ନଜର ଅନ୍ଦାଜ କରନ୍ତୁ ନାହିଁ ପେଟର ଏହି ସବୁ ସମସ୍ୟାକୁ, ହେଇ ଯାଇପାରେ ହାର୍ଟ ଆଟାକ ଓ କ୍ୟାନ୍ସରର କାରଣ

ଆଜିକାଲି ଲୋକମାନଙ୍କ ଶରୀରରେ ଏସିଡିଟୀ ଓ ଛାତିରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇ ଯାଇଛି ଓ ଏହି ସମସ୍ୟାର ସମାଧାନ ପାଇଁ ଆଜିକାଲି ଲୋକମାନେ ପାଣି ପିଇ ନିଅନ୍ତି କିମ୍ବା ପାଚକ ଜେଲ ପିଇ ନିଅନ୍ତି ଓ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏସିଡିଟୀ ସହ ଜଡିତ ଏମିତି କିଛି ସମସ୍ୟା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
କହିବାକୁ ଗଲେ ବର୍ତ୍ତମାନ ହିଁ ମିଳିଥିବା ଏକ ରିପୋର୍ଟ ଅନୁସାରେ ଏହି କଥା ସାମ୍ନାକୁ ଆସିଛି କି ଯଦି ଆପଣଙ୍କୁ ପ୍ରାୟତଃ ଏସିଡିଟୀର ସମସ୍ୟା ହେଉଛି ତେବେ ଆପଣ ସାବଧାନ ହୋଇ ଯାଆନ୍ତୁ । କାରଣ ଏହି ଏସିଡିଟୀ କ୍ୟାନ୍ସର ଓ ହାର୍ଟଟାକ ଭଳି ରୋଗକୁ ନିମନ୍ତ୍ରଣ ଦେଇଥାଏ । ଆପଣଙ୍କୁ କହିଦେଉଛୁ କି ପ୍ରାୟତଃ ଲୋକମାନେ ଏସିଡିଟୀ ହେଲେ ଏହାକୁ ଏକ ସାଧାରଣ କଥା ଭାବି ଭୁଲି ଯାଆନ୍ତି ।
ଆପଣଙ୍କୁ କହିଦେଉଛୁ କି ଏସିଡିଟୀ ସେତେବେଳେ ହୋଇଥାଏ ଯେତେବେଳେ କୌଣସି ଏମିତି ଜିନିଷ ଆପଣ ଖାଇ ନିଅନ୍ତି ଯାହା ଆପଣଙ୍କ ପେଟରେ ହଜମ ହୋଇ ପାରେ ନାହିଁ । ଯେମିତି ତେଲ ଘିଅରେ ତିଆରି ବସ୍ତୁ କିମ୍ବା କଞ୍ଚା ପଦାର୍ଥ ଇତ୍ୟାଦି । ଯେତେବେଳେ ପେଟରେ ଏସିଡିଟୀର ସମସ୍ୟା ଉତ୍ପନ୍ନ ହୋଇଥାଏ ତେବେ ଏହା ଦ୍ଵାରା ଲୋକମାନଙ୍କ ପେଟରେ ଏସିଡ ହୋଇଥାଏ କିନ୍ତୁ ଲୋକମାନେ ଏହାକୁ ଏକ ସାଧାରଣ ସମସ୍ୟା ଭାବି ଏହା ଚିନ୍ତା କରନ୍ତି କି ଏହା ଆମର କିଛି ବି କ୍ଷତି କରିବ ନାହିଁ ।
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଏସିଡ ଆପଣଙ୍କୁ ବହୁତ ରୋଗ ଦେଇପାରେ । ଯେମିତି କି ପେଟର ଅଲ୍ସର, ହାର୍ଟଟାକ ଓ କ୍ୟାନ୍ସର ବି । ସର୍ବ ପ୍ରଥମେ ଏସିଡିଟୀରୁ ହେଉଥିବା କ୍ୟାନ୍ସର ବିଷୟରେ କଥା ହେବା ତ ଯଦି ଆପଣଙ୍କ ପେଟରେ ପ୍ରାୟତଃ ଏସିଡିଟୀର ସମସ୍ୟା ଦେଖା ଯାଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାନ୍ତୁ । କାରଣ ପେଟରେ ହେଉଥିବା କ୍ୟାନ୍ସର ପ୍ରଥମେ ଏସିଡିଟୀର ସମସ୍ୟାରୁ ହିଁ ଆରମ୍ଭ ହୋଇଥାଏ । କହିଦେଉଛୁ କି କ୍ୟାନ୍ସର ହେବା ପରେ ପେଟ ଅଧିକ ମାତ୍ରାରେ ଅମ୍ଳ ଉତ୍ପନ୍ନ କରିଥାଏ ଯାହାକି ପେଟରେ ଏସିଡିଟୀର କାରଣ ଅଟେ ।