ଚଳନ୍ତା ବସରେ ଡ୍ରାଇଭରଙ୍କୁ ଆସିଲା ହୃଦଘାତ, କଣ୍ଡକ୍ଟରଙ୍କ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ : ଭିଡିଓ ଭାଇରଲ

ଜିକାଲି ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି । କେତେବେଳେ ଜିମରେ ତ, ଆଉ କିଏ ଡ୍ୟାନ୍ସ କରୁଥିବା ବେଳେ । ଆଉ କେତେବେଳେ ଗାଡି ଚଲାଉଥିବା ବେଳେ । ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ଯେଉଁଥିରେ ଚଳନ୍ତା ବସରେ ଡ୍ରାଇଭରକୁ ହୃଦଘାତ ହୋଇଛି । ଏଭଳି ଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଳୁରୁରେ।

ବେଙ୍ଗାଲୁରୁରେ BMTC ବସ୍ ଚାଳକଙ୍କ ଗାଡ଼ି ଚଲାଉଥିବା ସମୟର ହୃଦଘାତ ଶିକାର ହୋଇଛନ୍ତି ।

ବସ୍ ଚଲାଉଥିବା ବେଳେ ଡ୍ରାଇଭରଙ୍କୁ ହୃଦଘାତ ଆସିଥିଲା । ଏହା ଜାଣି ପାରି କଣ୍ଡକ୍ଟର ବସଟିକୁ ଚଲାଇଥିଲେ । ଡ୍ରାଇଭରଙ୍କର ସିନା ଜୀବନ ବଞ୍ଚିପାରିଲାନି କିନ୍ତୁ ବଞ୍ଚିଗଲା ଅନେକ ଯାତ୍ରୀଙ୍କ ଜୀବନ । ଏହି ପୁରା ଘଟଣା ସିସିଟିଭିରେ କଏଦ ହୋଇଛି ।

ବେଙ୍ଗାଲୁରୁ ନେଲ୍ ମଙ୍ଗଳାଠାରୁ ଦଶନାପୁରା ଅଭିମୁଖେ ଯାଉଥିଲା BMTC ବସ୍ । ସକାଳ ୧୧ଟା ସମୟରେ ଡ୍ରାଇଭର ୪୦ ବର୍ଷୀୟ କିରଣଙ୍କର ଗାଡ଼ି ଚଲାଉଥିବା ସମୟରେ ହଠାତ୍ ହୃଦଘାତ ହୋଇଥିଲା । ଆଉ ବସ୍ ଚଲାଉଥିବା ସମୟର ହଠାତ୍ ସେ ନିଜ ସିଟ୍ରୁ ଗଡି ପଡ଼ିଥିଲେ । ଡ୍ରାଇଭରଙ୍କୁ ହୃଦଘାତ ପରେ ବସଟି ଆଉ ଏକ ବସ୍ ସହିତ ଧକ୍କା ହୋଇଥିଲା । ଏହା ଜାଣିବା ପରେ କଣ୍ଡକ୍ଟର ତୁରନ୍ତ ଯାଇ ବସ୍କୁ ବ୍ରେକ ମାରି ରୋକିଥିଲେ । ସୌଭାଗ୍ୟ ବଶତଃ କଣ୍ଡକ୍ଟର ଗାଡ଼ିକୁ ଆୟତକୁ ଆଣିଥିଲେ । ଯାହା ଫଳରେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ବସ୍ । ବସରେ ଥିବା ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚିଯଇଥିଲା । ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ତେବେ ଡ୍ରାଇଭରଙ୍କୁ ହୃଦଘାତ ହେବା ପରେ ବିଏମଟିସି ତରଫରୁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହାସହିତ କ୍ଷତିପୂରଣ ଦେବାକୁ କହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button