ଧାର୍ମିକ ଅନୁଷ୍ଠାନ ଗୁଡିକ ସଫେଇ କରିବା ଯୋଜନା
ବାରିପଦା,(ମୁରାରୀ ମୋହନ ମହାପାତ୍ର):ସର୍ବଦା ଅନନ୍ୟ ପ୍ରୟାସ ଓ ନୂତନ ଚିନ୍ତାଧାରା ରଖି ସମାଜ ସେବା କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ସୋସିଆଲ ରିଫର୍ମ ଗ୍ରୁପ ପୁଣି ଏକ ନିଆରା ଚିନ୍ତାଧାରା କରି ଚର୍ଚ୍ଚାରେ ରହିଛି। କଥା ଏମିତିକି ଆଗାମୀ ଶୀତ ଋତୁକୁ ନଜରରର ରଖି ଏଥର ସୋସିଆଲ ରିଫର୍ମ ଗ୍ରୁପ ସାରା ଜିଲ୍ଲାରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ସଫେଇ କରିବାକୁ ଯୋଜନା ରଖିଛନ୍ତି।
ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ କହିବା ଅନୁଯାୟୀ ଆଗକୁ ଆସିବାକୁ ଥିବା ପାର୍ବଣ ଋତୁ ଓ ମାର୍ଗଶିର ମାସରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଆସୁଥିବା ଭକ୍ତମାନେ ଯେପରି ଧାର୍ମିକ ଅନୁଷ୍ଠାନରେ ଆବର୍ଜନା ଦେଖି ସେମାନଙ୍କ ମନରେ ଥିବା ଧାର୍ମିକ ଭାବନାରେ ବାଧା ନ ଉପୁଜେ, ସେଥିପାଇଁ ମନ୍ଦିର ପରିସରରେ ଥିବା ଆବର୍ଜନା ଓ ପ୍ଲାଷ୍ଟିକ ସାମଗ୍ରୀକୁ ସଫା କରାଯିବ। ଏହି କାର୍ଯ୍ୟକ୍ରମରେ ଗତ କାଲି ବାରିପଦା ଉପକଣ୍ଠ ପୋଡ଼ା ଅସ୍ତିଆ ସ୍ଥିତ ବୁଢ଼ାବଳଙ୍ଗ ନଦୀ କୂଳ ରେ ଅବସ୍ଥିତ ବଳଙ୍ଗେଶ୍ୱର ଶିବ ମନ୍ଦିର ଓ ମା ମଙ୍ଗଳାଙ୍କ ପୀଠ କୁ ସମ୍ପୂର୍ଣ୍ଣ ଭାବରେ ସଫେଇ କରାଯାଇଛି lସଂଘର ସଦସ୍ୟ ମାନେ ସ୍ଥାନୀୟ ଯୁବକଙ୍କୁ ଉତ୍ସାହିତ କରିବା ସହ ଶୁଖୁଲା ଅଳିଆ, ଓଦା ଅଳିଆ ର ବିଘଟନ ପ୍ରଣାଳୀ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ଦିର ର ପୂଜକ ପ୍ରିୟବ୍ରତ ଦାସ ଉପସ୍ଥିତ ରହିବା ସହ ସଂଘର ସଦସ୍ୟ ମାନଙ୍କୁ ସହଯୋଗ କରିଥିଲେ।
କଲେଜ୍ ଛାତ୍ରଛାତ୍ରୀ ମାନଙ୍କର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ଦେଖ୍ ମନ୍ଦିର ପରିଦର୍ଶନରେ ଆସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଭୁୟଶୀ ପ୍ରଶଂସା କରିଥିବା
ବେଳେ ବିଶେଷ କରି ଯୁବତୀ ମାନଙ୍କର ପ୍ରକୃତି ପ୍ରତି ଏଭଳି ଭୂୟସୀ ପ୍ରୟାସକୁ
ସବୁ ମହଲରୁ ସ୍ବାଗତ କରିଥିଲେ l
ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାକୁ ସ୍ବଚ୍ଛ ଓ ପଲିଥିନ ମୁକ୍ତ ସହରରେ ପରିଣତ କରିବା ଆମର ଲକ୍ଷ ବୋଲି ସଙ୍ଘର ସଭାପତି ସୌରଭ ମିଶ୍ର କହିଥିଲେ । ଆଗାମୀ ଦିନମାନଙ୍କରେ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ,ବସଷ୍ଟାଣ୍ଡ ଓ ବୁଢ଼ାବଳଙ୍ଗ ତଟ ନିକଟସ୍ଥ ବିଭିନ୍ନ
ଅଞ୍ଚଳରେ ବ୍ୟାପକ ସଫେଇ ଅଭିଯାନ ସହିତ ସମାଜ ସେବା
କ୍ଷେତ୍ରରେ ଆମ ସଙ୍ଗଠନ କାମ କରିବ ବୋଲି ସଙ୍ଘର
ସମ୍ପାଦକ ଅଭିଷେକ ବେହେରା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି
ମନ୍ଦିର ପରିସରରେ ରହିଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିବା ସହ ଅନାବନା ଗଛଲତାକୁ କାଟି ସଫା କରିଥିବା ଦେଖୁବାକୁ ମିଳିଛି। ଏଥିରେ ସଂଘର ସଦସ୍ୟ ରାମକୃଷ୍ଣ, କରିନା, ଶୁଭଙ୍କର, ଅଶ୍ଵିନୀ ସାର ରଚିତା ପ୍ରମୁଖ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ।।