ଦେଶ- ବିଦେଶ

କଚ୍ଛରେ ସେନାର ଯବାନଙ୍କୁ ଭେଟିଲେ ପିଏମ୍ ମୋଦି, କହିଲେ-ଗୋଟେ ଇଞ୍ଚ ଜମି..

ନୂଆଦିଲ୍ଲୀ,୩୧।୧୦: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କଚ୍ଛରେ ପହଁଞ୍ଚି ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି। ସେ ନିଜ ହାତରେ ପ୍ରତ୍ୟେକ ଯବାନଙ୍କୁ ମିଠା ଖୁଆଇଥିଲେ। ଏହି ଅବସରରେ ପିଏମ୍ ମୋଦି ଯବାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଆମର ସର୍ବୋଚ୍ଚ ପ୍ରାଥମିକତା ସୀମାବର୍ତ୍ତୀ କ୍ଷେତ୍ରରେ ମୌଳିକ ଢାଞ୍ଚାର ବିକାଶ କରିବ।

ଆମେ ଶତ୍ରୁଙ୍କ କଥା ହେଉନୁ, ନିଜ ସେନାର ଶକ୍ତି ଉପରେ ବିଶ୍ବାସ ରଖିଛୁ। ଏହି ଦେଶ ଆପଣଙ୍କ ପାଇଁ ସୁରକ୍ଷିତ ରହିଛି। ଭାରତ ନିଜ ସୀମାର ଏକ ଇଞ୍ଚ ଜମିକୁ ନେଇ କୌଣସି ବୁଝାମଣା କରିବାକୁ ଚାହେଁନି।

ପିଏମ୍ ମୋଦି ସବୁ ବର୍ଷ ଦୀପାବଳି ଭଳି ଏଥର ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳକୁ ଯାତ୍ରା କରିଛନ୍ତି ଓ ଯବାନଙ୍କ ସହ ପର୍ବ ପାଳନ କରିଛନ୍ତି। ଏଥର ସେ କଛରେ ପାକିସ୍ତାନ ସୀମା ନିକଟରେ ଯବାନଙ୍କୁ ସାକ୍ଷାତ କରିଛନ୍ତି ଓ ତାଙ୍କୁ ମିଠା ଖୁଆଇଛନ୍ତି। ମୋଦି ସୀମା ସୁରକ୍ଷା ବଳ(ବିଏସ୍ଏଫ୍) ସ୍ଥଳସେନା,ନୌସେନା ଓ ବାୟୁସେନାର କର୍ମୀଙ୍କ ସହ ଦୀପାବଳି ପାଳନ କରିଛନ୍ତି। ବିଏସ୍ଏଫ୍ ଅଧିକାରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଏକତା ନଗରରୁ କଚ୍ଛର କିଟେଶ୍ବର ପହଁଞ୍ଚିବା ପରେ ସରକ୍ରିକ୍ ଅଞ୍ଚଳରେ ଲକ୍କି ନାଲାରେ ପହଁଞ୍ଚିଥିଲେ।

ମୋଦି ଯବାନଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜି ଆମେ ଯେତେବେଳେ ବିକଶିତ ଭାରତର ଲକ୍ଷ୍ୟ ଆଡକୁ ଏତେ ଦ୍ରୁତ ଗତିରେ ବଢୁଛୁ, ସେତେବେଳେ ଆପଣ ସମସ୍ତେ ଆମର ରକ୍ଷକ। ଆମେ ଦେଶର ରକ୍ଷା ପାଇଁ ଶତ୍ରୁର କଥା ନୁହେଁ ନିଜ ସେନାର ଶକ୍ତି ଉପରେ ବିଶ୍ବାସ କରୁ। ଭାରତର ଲୋକଙ୍କୁ ଲାଗୁଛି ତାଙ୍କର ଦେଶ ଆପଣଙ୍କ ପାଇଁ ସୁରକ୍ଷିତ।’

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button