ମେଘନାଦ ପାଚେରୀରେ ଫାଟ, କ’ଣ ଶ୍ରୀମନ୍ଦିର ଉପରକୁ ଆସୁଛି ବଡ଼ ବିପଦ
ମେଘନାଦ ପାଚେରୀରେ ଫାଟ । 50ରୁ 60 ଫୁଟ ଏସାରରେ ପ୍ରାୟ ଏକାଧିକ ସ୍ଥାନରେ ଫାଟ ଦେଖାଯାଇଛି । ତେବେ ଏହି ଫଟା ସ୍ଥାନରୁ ଅନର୍ଗଳ ପାଣି ଗଳୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଏହା ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଭଳି ମନେହେଉଛି । ଏହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ ମେଘନାଦ ପାଚେରୀ ଭୁଶୁଡିଲା ଭଳି ଆଶଙ୍କା ସୃଷ୍ଟି କରୁଛି ।
ଯଦି ଦେଖିବା ଶ୍ରୀମନ୍ଦିର ଏବଂ ଏହାର ଭିତର ଏବଂ ବାହାର ବେଢାକୁ ସୁରକ୍ଷା ଦେଇ ଆସୁଛି ମେଘନାଦ ପାଚେରୀ । ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବକ୍ଷେଣ ସଂସ୍ଥା ବା ଏଏସଆଇ ନେଇଥିବା ବେଳେ ଏହି ଦିଗରେ ଗୁରୁତ୍ବ ଦେଇନଥିବା କାରଣରୁ ସଂସ୍ଥାର ଗୁରୁତର ଅବହେଳା ବୋଲି କୁହାଯାଇପାରେ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଧାଟନ ଫଳକ ପଛ ପାର୍ଶ୍ବରେ ଏହି ଫାଟ ରହିଥିହା ବେଳେ ଏଏସାଇ ନଜରକୁ କିଭଳି ଆସିପାରିଲା ନାହିଁ ସେନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ତେବେ ଏବେଠୁ ମରାମତି ନକରିଲେ ଆଗାମୀ ଦିନରେ ଶ୍ରୀମନ୍ଦିର ଉପରେ ମଧ୍ୟ ବିପଦ ଆସିପାରେ ବୋଲି କୁହାଯାଉଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ବେଳେ ସଂହଦ୍ବାରା ସମ୍ମୁଖ ମେଘନାଦ ପାଚେରୀରେ ମାଡ ହୋଇଥିଲା । ଏକାଧିକ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ସେହି ଆକାରରେ ବୃଦ୍ଧି ଘଟୁଛି ଯାହାକି ଶ୍ରୀମନ୍ଦିର ପାଇଁ ବିପଦର କାରଣ ସୃଷ୍ଟି କରିପାରେ ।