ସ୍ୱାସ୍ଥ୍ୟ

ମଧୁମେହ ସମେତ ଏହି ୮ଟି ରୋଗକୁ ଦୂର କରିବାରେ ଲାଭକାରୀ ହୋଇଥାଏ କଲରା , ଜାଣନ୍ତୁ ଏହାର ଲାଭ

କଲରା ଖାଇବାକୁ ପିତା ନିଶ୍ଚିତ ଭାବରେ ଲାଗିଥାଏ , କିନ୍ତୁ ଏଥିରେ ଥିବା ଔଷଧୀୟ ଗୁଣ ଅତ୍ୟନ୍ତ ଲାଭକାରୀ ହୋଇଥାଏ। କଲରାରେ ଭିଟାମିନ ଏ , ସି , କ୍ୟାଲସିୟମ , ଆଇରନ , ଫସଫୋରସ , ଫାଇବର , ଏଣ୍ଟି ଅକ୍ସୀଡ଼ାଣ୍ଟ ଏବଂ ଏଣ୍ଟି ବ୍ୟାକ୍ଟେରିଆଲ ଭଳି ତତ୍ୱ ରହିଥାଏ , ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ।

କଲରା ଖାଇବା ଦ୍ୱାରା ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ଦୃଢ଼ ହୋଇଥାଏ ଏବଂ ରୋଗ ସହ ଲଢ଼ିବାପାଇଁ ଶକ୍ତି ମିଳିଥାଏ। କଲରା ଖାଇବା ଦ୍ୱାରା ମଧୁମେହ ନିୟନ୍ତ୍ରିତ ହୋଇଥାଏ , ଏଥିସହିତ ଗଣ୍ଠି ରୋଗ ଏବଂ ଶ୍ୱାସ ରୋଗୀମାନଙ୍କ ପାଇଁ ଏହା କୌଣସି ରାମବାଣ ଠାରୁ କମ ନୁହେଁ। କଲରା ତରକାରୀ ବ୍ୟତୀତ ଏହାର ଜୁସ ସେବନ କରିବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ କଲରା ଖାଇବାର ଲାଭ ବିଷୟରେ ଜାଣିବା।

Google

୧) ମଧୁମେହକୁ କରେ ନିୟନ୍ତ୍ରଣ:-

ମଧୁମେହ ରୋଗୀଙ୍କ ପାଇଁ କଲରା ରାମବାଣ ଔଷଧ ଭଳି କାମ କରିଥାଏ। ଏହି କଥା ଆମେ କହୁନାହୁଁ ବରଂ ଡାକ୍ତର ମଧୁମେହ ରୋଗୀଙ୍କୁ ସେମାନଙ୍କ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରିବାପାଇଁ ପରାମର୍ଶ ଦେଇଥାନ୍ତି। କଲରା ଖାଇବା ଦ୍ୱାରା ଶରୀରର ଶୁଗାର ସ୍ତର ନିୟନ୍ତ୍ରିତ ରହିଥାଏ। ଏହାକୁ କଞ୍ଚା , ତରକାରୀ ପ୍ରସ୍ତୁତ କରି କିମ୍ବା ଜୁସ ଭାବରେ ମଧ୍ୟ ସେବନ କରାଯାଇପାରିବ। ଯଦି କଲରା ନାହିଁ , ତେବେ କଲରା ପାଉଡର ମଧ୍ୟ ଲାଭଦାୟକ ହୋଇଥାଏ।

୨) ଶ୍ୱାସ ରୋଗରେ ଲାଭଦାୟକ:-

ଯଦି ଆପଣ ଶ୍ୱାସ ରୋଗୀ ଅଟନ୍ତି , ତେବେ ଆପଣଙ୍କ ଖାଦ୍ୟରେ କଲରାକୁ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ କଲରା ତରକାରୀ ପ୍ରସ୍ତୁତ କରିବା ସମୟରେ ସେଥିରେ ମସଲା ପକାନ୍ତୁ ନାହିଁ। କଲରାର ବିନା ମସଲାଯୁକ୍ତ ତରକାରୀ ଖାଇବା ଦ୍ୱାରା ଶ୍ୱାସ ରୋଗ ଠିକ ହୋଇଥାଏ।

୩) ଗଣ୍ଠି ରୋଗରୁ ଦେଇଥାଏ ମୁକ୍ତି:-

ଯଦି ଆପଣ ଗଣ୍ଠି ସମସ୍ୟା ଦ୍ୱାରା ଚିନ୍ତିତ ଅଟନ୍ତି , ତେବେ ଆପଣଙ୍କ ପାଇଁ କଲରା ଅତ୍ୟନ୍ତ ଲାଭଦାୟକ ଅଟେ। କଲରାର ରସ ଦ୍ୱାରା ଗଣ୍ଠି , ହାତ ଏବଂ ଗୋଡର ମାଲିସ କରିବା ଦ୍ୱାରା ଏହି ସ୍ଥାନରେ ହେଉଥିବା ଜଳାପୋଡା ଦ୍ୱାରା ଖୁବଶୀଘ୍ର ଆରାମ ମିଳିଥାଏ। ଏହାବ୍ୟତୀତ କଲରାର ଜୁସ ପିଇବା ମଧ୍ୟ ଲାଭକାରୀ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button