ଦେଶ- ବିଦେଶ

ଶୀତ ଦିନେ ବଢିଯାଏ ବ୍ରେନ ଷ୍ଟ୍ରୋକର ଆଶଙ୍କା , ଜାଣନ୍ତୁ ଏହାର ଲକ୍ଷଣ , କାରଣ ଏବଂ ମୁକ୍ତି

ଶୀତ ଦିନରେ ପବନର ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଯାଏ। ଏହାଦ୍ବାରା ଶ୍ୱାସ ସମ୍ବନ୍ଧୀୟ ରୋଗର ବିପଦ ବଢିଯାଇଥାଏ। ଏହାସହିତ ଶୀତ ଦିନେ ବ୍ରେନ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଯାଏ। ଏହା ଅତ୍ୟନ୍ତ ବିପଦଜ୍ଜନକ ରୋଗ ଅଟେ। ଏକ ଅନୁସନ୍ଧାନରେ ଖୋଲାସା ହୋଇଛି ଯେ , ଦୁନିଆଁରେ ପ୍ରତ୍ୟେକ ୬ଜଣ ବ୍ୟକ୍ତି ବ୍ରେନ ଷ୍ଟ୍ରୋକରେ ପୀଡିତ ଅଛନ୍ତି। ବିଶେଷଜ୍ଞ ମାନଙ୍କ ଅନୁଯାୟୀ , ବ୍ରେନ ଷ୍ଟ୍ରୋକର ଲକ୍ଷଣ ଦେଖାଯିବାର ଚାରି ଘଣ୍ଟା ମଧ୍ୟରେ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। ଯଦି ଆପଣ ଏହାକୁ ଅଣଦେଖା କରନ୍ତି , ତେବେ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ। ଏହା ପାଇଁ ଆପଣ ଆପଣଙ୍କର ଖାଦ୍ୟ ଏବଂ ଦିନଚର୍ଯ୍ୟାରେ ପରିବର୍ତ୍ତନ କରନ୍ତୁ। ଯଦି ଆପଣ ଏହି ରୋଗ ବିଷୟରେ ଜାଣି ନାହାଁନ୍ତି ତେବେ ଆସନ୍ତୁ ବ୍ରେନ ଷ୍ଟ୍ରୋକ ବିଷୟରେ ବିସ୍ତୃତ ଭାବରେ ଜାଣିବା।

ବ୍ରେନ ଷ୍ଟ୍ରୋକ କଣ ଅଟେ:-

ବ୍ରେନ ଷ୍ଟ୍ରୋକ ଦ୍ୱାରା ମସ୍ତିଷ୍କର କୌଣସି ଗୋଟିଏ ଶିରା ଫାଟି ଯାଇଥାଏ କିମ୍ବା ରକ୍ତ ପ୍ରବାହରେ କୌଣସି ବାଧା ଆସିଥାଏ। କେବେ କେବେ ରକ୍ତ ବାହିକା ବ୍ଲକ ହୋଇଯାଇଥାଏ। ଏହାଦ୍ବାରା ମସ୍ତିଷ୍କକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ। ଏହାସହିତ ମସ୍ତିଷ୍କର କୋଷରେ ପୋଷଣ ତତ୍ତ୍ୱ କମ ହେବାକୁ ଲାଗିଥାଏ। ଯେତେବେଳେ କି ମସ୍ତିଷ୍କର କୋଷ ଗୁଡିକ ମରିବାକୁ ଲାଗିଥାଏ। ଯଦି ଠିକ ସମୟରେ ଚିକିତ୍ସା ନ କରାଯାଏ , ତେବେ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଯାଇପାରେ। ଶୀତ ଦିନରେ ରକ୍ତ ପ୍ରବାହ ଭଲ ଭାବରେ ହୋଇପାରେ ନାହିଁ। ଏହାଦ୍ବାରା ମସ୍ତିଷ୍କର ଶିରା ଗୁଡିକ ସଙ୍କୁଚିତ ହୋଇଯାଏ ଏବଂ ରକ୍ତ ପ୍ରବାହରେ ବାଧା ଯୋଗୁଁ ରକ୍ତ ବାହିକା ଗୁଡିକ ଫାଟି ଯାଇଥାଏ।

Google

ବ୍ରେନ ଷ୍ଟ୍ରୋକର ଲକ୍ଷଣ:-

ଦେଖିବାରେ ଯନ୍ତ୍ରଣା

କଥା କହିବା ଏବଂ ବୁଝିବାରେ ସମସ୍ୟା

ମୁଣ୍ଡ ବୁଲାଇବା

ମୁଣ୍ଡ ବ୍ୟଥା ହେବା

ଦୁର୍ବଳ ଅନୁଭବ ହେବା

ଚାଲିବାରେ ଅସୁବିଧା

ବାନ୍ତି ହେବା

ପକ୍ଷାଘାତର ଆଶଙ୍କା

ବ୍ରେନ ଷ୍ଟ୍ରୋକରୁ କିପରି ରକ୍ଷା ପାଇବା:-

ଚାପରୁ ଦୂରେଇ ରୁହନ୍ତୁ:-

ଆଧୁନିକ ସମୟରେ ଲୋକମାନେ ଚାପପୂର୍ଣ୍ଣ ଜୀବନ ବଞ୍ଚିଥାନ୍ତି। ଯଦି ଆପଣ ମଧ୍ୟ ଚାପ ଏବଂ ଅବସାଦର ଶିକାର ହୋଇଛନ୍ତି , ତେବେ ବାହାରକୁ ବାହାରିବାର ଆବଶ୍ୟକତା ରହିଛି। ଚାପ ଏବଂ ଅବସାଦ ଦ୍ୱାରା ଷ୍ଟ୍ରୋକର ଆଶଙ୍କା ଆହୁରି ବଢ଼ି ଯାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button